ଓଡିଶା

odisha

By ETV Bharat Entertainment Team

Published : 5 hours ago

ETV Bharat / entertainment

ରାଘବ-ପରିଣୀତିଙ୍କ ବିବାହକୁ ପୂରିଲା ବର୍ଷେ, ଏମିତି ସେଲିବ୍ରେଟ କଲେ ଦମ୍ପତି - Ragneeti 1st wedding anniversary

Ragneeti 1st wedding anniversary: ସେପ୍ଟେମ୍ୱର 24ରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ବର୍ଷେ ପୂରିଛି । ଏହି ଅବସରରେ ଦମ୍ପତି ପ୍ରଥମ ବିବାହ ବାର୍ଷିକୀକୁ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଝଲକ ଦେଖାଇଛନ୍ତି ।

ରାଘବ-ପରିଣୀତିଙ୍କ ବିବାହକୁ ପୂରିଲା ବର୍ଷେ, ଏମିତି ସେଲିବ୍ରେଟ କଲେ ଦମ୍ପତି
ରାଘବ-ପରିଣୀତିଙ୍କ ବିବାହକୁ ପୂରିଲା ବର୍ଷେ, ଏମିତି ସେଲିବ୍ରେଟ କଲେ ଦମ୍ପତି (File Photo, ANI)

ହାଇଦ୍ରାବାଦ:24 ସେପ୍ଟେମ୍ବରରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଗତବର୍ଷ ଏହି ଦିନ ଉଭୟଙ୍କ ହାତଗଣ୍ଠି ପଡିଥିଲା । ତେବେ ପରିଣୀତି ଏବଂ ରାଘବ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ବିଚ୍ ରେ ସେଲିବ୍ରେଟ କରିଛନ୍ତି । ଉଭୟ ରୋମାଣ୍ଟିକ ଅନ୍ଦାଜରେ ବିବାହ ବାର୍ଷିକୀ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ।

ରାଘବ-ପରିଣୀତିଙ୍କ ବିବାହକୁ ପୂରିଲା ବର୍ଷେ

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପ୍ରଥମ ବିବାହ ବାର୍ଷିକୀ ପାଳନର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦମ୍ପତି ସମୁଦ୍ର କୂଳରେ ହାତଧରି ବୁଲୁଥିବାର ନଜର ଆସିଛନ୍ତି। ଗୋଟିଏ ଫଟୋରେ, ସମୁଦ୍ର କୂଳରେ ଏକ ଚେୟାରରେ ବସିଥିବା ବେଳେ ଅନ୍ୟ ଫଟୋରେ ଦମ୍ପତି ପରସ୍ପରକୁ ହଗ୍ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ପରିଣୀତି ଲେଖିଛନ୍ତି, 'ରାଘବ ଏବଂ ମୁଁ ଏକାଠି ଉପଭୋଗ କରିଥିଲୁ । ରାଘବ ଏବଂ ମୁଁ ମଧ୍ୟ ଆପଣମାନଙ୍କ ଶୁଭେଚ୍ଛାପଢିଲୁ । ଧନ୍ୟବାଦ ।

ରାଘବଙ୍କ ପାଇଁ ଇମୋସନାଲ ହେଲେ ପରିଣୀତି

ପରିଣୀତି ଆହୁରି ଲେଖିଛନ୍ତି,''ରାଗାଇ.. ମୁଁ ଜାଣେ ନାହିଁ ମୋର ଅତୀତ କ’ଣ, ଯାହା ପାଇଲି ମୁଁ ନିଜକୁ ଗର୍ବ ମନେ କରୁଛି । ମୋ ସ୍ୱାମୀ ଜଣେ ଭଦ୍ରବ୍ୟକ୍ତି, ସେ ମୋର ବନ୍ଧୁ, ସାଥୀ, ଭଲ ସ୍ୱାମୀ ଏବଂ ସଚ୍ଚୋଟ । ଏଥିସହ ସେ ଜଣେ ଭଲ ଭାଇ, ପୁଅ ଏବଂ ଜ୍ୱାଇଁ ମଧ୍ୟ । ମୁଁ ତୁମକୁ ବହୁତ ଭଲ ପାଏ । ଶୁଭ ବାର୍ଷିକୀ ରାଘବ, ଆମେ ଅଲଗା ନୁହଁ ।'' ରାଘବ ଷ୍ଟାର ପତ୍ନୀଙ୍କ ପୋଷ୍ଟରେ ହାର୍ଟ ଇମୋଜି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ପାରୁ ତମେ ମୋ ଜୀବନରେ ଆଲୋକ ଭରି ଦେଇଛ, ଏପରି ଶୁଭେଚ୍ଛା ଜଣାଇଲେ ରାଘବ

ସୂଚନା ଥାଉ କି, ମେ ୧୩, ୨୦୨୪ରେ ନିର୍ବନ୍ଧ ପରେ ସେପ୍ଟେମ୍ବର ୨୪, ୨୦୨୩ରେ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ବିବାହ ହୋଇଥିଲା । ଖୁବ ଧୁମଧାମରେ ଏହି ଦମ୍ପତି ରାଜସ୍ଥାନର ଉଦୟପୁରରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି ଦମ୍ପତି ସେଠାରେ ସେମାନଙ୍କର ହଲଦୀ, ସଂଗୀତ ଏବଂ ମେହେନ୍ଦୀ ସମାରୋହ ମଧ୍ୟ କରିଥିଲେ । ସେ ସେଠାରେ ତାଙ୍କ ପାଇଁ ଏକ ରିସେପ୍ସନ୍ ମଧ୍ୟ ଆୟୋଜନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ସାତଜନ୍ମର ସାଥୀ ହେଲେ ରାଘବ-ପରିଣୀତି, ସରିଲା ବିବାହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details