ଓଡିଶା

odisha

ETV Bharat / entertainment

'ପୁଷ୍ପା 2' ନୂଆ ରିଲିଜ ଡେଟ୍ ଘୋଷଣା, ଏହି ଦିନ ପରଦାକୁ ଆସିବ ଫିଲ୍ମ

ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨'ର ପୂର୍ବରୁ 6 ଡିସେମ୍ବରରେ ରିଲିଜ ହେବାର ଥିଲା । କିନ୍ତୁ ବର୍ତ୍ତମାନ ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଛି । କେବେ ରିଲିଜ ହେବ ଫିଲ୍ମ? ଜାଣନ୍ତୁ,

Pushpa 2 new release date
Pushpa 2 new release date (Film poster)

By ETV Bharat Entertainment Team

Published : 6 hours ago

ହାଇଦ୍ରାବାଦ:2024 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା 2: ଦ ରୁଲ୍' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଛି । ଫିଲ୍ମ 'ପୁଷ୍ପା 2' ପୂର୍ବରୁ 6 ଡିସେମ୍ବର 2024 ରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ବଦଳିଛି । ଆଜି ହାଇଦ୍ରାବାଦରେ 'ପୁଷ୍ପା ୨' ନିର୍ମାତାଙ୍କ ଗ୍ରାଣ୍ଡ ନ୍ୟାସନାଲ ପ୍ରେସମିଟରେ 'ପୁଷ୍ପା ୨'ର ନୂତନ ରିଲିଜ ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । କେବେ ରିଲିଜ ହେବ ଫିଲ୍ମ? ଜାଣନ୍ତୁ,

ଏବେ 'ପୁଷ୍ପା 2' କେବେ ରିଲିଜ ହେବ?

'ପୁଷ୍ପା ୨'ର ନିର୍ମାତା ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତା ଆଜି ପ୍ରେସମିଟ କରିବା ସହ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଏବଂ ଏକ୍ସ ହ୍ୟାଣ୍ଡେଲରେ' ପୁଷ୍ପା ୨'ର ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । 'ପୁଷ୍ପା ୨'ର ନୂଆ ରିଲିଜ୍ ତାରିଖ ଘୋଷଣା ହେବା ମାତ୍ରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି । 'ପୁଷ୍ପା 2' ପୂର୍ବରୁ 6 ଡିସେମ୍ବର 2024 ରେ ମୁକ୍ତିଲାଭ କରିବାର ଥିଲା ​। ନିର୍ମାତା ବର୍ତ୍ତମାନ 'ପୁଷ୍ପା 2' ଗୋଟିଏ ଦିନ ପୂର୍ବରୁ 5 ଡିସେମ୍ବର 2024 ରେ ମୁକ୍ତିଲାଭ କରିବାକୁ ନିଷ୍ପତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା ୨' ର ପ୍ରଥମ ଗୀତ ରିଲିଜ, ମିକା ସିଂଙ୍କ ସ୍ୱର-ଅଲ୍ଲୁଙ୍କ ଡ୍ୟାନ୍ସ ତଡକା ଦେଖି ଫିଦା ଫ୍ୟାନ୍ସ

'ପୁଷ୍ପା ୨'ର ପ୍ରଶଂସକଙ୍କୁ ଏହି ଖୁସି ଖବର ସେୟାର କରି 'ପୁଷ୍ପା ୨'ର ନିର୍ମାତା ଲେଖିଛନ୍ତି, ବର୍ତ୍ତମାନ ଉତ୍ସବ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ, ଗୋଟିଏ ଦିନ ପୂର୍ବରୁ ବକ୍ସ ଅଫିସରେ ଧମାକା ହେବ ଏବଂ ଏକ ରେକର୍ଡ ହେବ । ଗୋଟିଏ ଦିନ ପୂର୍ବରୁ ପ୍ରସ୍ତୁତ ପୁଷ୍ପା ଏକ ଦିନ ପୂର୍ବରୁ ବକ୍ସ ଅଫିସରେ ଧମାକା କରିବାକୁ ଆସୁଛି । ସବୁଠୁ ବଡ ଭାରତୀୟ ଚଳଚ୍ଚିତ୍ର ପୁଷ୍ପା 2 ବର୍ତ୍ତମାନ ଡିସେମ୍ବର 5 ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି।

ଏହା ମଧ୍ୟ ପଢନ୍ତୁ:ପୁଷ୍ପା ୨ ଟିଜର ଆଉଟ୍, ଫ୍ୟାନ୍ସଙ୍କୁ ଫିଦା କଲା ଅଲ୍ଲୁଙ୍କ ନୂଆ ଅବତାର

'ପୁଷ୍ପା: ଦ ରୁଲ', 'ପୁଷ୍ପା: ଦ ରାଇଜ'ର ସିକ୍ବେଲ

ସୂଚନା ଥାଉ କି, ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଯାହା 2021 ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍‌ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ତେବେ ପ୍ରଥମ ଭାଗ ପରି 2ୟ ଭାଗରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ ଏବଂ 'ପୁଷ୍ପା ୨' ମଧ୍ୟ ପ୍ରଥମ ଭାଗ ପରି ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details