ହାଇଦ୍ରାବାଦ:ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ଲଭ ସେକ୍ସ ଔର ଧୋକା 2' । ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଛି । ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିବା 'ଲଭ ସେକ୍ସ ଔର ଧୋକା'ର ସିକ୍ୱେଲ ଅଟେ । ଫିଲ୍ମର ପ୍ରଥମ ଭାଗଟି ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଏବେ ଦ୍ୱିତୀୟ ଭାଗଟି ଘୋଷଣା ହେବା ଦିନ ଠାରୁ ଲୋକେ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛନ୍ତି । ଲଭ୍ ସେକ୍ସ ଔର ଧୋକା 2ର ଟିଜର ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବେ । ଲଭ୍ ସେକ୍ସ ଔର ଧୋକା ୨' ଟିଜରର ଏହା ହେଉଛି ପ୍ରଥମ ଡୋଜ୍ । ଟିଜରଟି 18 ବର୍ଷରୁ କମ୍ ନାବାଳିକ/ନାବାଳିକାଙ୍କ ପାଇଁ ଆଦୌ ନୁହେଁ । ତେବେ ଏହି ଟିଜରରେ ଉର୍ଫି ଜାଭେଦ୍ ଏବଂ ଲୋକପ୍ରିୟ ସଂଗୀତଜ୍ଞ ଅନ୍ନୁ ମଲିକ୍ ମଧ୍ୟ ନଜର ଆସିଛନ୍ତି । ଟିଜରର ଆରମ୍ଭ ଅଶ୍ଳୀଳ ସିନରୁ ହୋଇଥିବା ବେଳେ ଅଶ୍ଳୀଳ ସିନ୍ ସହିତ ଶେଷ ହୋଇଛି ।
ସେପଟେ ଏକତା କପୁର ତାଙ୍କ ଫିଲ୍ମ 'ଲଭ୍ ସେକ୍ସ ଔର ଧୋକା 2'ର ଏକ ହାର୍ଟ ବିଟ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଫିଲ୍ମଟି ଆସନ୍ତା 19 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏକତା ଫିଲ୍ମର ମୋଶନ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଏହି ଭାଲେଣ୍ଟାଇନ୍ ସହଜ ନୁହେଁ, କେବଳ ଏତିକି ବୁଝନ୍ତୁ ଲଭ୍ ସେକ୍ସ ଔର ଧୋକା ଏକ ଦରିଆ ଯେଉଁଥିରେ ବୁଡ଼ିବାକୁ ପଡିବ । ଫିଲ୍ମ 19ରେ ମୁକ୍ତିଲାଭ କରିବ ।