ହାଇଦ୍ରାବାଦ:ଭେଟେରାନ ହିନ୍ଦୀ ସିନେମା ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲ୍ୟୁକଙ୍କ ଦେହାନ୍ତ ହୋଇଛି । ନଭେମ୍ୱର 3 ଅର୍ଥାତ୍ ରବିବାର ହେଲେନା ଆମେରିକାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା । କୁହାଯାଉଛି ଯେ ହେଲେନା ଆମେରିକାରେ ରହୁଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, ଏହା ସତ୍ତ୍ୱେ ସେ ଡାକ୍ତରଙ୍କ ସହ ପରାମର୍ଶ ନେଇନଥିଲେ । ଫଳରେ ସେ ଗତକାଲି ଆଖି ବୁଜିଛନ୍ତି ।
ବିବାହର 4 ମାସ ପରେ ମିଥୁନଙ୍କ ସହ ଛାଡପତ୍ର
ଅଭିନେତ୍ରୀ ସାରିକାଙ୍କ ସହ ବ୍ରେକଅପ୍ ପରେ ମିଥୁନ ମଡେଲ ତଥା ଅଭିନେତ୍ରୀ ହେଲେନା ଲୁକଙ୍କୁ ପ୍ରେମରେ ପଡିଥିଲେ । ପରେ ଦୁହେଁ 1979 ରେ ବିବାହ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ବିବାହର 4 ମାସ ପରେ ଦୁହେଁ ଛାଡପତ୍ର ହୋଇଥିଲେ । ଏହା ପରେ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିଥିଲେ । ହେଲେନା ଆଓଁ ପ୍ୟାର କରେଁ, ଦୋ ଗୁଲାବ ଏବଂ ସାଥ ସାଥ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ:63 ବର୍ଷ ବୟସରେ ଆଖି ବୁଜିଲେ ଫ୍ୟାଶନ ଡିଜାଇନର ରୋହିତ ବଲ