ଓଡିଶା

odisha

ETV Bharat / entertainment

ରାଜ କପୁରଙ୍କ ଜୟନ୍ତୀ; ଗୋଟିଏ ଫ୍ରେମରେ କଏଦ 'ଶୋମ୍ୟାନ୍'ଙ୍କ ଫ୍ୟାମିଲି, ରେଖାଙ୍କ ସମେତ ଏହି ଷ୍ଟାର ବି ସାମିଲ - RAJ KAPOOR 100TH BIRTH ANNIVERSARY

ବଲିଉଡ କପୁର ପରିବାର 'ଶୋମ୍ୟାନ୍' ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି । ଏହି ସମୟରେ ପରିବାର ସମେତ ଅନେକ ସେଲିବ୍ରିଟି ସାମିଲ ରହିଛନ୍ତି ।

raj kapoor 100th birth anniversary
raj kapoor 100th birth anniversary (ANI)

By ETV Bharat Entertainment Team

Published : Dec 14, 2024, 12:24 PM IST

ହାଇଦ୍ରାବାଦ:ଆଜି (14 ଡିସେମ୍ବର) ହେଉଛି 'ଶୋମ୍ୟାନ୍' ତଥା ବଲିଉଡ ଭେଟେରାନ ଅଭିନେତା ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଗତ ଶୁକ୍ରବାର ସିନେମା ପ୍ରେମୀଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ସାମିଲ ହୋଇଥିଲେ । ଏହି ସମୟରେ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା ରାଜ କପୁରଙ୍କ କିଛି ବଡ ଚଳଚ୍ଚିତ୍ର ପାଳନ କରିବାକୁ ଆଜି ମୁମ୍ବାଇରେ ଏକ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି । ଯାହା ତାଙ୍କର 100 ତମ ଜନ୍ମ ବାର୍ଷିକୀ ଅବସରରେ ପାଳନ କରାଯାଉଛି ।

ଗୋଟିଏ ଫ୍ରେମରେ କପୁର ଫ୍ୟାମିଲି

ଏହି ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ଗତ ଶୁକ୍ରବାର ଦିନ ଦ ଗେଏଷ୍ଟ ଶୋ’ମ୍ୟାନଙ୍କ ପରିବାର ସଦସ୍ୟ ରାଜ କପୁରଙ୍କ ସିନେମା କାର୍ଯ୍ୟକୁ ପୁନର୍ଜୀବିତ କରିବାକୁ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କପୁର ପରିବାର ଏକାଠି ପୋଜ୍ ଦେଇଥିଲେ । ରାଜ କପୁରଙ୍କ ପୁଅ ରନ୍ଧୀର କପୁର, ଝିଅ ରେମା ଜୈନ, ବୋହୂ ବବିତା ଏବଂ ନୀତୁ କପୁରଙ୍କ ଠାରୁ ନାତି ରଣବୀର କପୁର ଏବଂ ନାତୁଣୀ କରୀନା କପୁର, କରିସ୍ମା କପୁର ଏବଂ ରିଦ୍ଧିମା କପୁର ସାହନି ସମସ୍ତେ ଗ୍ରାଣ୍ଡ ଷ୍ଟାଇଲରେ ଏହି ମହୋତ୍ସବରେ ଯୋଗ ଦେଇଥିଲେ। କପୁର ପରିବାରକୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ତାରକା ବି ହେଲେ ସାମିଲ

କେବଳ କପୁର ପରିବାର ନୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଡ ତାରକା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରେମ ଚୋପ୍ରା, ଜିତେନ୍ଦ୍ର, ରେଖା, କାର୍ତ୍ତିକ ଆର୍ଯ୍ୟନ, ବିକି କୌଶଲ, ମହେଶ ଭଟ୍ଟ, ସଞ୍ଜୟ ଲୀଲା ବଂଶାଲୀ, ରିତେଶ ଦେଶମୁଖ, ହୁମା କ୍ୟୁରେଶୀ ଏବଂ ଶର୍ମନ ଯୋଶୀଙ୍କ ସହ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ମୋଦିଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଲେ କପୁର ଫ୍ୟାମିଲି

ରାଜ କପୁରଙ୍କ ଜୟନ୍ତୀରେ 10ଟି ଆଇକନ୍ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ

କହିରଖୁଛୁ କି,ଏହି ଗ୍ରାଣ୍ଡ ଇଭେଣ୍ଟରେ ଆର.କେ ଫିଲ୍ମ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଏବଂ NFDC- ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍ ଅଫ୍ ଇଣ୍ଡିଆ ଦଗ୍ରେଚ ଶୋମ୍ୟାନ୍ ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଏହି ଉତ୍ସବରେ ରାଜ କପୁରଙ୍କ 10ଟି ଆଇକନ୍ ଚଳଚ୍ଚିତ୍ର 40 ଟି ସହର ଏବଂ 135 ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ । ପ୍ରାୟ ଚାରି ଦଶନ୍ଧି ଧରି ରାଜ କପୁରଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ କାର୍ଯ୍ୟଗୁଡ଼ିକୁ ଆଲୋକିତ କରିବାକୁ ଏହି ଉତ୍ସବର ଲକ୍ଷ୍ୟ ରହିଛି । ଏଥିମଧ୍ୟରେ ଆଗ (1948), ବରସାତ୍ (1949), ଶ୍ରୀ 420 (1955), ଆୱାରା (1951), ଜାଗତେ ରହୋ (1956), ସଙ୍ଗମ (1964), ଜିଶ ଦେଶ ମେନ ଗଙ୍ଗା ବେହତି ହେ (1960), ମେରା ନାମ ଜୋକର (1970), ବବି (1973), ରାମ ତେରୀ ଗଙ୍ଗା ମେଲି (1985) ପରି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details