ଓଡିଶା

odisha

ETV Bharat / entertainment

ରିଲିଜ ହେଲା ସାହିଦଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ', ପ୍ରଶଂସା କଲେ ପତ୍ନୀ - Shahid Kapoor

Mira Rajput Review On TBMAUJ: ଆଜି ରିଲିଜ ହୋଇଛି ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ' । ଫିଲ୍ମକୁ ନେଇ ପ୍ରଥମ ରିଭ୍ୟୁ ଦେବା ସହ ଖୁବ୍ ପ୍ରଶଂସା କରିଛନ୍ତି ସାହିଦଙ୍କ ପତ୍ନୀ ମୀରା ରାଜପୁତ । ଅଧିକ ପଢନ୍ତୁ

ପରଦାକୁ ଆସିଲା ସାହିଦଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ', ପ୍ରଶଂସାରେ ପତ୍ନୀ ମୀରା
ପରଦାକୁ ଆସିଲା ସାହିଦଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ', ପ୍ରଶଂସାରେ ପତ୍ନୀ ମୀରା

By ETV Bharat Odisha Team

Published : Feb 9, 2024, 10:28 AM IST

ହାଇଦ୍ରାବାଦ:ପ୍ରେମ ସପ୍ତାହରେ ରିଲିଜ ହେଲା ସାହିଦ କପୁର ଏବଂ କ୍ରିତି ସାନନଙ୍କ ରୋମାଣ୍ଟିକ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ' । ଏହାପୂର୍ବରୁ ଗତକାଲି ଅର୍ଥାତ୍ ଫେବୃଆରୀ ୮ରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜନ ହୋଇଥିଲା । ଏହି ସମୟରେ ସାହିଦଙ୍କ ପୁରା ପରିବାର ସମେତ ଅନେକ ବି-ଟାଉନ ସେଲିବ୍ରିଟି ନଜର ଆସିଥଲେ । ତେବେ ଆଜି ଫିଲ୍ମ ସିଲଭର ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଏହାର ପ୍ରଥମ ରିଭ୍ୟୁ ସେୟାର କରିଛନ୍ତି ସାହିଦଙ୍କ ପତ୍ନୀ ମୀରା ରାଜପୁତ ।

ମୀରା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ରିଭ୍ୟୁ ଦେଇଛନ୍ତି । ସେ ଫିଲ୍ମକୁ ବେଶ ଉପଭୋଗ କରିଥିବା କହିଛନ୍ତି । ସାହିଦ ଏବଂ ପୁରା ଟିମକୁ ଅଭିନନ୍ଦନ ଜଣାଇ ମୀରା ଲେଖିଛନ୍ତି, "ଫିଲ୍ମ ମନୋରଞ୍ଜନ ଏବଂ ହାସ୍ୟରସରେ ପରିପୂର୍ଣ୍ଣ । ଫିଲ୍ମଟି ହସାଇ ହସାଇ ବେଦମ କରିଦେଉଛି । ଦୀର୍ଘ ସମୟ ପରେ ମୁଁ ଏତେ ମନୋରଞ୍ଜନକାରୀ ଫିଲ୍ମ ଦେଖିଛି । ଫିଲ୍ମରେ ପ୍ରେମ, ହସ, ମଜା, ଡ୍ୟାନ୍ସ ଏବଂ ହୃଦୟସ୍ପର୍ଶୀ ବାର୍ତ୍ତା ରହିଛି ।" ସେ ଫିଲ୍ମର ଅଭିନେତ୍ରୀ କ୍ରିତିଙ୍କ ପ୍ରଶଂସାରେ ଲେଖିଛନ୍ତି, ଏହି ଫିଲ୍ମ ପାଇଁ ତୁମେ ସମ୍ପର୍ଣ୍ଣ ଫିଟ୍ । ଏଥିସହ ସ୍ୱାମୀଙ୍କ ପ୍ରଶଂସା କରି ଲେଖିଛନ୍ତି ଯେ, ଓଜି ଲଭର ବଏ, ତୁମ ପରି କେହି ନାହାଁନ୍ତି ।

ସୂଚନା ଅନୁସାରେ, କ୍ରିତି ଏବଂ ସାହିଦଙ୍କ ଏହି ଫିଲ୍ମଟି ୨୫୦୦ ସ୍କ୍ରିନରେ ରିଲିଜ ହୋଇଥିବା ଜଣାପଡିଛି । ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ, ପ୍ରଥମ ଦିନ ପାଇଁ ଫିଲ୍ମର ଭଲ ଆଡଭାନ୍ସ ବୁକିଂ ହୋଇଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ତେରି ବାତୋଁ ମେ ଏସା ଉଲଝ ଜିଆ' ପ୍ରଥମ ଦିନରେ ୯୫ ହଜାର ୭୬୧ ଟିକେଟ୍ ବିକ୍ରି କରିସାରିଛି, ଯେଉଁଥିପାଇଁ ଫିଲ୍ମ ରିଲିଜ୍ ପୂର୍ବରୁ ୨.୧୧ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:ଫିଲ୍ମ ରିଲିଜ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣରେ କ୍ରିତି ସାନନ

ତେରି ବାତୋଁ ମେ ଏସା ଉଲଝ ଜିଆ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହା ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଅମିତ ଯୋଶୀ ଏବଂ ଆରଧନା ଶାହା ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଜିଓ ଷ୍ଟୁଡିଓ ଏବଂ ମାଡୋକା ଫିଲ୍ମସ୍ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

ABOUT THE AUTHOR

...view details