ହାଇଦ୍ରାବାଦ:ଦିୱାଲୀ ଅବସରରେ 'ସିଙ୍ଘମ୍ ଏଗେନ' ଏବଂ 'ଭୁଲ ଭୁଲେୟା 3' 'ରିଲିଜ୍ ହୋଇଥିଲା । ରିଲିଜର ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ହରର କମେଡି ଫିଲ୍ମ 250 କୋଟି ଟଙ୍କା ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି । ଉଭୟ ଫିଲ୍ମର ଭିନ୍ନ କାହାଣୀ ଦର୍ଶକଙ୍କ ମନକୁ ଛୁଉଁଛି । ତେବେ ଖୁବଶୀଘ୍ର ଉଭୟ ଫିଲ୍ମ 300 କୋଟି କ୍ଲବରେ ସାମିଲ ହୋଇ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ 'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3'ର ଲାଟେଷ୍ଟ କଲେକ୍ସନ ବିଷୟରେ ଅପଡେଟ ସେୟାର କରିଛନ୍ତି । ତରଣ ଆଦର୍ଶଙ୍କ ଅନୁଯାୟୀ ରୋହିତ ଶେଟ୍ଟୀ, ଅଜୟ ଦେବଗନଙ୍କ ଫିଲ୍ମ ଏବଂ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲାନ, ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଛି । ଉଭୟ ଚଳଚ୍ଚିତ୍ର ତୃତୀୟ ସପ୍ତାହ ଶେଷରେ 250 କୋଟି ଟଙ୍କା ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।
'ସିଙ୍ଘମ୍ ଏଗେନ' କଲେକ୍ସନ
ଅଜୟ ଦେବଗନ୍, କରୀନା କପୁର, ରଣଭୀର ସିଂ, ଦୀପିକା ପାଦୁକୋନ୍, ଅକ୍ଷୟ କୁମାର, ଟାଇଗର ଶ୍ରଫ୍, ଅର୍ଜୁନ କପୁରଙ୍କ ଭଳି ବଡ଼ ତାରକାଙ୍କ ଅଭିନୀତ ଫିଲ୍ମ 'ସିଙ୍ଘମ୍ ଏଗେନ' ଭଲ ପ୍ରଦର୍ଶନ କରୁଛି । ତରଣ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ, 'ସିଙ୍ଘମ୍ ଏଗେନ' ତୃତୀୟ ସପ୍ତାହର ଶୁକ୍ରବାର ଦିନ 3.34 କୋଟି, ଶନିବାର ଦିନ 4.18 କୋଟି, ରବିବାର ଦିନ 5.62 କୋଟି ଟଙ୍କା ଆୟ କରିଛି । ତେବେ ଭାରତରେ ଫିଲ୍ମର ମୋଟ ନେଟ୍ ବକ୍ସ ଅଫିସ୍ କଲେକ୍ସନ 254.35 କୋଟି ଟଙ୍କା ହୋଇଛି। ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ 186.60 କୋଟି, ଦ୍ୱିତୀୟ ସପ୍ତାହରେ 54.61 କୋଟି ଏବଂ ତୃତୀୟ ସପ୍ତାହରେ 13.14 କୋଟି ଟଙ୍କା ବ୍ୟବସାୟ କରିଛି। 18 ତମ ଦିନ ଅର୍ଥାତ୍ ତୃତୀୟ ସୋମବାରରେ 'ସିଙ୍ଘମ ଏଗେନ' ସଂଗ୍ରହରେ ବହୁତ ହ୍ରାସ ଘଟିଥିଲା | ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର 18 ଦିନରେ ମାତ୍ର 1 କୋଟି ଟଙ୍କା ବ୍ୟବସାୟ କରିଥିଲା। 18 ଦିନ ପରେ, ଫିଲ୍ମର ମୋଟ କଲେକ୍ସନ 255.48 କୋଟି ଟଙ୍କା ହୋଇଛି ।