ହାଇଦ୍ରାବାଦ:ଏହି ଦିୱାଲୀ ଅବସରରେ ଅଜୟ ଦେବଗନଙ୍କ 'ସିଙ୍ଘମ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭୁଲେୟା 3' ମଧ୍ୟରେ ଦୁଇଟି ବଡ଼ ଚଳଚ୍ଚିତ୍ର ରିିଜ ହୋଇଥିବା ବେଳେ ଉଭୟ ଫିଲ୍ମ ନେଇ ପ୍ରେକ୍ଷାଳୟରେ କଡ଼ା ଟକ୍କର ଦେଖିବାକୁ ମିିଳିଛି । ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଦୁଇଟି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି । ଦୁଇଟି ଚଳଚ୍ଚିତ୍ର କଲେକ୍ସନ ବିଷୟରେ କହିବାକୁ ଗଲେ, ଉଭୟ ବମ୍ପର କଲେକ୍ସନ ସହ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଛି । ରିଲିଜର 6ଷ୍ଠ ଦିନରେ 'ଭୁଲ ଭୁଲେୟା 3' ପଛରେ ପକାଇ 150 କୋଟି ପାର୍ କରିଛି 'ସିଙ୍ଘମ ଏଗେନ' । ତେବେ ଉଭୟ ଫିଲ୍ମର କଲେକ୍ସନ ବର୍ତ୍ତମାନ ସୁଦ୍ଧା କେତେ ରିହଛି ? ଜାଣନ୍ତୁ,
'ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3' କଲେକ୍ସନ
ସାକ୍ନିଲକଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଉଭୟ ଫିଲ୍ମ ରିଲିଜର 6ଷ୍ଠ ଦିନରେ ପହଞ୍ଚିଛି । ସିଙ୍ଘମ ଏଗେନ 43.5 କୋଟି ସହ ଓପନିଂ କରିଥିବା ବେଳେ ବର୍ତ୍ତମାନ 6ଷ୍ଠ ଦିନ ଅର୍ଥାତ୍ ବୁଧବାର ଦିନ 10.25 କୋଟି ଟଙ୍କା ଆୟ କରିଛି । ସେହିପରି 'ଭୁଲ ଭୁଲେୟା 3' ପ୍ରଥମ ଦିନ 35.5 କୋଟି ଆୟ କରିଥିବା ବେଳେ 6ଷ୍ଠ ଦିନରେ 10.50 କୋଟି ଟଙ୍କା ଆୟ କରିଛି । ଏହା 'ସିଙ୍ଘମ ଏଗେନ' ର ମୋଟ ଘରୋଇ ବକ୍ସ ଅଫିସ୍ କୁ 164 କୋଟି ଟଙ୍କା ହୋଇଥିବା ବେଳେ 'ଭୁଲ ଭୁଲେୟା 3' 148.50 କୋଟି ଟଙ୍କା ଆୟ କରିଛି । ତେବେ ଏହିପରି 150 କୋଟି ପାର୍ କରିଛି 'ସିଙ୍ଘମ ଏଗେନ' 'ଭୁଲ ଭୁଲେୟା 3' ପଛରେ ପକାଇଛି ।
ସିଙ୍ଘମ ଏଗେନ ବକ୍ସ ଅଫିସ କଲେକ୍ସନ
- ପ୍ରଥମ ଦିନ- 43.5 କୋଟି
- ଦ୍ୱିତୀୟ ଦିନ- 42.5 କୋଟି
- ତୃତୀୟ ଦିନ- 35.75 କୋଟି
- 4ର୍ଥ ଦିନ- 18 କୋଟି
- 5ମ ଦିନ- 14 କୋଟି
- 6ଷ୍ଠ ଦିନ- 10.25 କୋଟି
- ମୋଟ 164.00 କୋଟି