ଓଡିଶା

odisha

ETV Bharat / entertainment

ପରଦାରେ 'ଆଞ୍ଜେଲ', ଶିଶୁ ଚାଲାଣର ସୁନ୍ଦର ବାର୍ତ୍ତା ଦେଉଛି ଫିଲ୍ମ - ODIA FILM ANGEL RELEASE

ସାରା ଓଡ଼ିଶାରେ ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଆଞ୍ଜେଲ' । ଶିଶୁ ଚାଲାଣ ନେଇ ସୁନ୍ଦର ବାର୍ତ୍ତା ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

odia film angel release
odia film angel release (ETV Bharat Odisha)

By ETV Bharat Entertainment Team

Published : Jan 31, 2025, 4:27 PM IST

ଭୁବନେଶ୍ୱର: ପରଦାକୁ ଆସିଲା ନିଆରା ଓଡ଼ିଆ ଫିଲ୍ମ 'ଆଞ୍ଜେଲ' । ଆଜି (ଜାନୁଆରୀ 31)ରେ ସସ୍ପେନ୍ସ, ଥ୍ରୀଲର ଭରା ଏହି ଫିଲ୍ମ ସାରା ଓଡ଼ିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ରାଜଧାନୀ ସ୍ଥିତ ସ୍ଵାତି କଂପ୍ଲେକ୍ସରେ ଏହାର ପ୍ରିମିୟର ଶୋ' ହୋଇଯାଇଛି । ଫିଲ୍ମର ଷ୍ଟାରକାଷ୍ଟ, ସିନେ ସମୀକ୍ଷକଙ୍କ ସମେତ ଦର୍ଶକ ଫିଲ୍ମ ଦେଖିଥିବା ବେଳେ ପ୍ରଥମ ଦିନରେ ଶୋ' ହାଉସଫୁଲ ରହିଛି । ଫିଲ୍ମର ଖୁବ ପ୍ରଶଂସା କରିଛନ୍ତି ସିନେ ସମୀକ୍ଷକ ଏବଂ ଦର୍ଶକ ।

odia film angel release (ETV Bharat Odisha)

ଶିଶୁ ଚାଲାଣର ସୁନ୍ଦର ବାର୍ତ୍ତା ଦେଉଛି ଫିଲ୍ମ

ଆଞ୍ଜେଲର ସମସ୍ତ କଳାକାର, ଟେକ୍ନିସିଆନଙ୍କ ସମେତ ଓଲିଉଡ଼ର ଅନେକ ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସିନେ ସମୀକ୍ଷକ ମାନେ ପ୍ରିମିୟର ସୋ ଦେଖିଛନ୍ତି । ଫିଲ୍ମରେ ଶିଶୁ ଚାଲାଣର ସୁନ୍ଦର ବାର୍ତ୍ତା ଦିଆଯାଇଛି । ତେବେ ଛୋଟ ଛୁଆ ଟ୍ରାକିଂକୁ ନେଇ ସିନେମା ଗଢ଼ା ହୋଇଥିବା ବେଳେ ସମସ୍ତ ଦର୍ଶକ ଏହି ସିନେମା ଭଲ ଲାଗିଛି ବୋଲି କହିଛନ୍ତି ଦର୍ଶକ ।


'ଆଞ୍ଜେଲ' ଫିଲ୍ମର କାହାଣୀ

ଜଣେ ସାହସୀ ପୋଲିସ ଅଧିକାରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୮ ବର୍ଷର ଝିଅକୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି ଏବଂ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ସୂର୍ଯ୍ୟକାନ୍ତ ମାଷ୍ଟରମାଇଣ୍ଡକୁ ଧରିପାରିଛନ୍ତି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି । ଦକ୍ଷ ପୋଲିସର କର୍ତ୍ତବ୍ୟନିଷ୍ଠାର ପରାକାଷ୍ଠା ସହ ସସପେନ୍ସ ଥ୍ରୀଲର ଏବଂ ମର୍ମସ୍ପର୍ଶୀ ଆକ୍ସନ୍ ଏହି ଓଡିଆ ସିନେମା "ଆଞ୍ଜେଲ" ରେ ଦେଖିବାକୁ ପାଇଛନ୍ତି ଦର୍ଶକ ।


'ଆଞ୍ଜେଲ' ଫିଲ୍ମର ଷ୍ଟାରକାଷ୍ଟ

ତେବେ ଚଳଚ୍ଚିତ୍ରଟି ଶୁଭମ ସିନେ ପ୍ରଡ଼କସନ ବ୍ୟାନରର ପ୍ରଥମ ଅବଦାନ ହୋଇଥିବା ବେଳେ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । କାହାଣୀ,ସଂଳାପ ସହିତ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ରୀୟ ପ୍ରଧାନ । କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ ରହିଛନ୍ତି । "ଆଞ୍ଜେଲ" ରେ ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର ଏବଂ ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଅଭିନୟ କରିଛନ୍ତି । ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି ।

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details