ହାଇଦ୍ରାବାଦ:ରାପର୍ ରଫ୍ତାର, ଯାହାଙ୍କ ପ୍ରକୃତ ନାମ ଦିଲିନ୍ ନାୟାର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଛାଡପତ୍ରର 5 ବର୍ଷ ପରେ, ରଫତାର ପୁଣି ଥରେ ବିବାହ କରିଛନ୍ତି । ଶୁକ୍ରବାର, ଜାନୁଆରୀ 31 ତାରିଖରେ ଏକ ବ୍ୟକ୍ତିଗତ ସମାରୋହରେ ଫ୍ୟାଶନ୍ ଷ୍ଟାଇଲିଷ୍ଟ ତଥା ଅଭିନେତ୍ରୀ ମନରାଜ ଜୱନ୍ଦାଙ୍କୁ ବିବାହ କରିଛନ୍ତି । ଯେଉଁଥିରେ ତାଙ୍କର କିଛି ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ପାରମ୍ପରିକ ବିବାହର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପୁଣି ହାତକୁ ଦି'ହାତ ହେଲେ ରଫତାର୍
ରଫତାର ଏବଂ ମନରାଜଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦମ୍ପତି ସୁନ୍ଦର ପାରମ୍ପରିକ ସାଉଥ ଭାରତୀୟ ପୋଷାକରେ ନଜର ଆସିଛନ୍ତି । ରଫତାର ଏବଂ ମନରାଜଙ୍କ ବିବାହ ପୂର୍ବ ଉତ୍ସବର ଅନେକ ଫଟୋ ଏବଂ ଭିଡିଓ ଅନଲାଇନରେ ଭାଇରାଲ ହୋଇଥିଲା, ଯାହା ଲୋକଙ୍କୁ ସନ୍ଦେହ କରିଥିଲା ଯେ ସେମାନେ ବିବାହ କରୁଛନ୍ତି, ଯଦିଓ ଆନୁଷ୍ଠାନିକ ଭାବରେ କିଛି ପ୍ରକାଶ କରାଯାଇ ନଥିଲା । କିନ୍ତୁ ଏବେ ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ, ପ୍ରଶଂସକମାନେ ସେମାନଙ୍କୁ ଅନେକ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ବର୍ତ୍ତମାନ ଉଭୟଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା ।
ରଫତାରଙ୍କ ଦ୍ୱିତୀୟ ବିବାହ