ହାଇଦ୍ରାବାଦ:୭୧ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ଚେକ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା । ୧୧୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ମିସ ୱାର୍ଲ୍ଡ ୨୦୨୪ ମୁକୁଟ ପିନ୍ଧିଛନ୍ତି । ତେବେ ବର୍ତ୍ତମାନ ସେ ଭାରତ ତଥା ଏହାର ଚଳଚ୍ଚିତ୍ର ଶିଳ୍ପ ପ୍ରତି ତାଙ୍କର ଭଲପାଇବା ବିଷୟରେ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ମିସ୍ ୱାର୍ଲ୍ଡ କ୍ରିଷ୍ଟିନା ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ଫ୍ୟାନ ହୋଇଥିବା ବେଳେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରିୟଙ୍କା ଚୋପ୍ରାଙ୍କ ତାଙ୍କର ପ୍ରେରଣା ଉତ୍ସ ବୋଲି କହିଛନ୍ତି ।
ମିସ୍ ୱାର୍ଲ୍ଡ କ୍ରିଷ୍ଟିନା ପିଜକୋଭାଙ୍କୁ ତାଙ୍କର ପ୍ରିୟ ଗୀତ ବିଷୟରେ ଯେତେବେଳେ ପଚରାଗଲା, ସେତେବେଳେ ସେ ଶାହାରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ 'କଭି ଖୁସି କଭି ଗମ'ର ପ୍ରସିଦ୍ଧ ଗୀତର ନାମ ଲେଜା ଲେଜା ବୋଲି କହିଛନ୍ତି । ସେ କହିଛନ୍ତି, 'ମୋର ପ୍ରିୟ ଗୀତ ହେଉଛି ଲେଜା-ଲେଜା । ଏହାର ଉତ୍ତର ଦେବା ପରେ ତାଙ୍କୁ ପଚରାଯାଇଥିଲା କି ଆପଣ କିଙ୍ଗ ଖାନଙ୍କ ପ୍ରଶଂସକ ଅଟନ୍ତି କି? ଏହି ସମୟରେ ସେ ନିଜକୁ କିଙ୍ଗ ଖାନ ବଡ ଫ୍ୟାନ ବୋଲି କହିଛନ୍ତି ।
କ୍ରିଷ୍ଟିନା ଆହୁରି କହିଛନ୍ତି ଯେ ୨୦୦୦ ମିସ ୱାର୍ଲ୍ଡ ତଥା ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ତାଙ୍କୁ ବେଶ ଅନୁପ୍ରାଣିତ କରିଛନ୍ତି । ସେ କହିଛନ୍ତି, ହଁ ସେ ମୋର ପ୍ରିୟ । ପ୍ରିୟଙ୍କା ଚୋପ୍ରାଙ୍କ ଭଳି ମହିଳାମାନେ ମୋତେ ପ୍ରେରଣା ଦେଇଛନ୍ତି । କ୍ରିଷ୍ଟିନା ମଧ୍ୟ ତାଙ୍କର ଭାରତ ଗସ୍ତ ବିଷୟରେ ଉଲ୍ଲେଖ କରିବା ସହ ଦେଶର ଆତିଥ୍ୟକୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶବାସୀଙ୍କ ଠାରୁ ସେ ବହୁତ ଭଲ ପାଇବା ପାଇଛନ୍ତି । କେବଳ ଏତିକି ନୁହେଁ, ସମସ୍ତ ଲୋକଙ୍କଠାରୁ ମିଳିଥିବା ସାହାଯ୍ୟ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି । ଭାରତୀୟ ଖାଦ୍ୟ ବଟର ଚିକେନ୍ ତାଙ୍କୁ ବେଶ ଭଲ ଲାଗିଲା ବୋଲି ସେ କହିଛନ୍ତି । କ୍ରିଷ୍ଟିନା କହିଛନ୍ତି ଯେ ଭାରତରେ ରହିବା ସମୟରେ ସେ ପ୍ରତିଦିନ ଏହାକୁ ଖାଇଥିଲେ ଏବଂ ଉପଭୋଗ କରିଛନ୍ତି ।