ହାଇଦ୍ରାବାଦ:ଆଜି, ନଭେମ୍ୱର 14ରେ28 ବର୍ଷରେ ପାଦ ଥାପିଲେ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ । ବିବାହ ପରେ ତମନ୍ନା ସ୍ୱାମୀ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ନିଜ ଜନ୍ମଦିନ ସେଲିବ୍ରିଟ କରିଛନ୍ତି । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଛନ୍ତି । ସେପଟେ ଏହି ଅବସରରେ ସିଦ୍ଧାର୍ଥ ମଧ୍ୟ ପତ୍ନୀ ତମନ୍ନାଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟ ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ମଧ୍ୟ ତମନ୍ନାଙ୍କୁ ଶୁଭକାମନା ଜଣାଇଛନ୍ତି ।
ରୋମାଣ୍ଟିକ ଅନ୍ଦାଜରେ ଲେଡି ଲଭକୁ ୱିସ୍
ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରି ଏକ ସୁନ୍ଦର ନୋଟ୍ ଲେଖିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''ସାଧାରଣରେ ଅଭିବାଦନ ଠାରୁ ଆରମ୍ଭ କରି ସ୍ୱାମୀ ଏବଂ ସ୍ତ୍ରୀ ହେବା ପର୍ଯ୍ୟନ୍ତ, ଆପଣ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛୁ । ତୁମେ ମୋତେ ଜଣେ ଭଲ ମଣିଷ ହେବା ଶିଖାଇଛ ଏବଂ ମୁଁ ଗୋଟିଏ ଜନ୍ମ ନୁହଁ, ସାତ ଜନ୍ମ ପାଇଁ ତୁମକୁ ମୋର ସାଥୀ ଭାବରେ ପାଇଥିବାରୁ ମୁଁ କୃତଜ୍ଞ । ପ୍ରତ୍ୟେକ ଜୀବନକାଳରେ, ମୁଁ ତୁମକୁ ଭିନ୍ନ ଭାବରେ ଏବଂ ସମାନ ଉତ୍ସାହ ସହ ପ୍ରେମ କରିବି ବୋଲି ପ୍ରତିଜ୍ଞା କରୁଛି । ମୁଁ ତୁମକୁ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛ ।' ସିଦ୍ଧାର୍ଥ ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କୁ ରୋମାଣ୍ଟିକ ହେଉଥିବାର ଦେଖିବାକୁ ମିଳିଛି । ସେପଟେ ତମନ୍ନା ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ 'ମୋ ଖୁସି ତୁମେ' ବୋଲି ଲେଖିଛନ୍ତି ।
ତମନ୍ନାଙ୍କ 28ତମ ଜନ୍ମଦିନ
ତମନ୍ନା ନିଜ ଇନଷ୍ଟାଗ୍ରାମରେ ଜନ୍ମଦିନ ସେଲିବ୍ରେଟର ଫଟୋ ସେୟାର କରିଛନ୍ତି । ତମନ୍ନା 4ଟି ଫଟୋ ସେୟାର କରିଥିବା ବେଳେ ପ୍ରଥମ ଫଟୋରେ ତମନ୍ନା ବେଲୁନ ଧରି ଠିଆ ହୋଇଥିବାର ନଜର ଆସିଛନ୍ତି । 2ୟ ଫଟୋରେ ସେ ସ୍ୱାମୀଙ୍କୁ କେକ୍ ଖୁଆଉଥିବାର ନଜର ଆସିଥିବା ବେଳେ ତୃତୀୟ ଫଟୋରେ 'ହାପି ବର୍ଥ ଡେ ୱାଫି' ଲେଖାଥିବା ଏକ କାର୍ଡ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'Happy Birthday To Me ।' ସେପଟେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଗାୟିକା ଅନ୍ତରା ଚକ୍ରବର୍ତୀ ମଧ୍ୟ ତମ୍ନନାଙ୍କୁ ଶୁଭକାମନା ଜଣାଇଛନ୍ତି ।