ହାଇଦ୍ରାବାଦ:ବୁଧବାର ରାତିରେ, ଅଭିନେତା ଆମୀର ଖାନଙ୍କ ପୁଅ ଜୁନୈଦ ଖାନ ଏବଂ ଶ୍ରୀଦେବୀଙ୍କ ଝିଅ ଖୁସୀ କପୁର ଅଭିନୀତ ଫିଲ୍ମ 'ଲଭୟାପା' ସ୍କ୍ରିନିଂ ହୋଇଥିଲା । ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ବଲିଉଡର ବରିଷ୍ଠ କଳାକାରମାନେ ଯୋଗ ଦେଇଥିଲେ । ଏହି ସମୟରେ ବଲିଉଡର ତିନି ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତିନି ଖାନଙ୍କୁ ଶେଷ ଥର ପାଇଁ ଅନନ୍ତ ଅମ୍ବାନୀଙ୍କ ବିବାହରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆମୀର ଖାନଙ୍କ ପୁଅ ଜୁନୈଦଙ୍କୁ ସମର୍ଥନ କରିବାକୁ ଶାହାରୁଖ ଏବଂ ସଲମାନ ଖାନ ସ୍କ୍ରିନିଂରେ ପହଞ୍ଚିଥିବା ବେଳେ ପୁଣି 3 ଖାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଶାହରୁଖ-ସଲମାନ ଯୋଗ ଦେଇଥିଲେ
'ଲଭୟାପା'ର ସ୍ୱତନ୍ତ୍ର ସ୍କ୍ରିନିଂକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ଯୋଗ ଦେଇଥିଲେ । ଅଭିନେତାମାନେ ପହଞ୍ଚିବା ପରେ ଆମିର ସେମାନଙ୍କୁ ବହୁତ ଉତ୍ସାହର ସହିତ ସ୍ୱାଗତ କରିଥିଲେ । ଆମୀର ଶାହରୁଖ ଏବଂ ସଲମାନଙ୍କ ସହ ପାପାରାଜିଙ୍କ ସାମ୍ନାରେ ପୋଜ୍ ଦେଇଥିଲେ । ଏହି ସମୟରେ ଆମୀର ବ୍ଲାକ ଫ୍ୟାଣ୍ଟ ଏବଂ ବ୍ଲୁ ଜିନ୍ସରେ ନଜର ଆସିଥିବା ବେଳେ ସଲମାନ ଖାନ ବ୍ଲୁ ଜିନ୍ସ, ଗ୍ରୀନ ରଙ୍ଗର ସାର୍ଟ ଏବଂ ଶାହାରୁଖ ବ୍ଲୁ ଜିନ୍ସ ଓ ବ୍ଲାକ ସାର୍ଟରେ ଷ୍ଟାଇଲିସ୍ ଲୁକରେ ନଜର ଆସିଥିଲେ ।
ଏହି ତାରକା ମାନେ ବି ହୋଇଥିଲେ ସାମିଲ