ହାଇଦ୍ରାବାଦ:ମହାକୁମ୍ଭ ମେଳାରେ ନିଜର ସୁନ୍ଦର ଆଖି ଏବଂ ସୁନ୍ଦର ହସ ଯୋଗୁଁ ଭାଇରାଲ ହୋଇଥିବା ମୋନାଲିସାଙ୍କ ଚମକିଲା ଭାଗ୍ୟ । ରାତାରାତି ସୋସିଆଲ ମିଡିଆ ସେନସନ ପାଲଟିବା ପରେ ଏବେ ରାତାରାତି ଷ୍ଟାର ବନିଛନ୍ତି ମୋନାଲିସା । ସେ ଏବେ ପରଦାରେ ରାଜ କରିବାକୁ ଯାଉଛନ୍ତି ଏବଂ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ମାଳା ବିକ୍ରି କରି ଚଳୁଥିବା ମୋନାଲିସା ଏବେ ହିରୋଇନ ହୋଇ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତୁ ।
ହିରୋଇନ ବନିବେ ମନୋଲିସା
ମୋନାଲିସା ପ୍ରୟାଗରାଜରେ ରହି କୁମ୍ଭମେଳାରେ ରୁଦ୍ରାକ୍ଷ ମାଳା ବିକ୍ରୟ କରିବାକୁ ଯାଉଥିଲେ, କିନ୍ତୁ ତାଙ୍କୁ ୧୫ ଦିନ ମଧ୍ୟରେ କୁମ୍ଭ ଛାଡିବାକୁ ପଡିଲା । କାରଣ ଭାଇରାଲ ହେବା ପରେ, ସେ ନା ଠିକ୍ ଭାବରେ ତାଙ୍କର ମାଳା ବିକ୍ରୟ କରିପାରିଲେ ନା ସେ ଆରାମ କରିପାରୁଥିଲେ । ଲୋକମାନେ କ୍ୟାମେରା ଧରି ତାଙ୍କ ଚାରିପାଖରେ ବୁଲିବାକୁ ଲାଗିଲେ । ଯାହା ଫଳରେ ତାଙ୍କୁ କୁମ୍ଭମେଳା ଛାଡିବାକୁ ପଡିଥିଲା । ତେବେ ବର୍ତ୍ତମାନ ସେ ତାଙ୍କ ଘରକୁ ଅର୍ଥାତ୍ ମଧ୍ୟପ୍ରଦେଶର ମହେଶ୍ୱରକୁ ଫେରିଛନ୍ତି । ଏହି ସମୟରେ ତାଙ୍କୁ ଏକ ଫିଲ୍ମ ଅଫର୍ କରାଯାଇଥିବା ବେଳେ ସେ ସାଇନ୍ କରିଥିବା ଜଣାପଡିଛି ।
ଏହି ଫିଲ୍ମ ସହ କରିବେ ବଲିଉଡ ଡେବ୍ୟୁ
ମୋନାଲିସାଙ୍କୁ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଫିଲ୍ମ 'ଦ ଡାଏରୀ ଅଫ୍ ମଣିପୁର'ରେ କାଷ୍ଟ କରିଛନ୍ତି । ସନୋଜ ମିଶ୍ର ତାଙ୍କ ଗାଁକୁ ଯାଇ ମୋନାଲିସାଙ୍କୁ ଭେଟିଛନ୍ତି ଏବଂ ଏହି ସମୟରେ ସେ ଫିଲ୍ମ ସାଇନ୍ କରିଥିଲେ । ମୋନାଲିସା 'ଦ ଡାଏରୀ ଅଫ୍ ମଣିପୁର' ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଫିଲ୍ମର ସୁଟିଂ ପୂର୍ବରୁ ତାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ମଧ୍ୟ ଦିଆଯିବ । ସନୋଜ ମିଶ୍ର ନିଜ ଇନଷ୍ଟାଗ୍ରମାରେ ତାଙ୍କ ସହ ଭେଟିବାର ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି । ସନୋଜ କହିଛନ୍ତି, ''ମୁଁ ସିନେମାରେ ମୋନାଲିସାଙ୍କୁ ଭଲ ଭାବରେ ଉପସ୍ଥାପନ କରିବି । ମୁଁ ଫିଲ୍ମରେ ମୋନାଲିସାଙ୍କ ଭବିଷ୍ୟତ ଗଢ଼ିବାକୁ ଚାହୁଁଛି । ମୁଁ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଥିଲି, ସମସ୍ତେ ବହୁତ ନିରୀହ ଲୋକ । ମୋନାଲିସା କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ। ସେ ଏବେ ବି ପିଲା, ତାକୁ ପ୍ରସ୍ତୁତ କରିବା ଆମର ଦାୟିତ୍ୱ ।''