ଭୁବନେଶ୍ୱର:ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ପରଦାକୁ ଆସୁଛି ଦୁଇ ଦୁଇଟି ବିଗ ବଜେଟର ଓଡ଼ିଆ ସିନେମା । ଓଡ଼ିଆ ଚଳଚ୍ଚିତ୍ର 'ଅଧିନାୟକ ଏବଂ ରଙ୍ଗଶୂର' ଦୁଇଟି ଭିନ୍ନ ଜୋନରର ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି । ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଦୁଇଟି ଫିଲ୍ମ ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ବେଶ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।
ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇଟି ବିଗ ବଜେଟ୍ ସିନେମାର ଟାଇଟଲ ଓ ଷ୍ଟାର କାଷ୍ଟ ଘୋଷଣା କରାଯାଇଛି । ପ୍ରକାଶ ଫିଲ୍ମସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ଆସୁଛି ଦୁଇଟି ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର । 'ଅଧିନାୟକ' ଫିଲ୍ମଟି କ୍ରିକେଟ ଖେଳ ଉପରେ ଆଧାରିତ ହୋଇଥିବା ବେଳେ ''ରଙ୍ଗଶୂର" ଫିଲ୍ମଟି ଓଡ଼ିଶାର ପରମ୍ପରା, ଲୋକକଳାକୁ ନେଇ ନିର୍ମିତ ହୋଇଛି । ତେବେ ଉଭୟ ଫିଲ୍ମ ଭିନ୍ନ କାହାଣୀରେ ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ନିର୍ମାତା ।
'ଅଧିନାୟକ' ବିଷୟରେ କହିବାକୁ ଗଲେ, ଅଧିନାୟକର ସ୍କ୍ରିପ୍ଟ ଭରଦ୍ୱାଜ ପଣ୍ଡା ଲେଖୁଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଧ୍ରୁବାନନ୍ଦ ପଣ୍ଡା । ଚିତ୍ରତ୍ତୋଳନ ରେ ଲିଟୁ ଏବଂ ଜିତୁ ରହିଛନ୍ତି । ସମ୍ପାଦନା ସୁକୁମାର ମଣି ଏବଂ କୋରିଓଗ୍ରାଫି ଦାୟିତ୍ୱ ଯୁବ ନିର୍ଦ୍ଦେଶକ ଗିରିଶ ମହାନ୍ତି ନେଇଛନ୍ତି। ଓଲିଉଡ ଅଭିନେତା ଅମ୍ଲାନ ଦାସ, ବି.ଏମ. ବୈଶାଳୀ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ କୁନା ତ୍ରିପାଠୀଙ୍କ ଅଭିନୟର ଯାଦୁରେ ଆସୁଛି ଚଳଚ୍ଚିତ୍ର "ଅଧିନାୟକ"।
'ଅଧିନାୟକ' ଫିଲ୍ମର କାହାଣୀ