ହାଇଦ୍ରାବାଦ:ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଅଛି । ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା । ସୈଫ୍ ହସ୍ପିଟାଲରୁ ଘରକୁ ପହଞ୍ଚିବା ପରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଥିଲେ । ପାପାରାଜିଙ୍କ ପାଇଁ ପୋଜ୍ ଦେବା ସହ ଅଭିବାଦନ ଜଣାଇଥିଲେ । ବର୍ତ୍ତମାନ ସୈଫ ଅଲି ଖାନ ତାଙ୍କୁ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭରଙ୍କୁ ଭେଟିଛନ୍ତି ।ଯାହାର ଫଟୋ ସାମ୍ନାକୁ ଆସିଛି ।
ଅଟୋ ଡ୍ରାଇଭରଙ୍କୁ ଭେଟିଲେ ସୈଫ ଅଲି ଖାନ
ଅଟୋ ଡ୍ରାଇଭର ଭଜନ ସିଂ ରାଣାଙ୍କ ସହ ସୈଫଙ୍କ ସାକ୍ଷାତକାରର ଫଟୋ ଭାଇରାଲ ହୋଇଛି । ଫଟୋରୁ ସ୍ପଷ୍ଟ ହୋଇଛି ଯେ ସୈଫ୍ ମଙ୍ଗଳବାର ଦିନ ହସ୍ପିଟାଲରେ ଅଟୋ ଡ୍ରାଇଭରଙ୍କୁ ଭେଟିଥିଲେ । ଫଟୋରେ ସୈଫ ହ୍ୱାଇଟ୍ ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବାର ଦେଖାଯାଉଛି । ସେ ମଧ୍ୟ କଳା ଚଷମା ପିନ୍ଧିଛନ୍ତି । ସୈଫ ଡ୍ରାଇଭରଙ୍କ କାନ୍ଧରେ ହାତ ରଖି ଏକାଠି ବସି ଏକ ଫଟୋ ମଧ୍ୟ ଉଠାଇଥିଲେ । ଏଥିସହ ସୈଫ ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ମଧ୍ୟ ଜଣାଇଥିଲେ । ସୈଫ ଡ୍ରାଇଭରଙ୍କ କାମକୁ ପ୍ରଶଂସା କରିଥିଲେ । ସୈଫ କହିଥିଲେ, ''ସମସ୍ତଙ୍କୁ ଏହିପରି ସାହାଯ୍ୟ କରିଚାଲ । ତୁମେ ସେହି ଦିନ ଭଡା ଦେଇନି ପାଇଁ ଚିନ୍ତା କରନାହିଁ ତେବେ ତାହା ତୁମକୁ ମିଳିବ । ଯଦି ତୁମକୁ ଜୀବନରେ କୌଣସି ପ୍ରକାରର ସାହାଯ୍ୟର ଆବଶ୍ୟକତା ଅଛି, ତେବେ ମୋତେ ମନେ ରଖ ।'' ଏହି ସମୟରେ ସୈଫ ଅଲି ଖାନଙ୍କ ମାଆ ଶର୍ମିଲା ଟାଗୋର ଏବଂ ପତ୍ନୀ କରୀନା କପୁର ମଧ୍ୟଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଯେତେବେଳେ ଭଜନ ସିଂ ରାଣାଙ୍କୁ ପଚରାଗଲା ଯେ ସେ ହସ୍ପିଟାଲରେ କିପରି ପହଞ୍ଚିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ସେଠାରେ ଉପସ୍ଥିତ ଥିଲେ । ଏନେଇ ସେ କହିଲେ ଯେ ସେ ଏକ ମାସ୍କ ପିନ୍ଧି ହସ୍ପିଟାଲରେ ପ୍ରବେଶ କରିଥିଲେ । ସୈଫଙ୍କ ପକ୍ଷରୁ ତାଙ୍କ ଜଣେ ସହାୟକ ମୋତେ କଲ୍ କରିଥିଲେ । ମୁଁ ତାଙ୍କୁ ଦେକା କରିବାକୁ ମେଡିକାଲ ପହଞ୍ଚିଥିଲି । ମୁଁ ପ୍ରାର୍ଥନା କରୁଛି ସୈଫ ଅଲି କାନ ଶୀଗ୍ର ସୁସ୍ଥ ହୋଇଯାଆନ୍ତୁ ।