ଓଡିଶା

odisha

ETV Bharat / entertainment

'କଲ୍କି ୨୮୯୮AD' ନୂଆ ପୋଷ୍ଟର ରିଲିଜ; ରାମୋଜି ଫିଲ୍ମ ସିଟିରେ ବୁଜି-ଭୈରବର ଉଠିବ ପରଦା - KALKI 2898AD POSTER RELEASE - KALKI 2898AD POSTER RELEASE

Kalki 2898 AD: ପ୍ରଶଂସକମାନେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଲ୍କି ୨୮୯୮AD' ରିଲିଜ୍ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ତେବେ ତାହା କ'ଣ ? ଜାଣନ୍ତୁ,

'କଲ୍କି ୨୮୯୮AD' ନୂଆ ପୋଷ୍ଟର ରିଲିଜ
'କଲ୍କି ୨୮୯୮AD' ନୂଆ ପୋଷ୍ଟର ରିଲିଜ (Vyjayanthi Movies, Instagram)

By ETV Bharat Odisha Team

Published : May 21, 2024, 5:11 PM IST

ହାଇଦ୍ରାବାଦ:ବର୍ତ୍ତମାନ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ୍କି ୨୮୯୮AD' ରିଲିଜ ପାଇଁ ମାତ୍ର 1ମାସ ଏକ ସପ୍ତାହ ବାକି ଅଛି । ପ୍ରଭାସଙ୍କ ଫ୍ୟାନ୍ସ ଏହି ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ନିର୍ମାତା ଫିଲ୍ମର ଓଏକ ପୋଷ୍ଟର ସେୟାର କରି ଆସନ୍ତାକାଲି ଯଥା ମେ ୨୨ରେ ରାମୋଜି ଫିଲ୍ମ ସିଟିରେ ଏହି ଉପହାର ଦେବେ ବୋଲି କହିଛନ୍ତି ।

ଆସନ୍ତାକାଲି ଫ୍ୟାନ୍ସଙ୍କୁ ମିଳିବ ଭେଟି:-କଲ୍କି 2898ADର ନିର୍ମାତା ବୈଜୟନ୍ତୀ ମୁଭିସ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମରୁ ପ୍ରଭାସଙ୍କ ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ଏହି ପୋଷ୍ଟରେ ପ୍ରଭାସ ହାତରେ ଅସ୍ତ୍ର ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, ଆସନ୍ତାକାଲି ମେ ୨୨ରେ ସନ୍ଧ୍ୟା ୫ଟାରେ ରାମୋଜି ଫିଲ୍ମ ସିଟିରେ ଏକ ଇଭେଣ୍ଟ ପାଇଁ ଆସୁଛନ୍ତି । ଏଠାରେ ସେ ଫିଲ୍ମର ବୁଜି ଏବଂ ଭୈରବଙ୍କୁ ପରିଚିତ କରାଇବେ ।

'କଲ୍କି ୨୮୯୮AD' କେବେ ହେବ ରିଲିଜ? :-ଏହି ଫିଲ୍ମ ୨୭ ଜୁନରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରାରମ୍ଭରେ ଜାନୁୟାରୀ ୧୨, ୨୦୨୪ରେ ରିଲିଜ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ରିଲିଜ ତାରିଖ ବୃଦ୍ଧି କରାଯାଇଥିଲା । ତାପରେ ମେ ୯, ୨୦୨୪ ରିଲିଜ ହେବ ବୋଲି ନିର୍ମାତା ଘୋଷଣା କରିଥିଲେ । ଏହା ପରେ ପୁଣି ରିଲିଜ ତାରିଖ ଘୁଞ୍ଚାଇଲେ ନିର୍ମାତା । ଏବେ ଏହା ଜୁନରେ ହିଁ ରିଲିଜ ହେବ ।

'କଲ୍କି ୨୮୯୮AD' ଷ୍ଟାରକାଷ୍ଟ:-ବହୁ ପ୍ରତୀକ୍ଷିତ ବହୁଭାଷୀ ଫିଲ୍ମ କଲ୍କି 2898ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଯେଉଁଥିରେ ଅନେକ ବଡ ବଡ ଷ୍ଟାର ନଜର ଆସିବେ। ଯେଉଁଥିରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବାର ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ:ବିଗ ବିଙ୍କ ଲୁକରେ ଫ୍ୟାନ୍ସ ତାଜୁବ, ଏହି ଭୂମିକାରେ ଆସିବେ ନଜର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details