ଓଡିଶା

odisha

ଆକ୍ସନ୍ ଥ୍ରୀଲର ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍'ର ନୂଆ ରିଲିଜ ଡେଟ ଘୋଷଣା

By ETV Bharat Odisha Team

Published : Feb 4, 2024, 8:50 AM IST

Operation Valentine New Release Date: ବରୁଣ ତେଜ ଓ ମାନୁଷୀ ଚିଲ୍ଲାରଙ୍କ ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ'ର ନୂଆ ତାରିଖ ସାମ୍ନାକୁ ଆସିଛି । ପୂର୍ବରୁ ଫିଲ୍ମ ୧୬ ଫେବୃଆରୀରେ ରିଲିଜ ହେବାର ଥିଲା । ଅଧିକ ପଢନ୍ତୁ

Operation Valentine
Operation Valentine

ମୁମ୍ବାଇ:ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ଅପରେସନ୍ ଭାଲେଣ୍ଟାଇନ' ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ବରୁଣ ତେଜ ଓ ବଲିଉଡ୍‌ ସୁନ୍ଦରୀ ମାନୁଷୀ ଚିଲ୍ଲାରଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ଫିଲ୍ମଟି ୨୦୨୩ ମସିହା ଡିସେମ୍ବରରେ ରିଲିଜ ହେବାକୁ ଘୋଷଣା କରାଯାଇଥିଲା । ହେଲେ କୌଣସି କାରଣରୁ ଏହାର ରିଲିଜ ତାରିଖ ଫେବୃଆରୀ ୧୬କୁ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନ ପୁଣିଥରେ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇଛନ୍ତି ନିର୍ମାତା । ତେବେ ଫିଲ୍ମଟି ଫେବୃଆରୀ ପରିବର୍ତ୍ତେ ଆସନ୍ତା ମାର୍ଚ୍ଚ ପହିଲାରେ ରିଲିଜ ହେବ ।

ଅଭିନେତା ବରୁଣ ତେଜା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟର ସହିତ ରିଲିଜ ତାରିଖ ଘୋଷଣା କରିଛନ୍ତି । ପୋଷ୍ଟର ଓ ରିଲିଜ ତାରିଖ ସେୟାର କରି ଅଭିନେତା ଲେଖଛନ୍ତି ଯେ, ମାର୍ଚ୍ଚ ୧ ୨୦୨୪ରେ ଟାର୍ଗେଟ ସେଟ! ପ୍ରେକ୍ଷାଳୟରେ ଦେଖା ହେବ । ଦେଶଭକ୍ତି ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ରର କାହାଣୀ ବାୟୁସେନା ହିରୋଜଙ୍କ ଅଦମ୍ୟ ସାହସ ଏବଂ ଦେଶପ୍ରେମକୁ ଏହି ଫିଲ୍ମରେ ପ୍ରକାଶ କରାଯାଇଛି । ଦେଶଭକ୍ତି ପାଇଁ ସେନାମାନଙ୍କୁ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଏହି ଚଳଚ୍ଚିତ୍ରରେ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ଚଳଚ୍ଚିତ୍ରର କାହାଣୀ ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବରୁଣ ତେଜଙ୍କ ଭୂମିକାର ନାମ ଅର୍ଜୁନ ଦେବ ଯିଏ ଜଣେ ପାଇଲଟ ଏବଂ ମାନୁଷୀ ଚିଲ୍ଲାର ରାଡାର ଅଧିକାରୀ ଭୂମିକାରେ ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ- ଆକ୍ସନ୍ ଥ୍ରୀଲର ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍'ର ଆସିଲା ଟିଜର୍, ଏହି ଦିନ ହେବ ରିଲିଜ

ଏହା ମଧ୍ୟ ପଢନ୍ତୁ - ୱାଘା ବର୍ଡରେ ଲଞ୍ଚ ହେବ 'ଅପରେସନ୍ ଭାଲେଣ୍ଟାଇନ'ର ଗୀତ 'ବନ୍ଦେ ମାତରମ୍'

ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍' 2024 ମାର୍ଟ୍ଟ ୧ରେ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାରି ମଧ୍ୟରେ ବରୁଣ ତେଜଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ ଅଭିନେତା 'ମଟକା' ଫିଲ୍ମରେ ମଧ୍ୟ ନଜର ଆସିବେ । ସେହିପରି ମାନୁଷୀ ଆକ୍ସନ୍ ଫିଲ୍ମ 'ତେହେରାନ'ରେ ନଜର ଆସିବେ । ଏହି ଅଭିନେତ୍ରୀଙ୍କ ସହ ଆକ୍ସନ୍ ଷ୍ଟାର୍ ଜୋ ଆବ୍ରାହମ୍ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ।

ABOUT THE AUTHOR

...view details