ମୁମ୍ବାଇ: ରିଲିଜ ହୋଇଛି ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଷ୍ଟାରର ଫିଲ୍ମ 'ମୈଦାନ' । ଯାହାକୁ ନେଇ ଏକ ବଡ଼ ଅପଡ଼େଟ ଆସିଛି । ଇଦରେ ରିଲିଜ ହୋଇଥିବା ଏହି ଫିଲ୍ମର ନିର୍ମାତାମାନେ ଦର୍ଶକଙ୍କୁ ଟିକେଟରେ ଏକ ବଡ଼ ଅଫର ଦେଇଛନ୍ତି । 'ମୈଦାନ'ର ନିର୍ମାତା ଦର୍ଶକଙ୍କୁ ଗୋଟିଏ ଟିକେଟରେ ଆଉ ଏକ ଟିକେଟ ବାଏ ୱାନ ଗେଟ ୱାନ ଅଫରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଅଫର ମାଧ୍ୟମରେ ନିର୍ମାତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର 'ବଡେ ମିୟାଁ ଛୋଟେ ମିୟାଁ'କୁ ଟକ୍କର ଦେବା ପ୍ଲାନ କରିଥିବା ଅନୁମାନ କରାଯାଉଛି ।
ଇଦରେ 'ମୈଦାନ' ଏବଂ 'ବଡେ ମିୟାଁ ଛୋଟେ ମିୟାଁ' ଏକାଠି ମୁକ୍ତିଲାଭ କରିଛି । ଅମିତ ଶର୍ମାଙ୍କ ନିର୍ଦ୍ଦେଶିତଲ ଏହି ଫିଲ୍ମ ବକ୍ସ ଅଫିସରେ 10 କୋଟି ସହିତ ଓପେନିଂ କରିଥିବା ସୂଚନା ମିଳିଛି । ତେବେ ଫିଲ୍ମର କଲେକ୍ସନ କିଛି ଭଲ ନଥିବା ବେଳେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ 'ମୈଦାନ'ର ନିର୍ମାତା ସେମାନଙ୍କୁ ଟିକେଟରେ ଅଫର ଦେଇ ପରିବାର ସହିତ ଫିଲ୍ମର ମଜା ନେବାକୁ କହିଛନ୍ତି । ତେବେ ଏହି ଫିଲ୍ମର ନିର୍ମାତା ବୋନି କପୁର ଥିବା ବେଳେ ଏହା ଜି ଷ୍ଟୁଡିଓ ଏବଂ ଆନନ୍ଦ ସେନ ଗୁପ୍ତାଙ୍କ ଅଧୀନରେ ନିର୍ମିତ ହୋଇଛି । ତେବେ ପୂର୍ବରୁ ଏହି ଫିଲ୍ମ ମୈଦାନର ରିଲିଜ୍ ଡେଟ ଦୀର୍ଘ ସମୟ ଧରି ଅଟକି ରହିଥିଲା ।