ଓଡିଶା

odisha

ETV Bharat / entertainment

ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ, ଶେଷ ଦର୍ଶନ କରୁଛନ୍ତି ସେଲିବ୍ରିଟି - Pankaj Udhas

Pankaj Udhas Last Rites: ଆଜି ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ । ବର୍ତ୍ତମାନ ଗାୟକଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର ସମେତ ସେଲିବ୍ରିଟି ।

ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ, ଗାୟକଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର ସମେତ ସେଲିବ୍ରିଟି
ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ, ଗାୟକଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର ସମେତ ସେଲିବ୍ରିଟି

By ETV Bharat Odisha Team

Published : Feb 27, 2024, 4:03 PM IST

ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ, ଗାୟକଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର ସମେତ ସେଲିବ୍ରିଟି

ମୁମ୍ୱାଇ:ଆରପାରିରେ ଭେଟେରାନ ଗଜଲ ଗାୟକ ତଥା ପଦ୍ମଶ୍ରୀ ପଙ୍କଜ ଉଧାସ । ସୋମବାର ୭୨ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଜି(ମଙ୍ଗଳବାର) ପଙ୍କଜ ଉଧାସଙ୍କ ଶେଷକୃତ୍ୟ କରାଯିବ । ଆଉ ମାତ୍ର କିଛି ସମୟର ଅପେକ୍ଷା ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ବର୍ତ୍ତମାନ ମୁମ୍ୱାଇ ସ୍ଥିତ ବାସଭବନରେ ଗାୟକଙ୍କ ଶେଷ ଦର୍ଶନ କରୁଛନ୍ତି ପରିବାର, ସମ୍ପର୍କୀୟ ସମେତ ବି-ଟାଉନର ତମାମ ସେଲିବ୍ରିଟି ।

ଆଜି ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ମୁମ୍ୱାଇ ୱର୍ଲିର ହିନ୍ଦୁ ଶ୍ମଶାନରେ ଭେଟେରାନ ଗାୟକ ପଙ୍କଜ ଉଧାସଙ୍କ ଶେଷକୃତ୍ୟ କରାଯିବ । ମୁମ୍ୱାଇ ପୋଲିସଙ୍କ ଗାର୍ଡ ଅଫ ଅନର ସହ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ । ପଙ୍କଜ ଉଦାସଙ୍କ ମୃତଦେହ ବର୍ତ୍ତମାନ ମୁମ୍ବାଇରେ ତାଙ୍କ ବାସଭବନରେ ରହିଛି। ଯେଉଁଠାରୁ ତାଙ୍କୁ ସ୍ୱତନ୍ତ୍ର ଶୋଭାଯାତ୍ରାରେ ମୁମ୍ବାଇର ୱର୍ଲି ସ୍ଥିତ ହିନ୍ଦୁ ଶ୍ମଶାନକୁ ନିଆଯିବ । ବର୍ତ୍ତମାନ ତାଙ୍କ ବାସଭବନରେ ପରିବାର, ସମ୍ପର୍କୀୟ, ବନ୍ଧୁଗଣ ସମେତ ବି-ଟାଉନର ତମାମ ସେଲିବ୍ରିଟି ଶେଷ ଦର୍ଶନ କରୁଛନ୍ତି ।

ପଙ୍କଜ ଉଧାସଙ୍କ ଶେଷ ଦର୍ଶନ ପାଇଁ ଗାୟକଙ୍କ ବାସଭବନରେ ପହଞ୍ଚିଛନ୍ତି ତବଲା ବାଦକ ଜାକିର ହୁସେନ । ଏଥିସହ ସୁନୀଲ ଗାଭାସ୍କର, ବିଦ୍ୟା ବାଲନ, ଶଙ୍କର ମହାଦେବନ ସମେତ ଅନେକ ସେଲିବ୍ରିଟି ଭେଟେରାନ ଗାୟକଙ୍କ ଶେଷ ଦର୍ଶନ କରିଛନ୍ତି । ଏଥିସହ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ପଙ୍କଜ ଉଧାସଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଏହା ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆଜି ମୁମ୍ୱାଇରେ ପଙ୍କଜ ଉଧାସଙ୍କ ଶେଷକୃତ୍ୟ, ପ୍ରଧାନମନ୍ତ୍ରୀ ସମେତ ସେଲିବ୍ରିଟିଙ୍କ ଶୋକ

ସୂଚନା ଯୋଗ୍ୟ ଯେ, ପଙ୍କଜ ଉଧାସ ମେ ୧୭, ୧୯୫୧ରେ ଗୁଜୁରାଟର ଜେଟତପୁରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେ 'ଆହଟ' ନାମକ ଏକ ଗଜଲ ଆଲବମ୍ ରିଲିଜ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ସେ ଭାରତରେ ଗଜଲ ସଙ୍ଗୀତ ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବଲିଉଡରେ ଗଜଲ ଗାୟକ ସଂଜୟ ଦତ୍ତଙ୍କ ଫିଲ୍ମ 'ନାମ' ପାଇଁ ଲୋକପ୍ରିୟ ଟ୍ରାକ 'ଚିଠି ଆଇ ହେ' ଗାଇଥିଲେ । ଏହି ଗୀତଟି ଶ୍ରୋତାଙ୍କ ବେଶ ମନକୁ ଛୁଇଁଥିଲା । ଆଜି ବି ଏହି ଗୀତକୁ ଲୋକେ ଶୁଣିବାକୁ ବେଶ ଭଲପାଆନ୍ତି । ପଙ୍କଜ ଉଧାସଙ୍କୁ ମଧ୍ୟ ସଙ୍ଗୀତ କ୍ଷେତ୍ରରେ ନିଜର ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

For All Latest Updates

ABOUT THE AUTHOR

...view details