ହାଇଦ୍ରାବାଦ:ଦୀପିକା ପାଦୁକୋନ ଏବଂ ରଣଭୀର ସିଂ 8 ସେପ୍ଟେମ୍ବର 2024 ରେ ପିତାମାତା ହୋଇଥିଲେ । ଦୀପିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ସେ ଦୁଆ ପାଦୁକୋନ ସିଂ ରଖିଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ଛୋଟ ରାଜକୁମାରୀ ବର୍ତ୍ତମାନ 3 ମାସର ହୋଇଛନ୍ତି । ଦୁଆଙ୍କ ତୃତୀୟ ମାସ ଜନ୍ମଦିନ ଅବସରରେ ରଣଭୀରଙ୍କ ମାଆ ତଥା ଦୁଆଙ୍କ ଜନ୍ମଦିନରେ ଅଞ୍ଜୁ ଭବନାନୀ ନାତୁଣୀ ଉପରେ ପ୍ରେମ ବର୍ଷା କରିଛନ୍ତି । ଏହି ସମୟରେ ସେ ଏପରି ଏକ ମହତ କାମ କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ଏହି ମହତ କାମ କଲେ ରଣଭୀରଙ୍କ ମାଆ
ଜେଜେମାଆ ଅଞ୍ଜୁ ରଣଭୀର-ଦୀପିକାଙ୍କ ଝିଅ ଦୁଆଙ୍କ ତୃତୀୟ ମାସ ଜନ୍ମଦିନରେ ନିଜ କେଶ ଦାନ କରିଛନ୍ତି । ରଣଭୀରଙ୍କ ମାଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଅଞ୍ଜୁ ପୋଷ୍ଟରେ ଲେଖିଛନ୍ତି, “ମୋର ପ୍ରିୟ ଦୁଆ ତୃତୀୟ ମାସର ଜନ୍ମଦିନର ଶୁଭେଚ୍ଛା । ଏହି ଖାସ ଦିନକୁ ଆମେ ପ୍ରେମ, ଆଶା ଓ ଉତ୍ସାହର ସହ ପାଳନ କରୁଛୁ । ଆମେ ଯେମିତି ଦୁଆଙ୍କ ଆନନ୍ଦ ଏବଂ ସୌନ୍ଦର୍ଯ୍ୟକୁ ବଢୁଥିବା ଦେଖୁଛୁ, ସେହିପରି ଆମେ ସତ୍ୟତା ଏବଂ ଦୟାଳୁ ଶକ୍ତି ଉପରେ ସ୍ମରଣ କରୁଛୁ । ଆଶା କରୁଛି ଯେ ଏହି ଛୋଟ କାର୍ଯ୍ୟଟି କଷ୍ଟଦାୟକ ସମୟ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ଆରାମ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିପାରିବ ।'
ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ନଜର ଆସିଥିଲେ ଦୀପିକା