ଚଣ୍ଡିଗଡ଼: ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦୁଃଖରେ ଭାଙ୍ଗପଡିଥିବା ପରିବାରକୁ ଆସିଛନ୍ତି ନୂଆ ଅତିଥି । ଗତ ରବିବାର ଦିନ ମୁସେୱାଲାଙ୍କ ମାତା ଚରଣ କୌର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହି ଶିଶୁଟି ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଜନ୍ମ ହୋଇଥିବା ବେଳେ ବର୍ତ୍ତମାନ ଶିଶୁ ଜନ୍ମକୁ ନେଇ ଅଡୁଆରେ ଛନ୍ଦି ହୋଇଛନ୍ତି ମୁସେୱାଲାଙ୍କ ପିତାମାତ । ସୋସିଆଲ ମିଡିଆରେ ବାପା ବାଲକୌର ଶିଶୁର ଜନ୍ମ ସମ୍ପର୍କରେ ପଞ୍ଜାବ ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ ଖବର ଆସିଛି ଯେ, କେନ୍ଦ୍ର ସରକାର ଏହି ରିପୋର୍ଟ ମାଗିଛନ୍ତି । ଏକ ଚିଠି କରି କେନ୍ଦ୍ର ପଞ୍ଜାବ ସରକାରଙ୍କଠାରୁ ଏହାର ଉତ୍ତର ମାଗିଥିବା ଜଣାପଡିଛି ।
କେନ୍ଦ୍ର ପଞ୍ଜାବ ସରକାରଙ୍କଠାରୁ ଉତ୍ତର ମାଗିଛି:ଏହି ଚିଠିରେ ପଞ୍ଜାବ ସରକାରଙ୍କୁ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ପ୍ରଶ୍ନ କରିଛି। କେନ୍ଦ୍ର ସରକାର ଆଇଭିଏଫ୍ ଟେକ୍ନୋଲୋଜି ବ୍ୟବହାର କରି ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ମାତା ଚରଣ କୌରଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନିୟମ ଅନୁଯାୟୀ, ଜଣେ ମହିଳାଙ୍କ ଏହି କୌଶଳ ବ୍ୟବହାର କରିବାର ବୟସ ସୀମା 21-50 ବର୍ଷ ମଧ୍ୟରେ ରହିବା ଦରକାର । ହେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ ସିଂ ୫୮ ବର୍ଷ ବୟସରେ ଆଇଭିଏଫ୍ ମାଧ୍ୟମରେ କିପରି ଏକ ସନ୍ତାନ ଜନ୍ମ ଦେଇଛନ୍ତି ସେନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ଦର୍ଶାଇବାକୁ କେନ୍ଦ୍ର ପଞ୍ଜାବ ସରକାରଙ୍କୁ ଉତ୍ତର ମାଗିଛି । କହିରଖୁଛୁ କି, ଏକ ଗଣମାଧ୍ୟମ ସଂସ୍ଥାର ଏକ ଆର୍ଟିକିଲକୁ ନେଇ କେନ୍ଦ୍ର ଏହି ଚିଠି କରିଥିବା ଜଣାପଡିଛି ।