ଓଡିଶା

odisha

ETV Bharat / entertainment

କାଲି ରିିଲିଜ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'; ବକ୍ସ ଅଫିସରେ ରୁହ ବାବା-ସିଙ୍ଘମ ଟକ୍କର, କିଏ ମାରିବ ବାଜି ? - SINGHAM AGAIN VS BHOOL BHULAIYAA 3

ଆସନ୍ତାକାଲି ଏକାସାଙ୍ଗେ ରିଲିଜ ହେବ 'ସିଙ୍ଘମ ଏଗେନ ଓ ଭୁଲ ଭୁଲେୟା 3' । ପ୍ରଥମ ଦିନ ପାଇଁ ଜୋରଦାର ଟିକେଟ ବିକ୍ରି ହୋଇଥିବା ବେଳେ ଏଥର କିଏ ମାରିବ ବାଜି ?

singham again vs bhool bhulaiyaa 3
singham again vs bhool bhulaiyaa 3 (ETV Bharat Odisha)

By ETV Bharat Entertainment Team

Published : Oct 31, 2024, 10:57 AM IST

ହାଇଦ୍ରାବାଦ:ଦୀୱାଲି ଅବସରରେ ପରଦାରେ ଧମାକା ଦେଖିବାକୁ ମିଳିବ । ଆସନ୍ତାକାଲି (ନଭେମ୍ୱବ 1)ରେ ଏକାସାଙ୍ଗେ ରିଲିଜ ହେବାକୁ ଯାଉଛି 'ସିଙ୍ଘମ ଏଗେନ ଓ ଭୁଲ ଭୁଲେୟା 3' । ଉଭୟ ଫିଲ୍ମରେ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିଥିବା ବେଳେ ଏଥର ଏହି ଉଭୟ ପ୍ରାଞ୍ଚାଇଜ ଫିଲ୍ମରେ ଭିନ୍ନ କାହାଣୀ ଦେଖିବେ ଦର୍ଶକ । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଏପର ସମୟରେ ବର୍ତ୍ତମାନ ପ୍ରଥମ ଦିନ ପାଇଁ ଜୋରଦାର ଟିକେଟ ବିକ୍ରି ହୋଇଛି । ତେବେ କେଉଁ ଫିଲ୍ମ ଆଡଭାନ୍ସ ବୁକିଂ କେତେ କଲାଣି ? ଜାଣନ୍ତୁ,

ଇଣ୍ଡଷ୍ଟ୍ରି ଟ୍ରାକର ସାକନିକଙ୍କ ଏକ ରିପୋର୍ଟ ଅନୁଯାୟୀ, ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ଭାରତରେ ମୋଟ 187,747 ଟିକେଟ୍ ବିକ୍ରି କରି ବ୍ଲକ୍ ସିଟ୍ ହିସାବ ନକରି 6.07 କୋଟି ଟଙ୍କା ଆୟ କରିଛି । ଏହାର ତୁଳନାରେ, 'ଭୁଲ ଭୁଲେୟା 3' 232,957 ଟିକେଟ୍ ବିକ୍ରି କରି 7.49 କୋଟି ଟଙ୍କା ରୋଜଗାର କରିଛି । ତେବେ କେଉଁ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଚି ଏବଂ ପ୍ରଥମ ଦିନରେ କେଉଁ ଫିଲ୍ମ ଅଧିକ ଆୟ କରିବାରେ ସଫଳ ହେଉଛି । ତାହା ଦେଖିବାକୁ ବାକି ରହିଲା ।

'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ,ଏହାଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:ସବୁ ହିନ୍ଦୀ ଫିଲ୍ମର ରେକର୍ଡ ଭାଙ୍ଗିଲା 'ସିଙ୍ଘମ ଏଗେନ', ଏହି ଦେଶରେ 197 ସ୍କ୍ରିନରେ ହେବ ରିଲିଜ

'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ନଜର ଆସିବେ । କହିରଖୁଛୁ କି, ବିଦ୍ୟା ବାଲାନ ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ଲୋକଙ୍କୁ ଡରାଇବାକୁ ପ୍ରସ୍ତୁତ ରହିଛନ୍ତି । 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details