ଓଡିଶା

odisha

ETV Bharat / entertainment

ସଲମାନଙ୍କୁ ଆକ୍ରମଣ କରିବା ଷଡଯନ୍ତ୍ରରେ ସାମିଲ ପଞ୍ଚମ ଅଭିଯୁକ୍ତ ଗିରଫ - ACCUSED IN SALMAN KHAN HOUSE FIRING

Bishnoi Gang Planed To Target Salman: ଅଭିନେତା ସଲମାନ ଖାନଙ୍କ ଉପରେ ଆକ୍ରମଣ ଯୋଜନାରେ ମୁମ୍ୱାଇ ପୋଲିସକୁ ଆଉ ଏକ ସଫଳତା । ଘଟଣାରେ ପୂର୍ବରୁ ୪ଜଣ ଗିରଫ କରିଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୃକ୍ତ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Jun 3, 2024, 12:09 PM IST

ସଲମାନଙ୍କୁ ଆକ୍ରମଣ କରିବା ଷଡଯନ୍ତ୍ରରେ ସାମିଲ ପଞ୍ଚମ ଅଭିଯୁକ୍ତ ଗିରଫ
ସଲମାନଙ୍କୁ ଆକ୍ରମଣ କରିବା ଷଡଯନ୍ତ୍ରରେ ସାମିଲ ପଞ୍ଚମ ଅଭିଯୁକ୍ତ ଗିରଫ (ANI image)

ହାଇଦ୍ରାବାଦ:ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସୁପରଷ୍ଟାର ସଲମାନ ଖାନଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ରରେ ସାମିଲ ଥିବା ପଞ୍ଚମ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ନାଭି ମୁମ୍ବାଇ ପୋଲିସ ହରିୟାଣାର ଭବାନୀରୁ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ୩୦ ବର୍ଷୀୟ ଦୀପକ ହୱାସିଂହ ଗୋଗଲିଆ ଓରଫ ଜନି ବାଲ୍ମିକି ବୋଲି ଜଣାପଡିଛି । ଏହି ଅଭିଯୁକ୍ତ ଜଣକ ଲରେନ୍ସ ବିଷ୍ନୌଇ ଏବଂ ଗୋଲଡି ବରାର ଗ୍ୟାଙ୍ଗ ସହ ଲିଙ୍କ ଥିବା ଜଣାପଡିଛି ।

ଜୁନ ୫ ଯାଏଁ ରିମାଣ୍ଡରେ ଅଭିଯୁକ୍ତ

ସୂଚନାନୁସାରେ, ପାନୱେଲ ଡେପୁଟି କମିଶନର ଅଫ୍ ପୋଲିସ୍ (ଜୋନ୍ 11) ବିବେକ ପାନସରେ ଭବାନୀ ଏସପି ବରୁଣ ସିଂହଲାଙ୍କ ସହାୟତା ଲୋଡିଥିଲେ ଏବଂ ନାଭି ମୁମ୍ବାଇର କ୍ରାଇମବ୍ରାଞ୍ଚ ଟିମ ଉତ୍ତରପ୍ରଦେଶକୁ ଯାଇ ତାଙ୍କୁ ଗିରଫ କରାଯାଇଥିଲା। ଗୋଗଲିଆକୁ ରବିବାର ଦିନ ଭବାନୀରେ ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଯାହା ପରେ ମାଜିଷ୍ଟ୍ରେଟ ଜୁନ ୫ ଯାଏଁ ତାକୁ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଥିଲେ ।

ପୂର୍ବରୁ ୪ଜଣ ହୋଇଥିଲେ ଗିରଫ

ସୂଚନା ଥାଉ କି, ଅଭିନେତାଙ୍କ ଘରେ ଗୁଳିମାଡ଼ ଘଟଣାର କିଛି ମାସ ପରେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ତାଙ୍କ ଫାର୍ମହାଉସରେ ଅଭିନେତାଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ, ଯାହାକୁ ଜାଣିପାରି ଏହି ଯୋଜନାକୁ ପଣ୍ଡ କରିଥିଲା ପୋଲିସ । ଘଟଣାରେ ମୁମ୍ୱାଇ ନାଭି ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଧନଞ୍ଜୟ ଓରଫ ଅଜୟ କଶ୍ୟପ, ଗୌରବ ଭାଟିଆ ଓରଫ ନାହବି, ୱାସି ଖାନ ଓରଫ ୱସିମ ଚିକନା ଏବଂ ରିଜୱାନ ଖାନ ଓରଫ ଜାଭେଦ ଖାନଙ୍କୁ ଗିରଫ କରିଥିଲା ।

ପାକିସ୍ତାନରୁ ମାଗିଥିଲେ ଅସ୍ତ୍ରଶସ୍ତ୍ର

ନାଭି ମୁମ୍ବାଇ ପୋଲିସ କହିଛି ଯେ ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । କାରକୁ ନଷ୍ଟ କରିବା ପାଇଁ ପାକିସ୍ତାନ ଯୋଗାଣକାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା । ଏହି ମାମଲାରେ ଲରେନ୍ସ ବିଷ୍ଣୌଇ, ଅନମୋଲ ବିଷ୍ଣୌଇ, ଗୋଲ୍ଡି ବରାର, ସମ୍ପତ ନେହେରାଙ୍କ ସମେତ ୧୭ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

AK-47ରେ କାରକୁ ନଷ୍ଟ କରିବା ପାଇଁ ହୋଇଥିଲା ଷଡଯନ୍ତ୍ର

ରିପୋର୍ଟ ଅନୁସାରେ, ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ଏହି ଚାରି ଜଣ ସୁଟର ସଲମାନ ଖାନଙ୍କୁ AK-47 ଏବଂ M16 ପରି ଅସ୍ତ୍ରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଅଭିଯୁକ୍ତମାନେ ଫାର୍ମ ହାଉସ୍ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ନଜର ରଖିଥିଲେ । ଏହି ସୁଟର ମାନେ ସଲମାନ ଖାନଙ୍କୁ AK-47 ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ପାଇଥିଲେ ଏବଂ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନରୁ ଅନେକ ଭିଡିଓ ଉଦ୍ଧାର କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:ଭାଇଜାନଙ୍କୁ ବିବାହ କରିବାକୁ ଫାର୍ମହାଉସ ପହଞ୍ଚିଲେ ଯୁବତୀ, ଉଠାଇନେଲା ପୋଲିସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details