ହାଇଦ୍ରାବାଦ: ୨୦୨୨ ମସିହାରେ ପ୍ରେକ୍ଷାଳୟରେ ଆମୀର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରୁ ସମସ୍ତଙ୍କର ବହୁତ ଆଶା ଥିଲା, କିନ୍ତୁ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଫଳ ହୋଇଥିଲା । ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୬୦କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ଫିଲ୍ମର ସହ-ନିର୍ମାତା କିରଣ ରାଓ ବକ୍ସ ଅଫିସରେ ଏହାର ଖରାପ ପ୍ରଦର୍ଶନ ବିଷୟରେ ପ୍ରକାଶ କରିଛନ୍ତି ଏବଂ ଏହି ବିଫଳତା ଆମୀରଙ୍କ ଉପରେ କ'ଣ ପ୍ରଭାବ ପକାଇଥିଲା ସେନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ କିରଣ ରାଓ ଆମୀର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ଫ୍ଲପ୍ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି । କିରଣ କହିଛନ୍ତି ଯେ, ଯେତେବେଳେ ଆପଣ ସମସ୍ତ ଚେଷ୍ଟା ସତ୍ତ୍ବେ ସଫଳ ହୁଅନ୍ତି ନାହିଁ, ସେତେବେଳେ ବହୁତ ନିରାଶାଜନକ ମନେ ହୁଏ । ଯାହା ଲାଲ ସିଂ ଚଡ୍ଡା ସହ ଘଟିଛି । ଏହା ନିଶ୍ଚିତ ଭାବରେ ଆମୀରଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । କେବଳ ଆମୀର ନୁହେଁ ବରଂ ଫିଲ୍ମର ପୁରା ଟିମ ଏନେଇ ପ୍ରଭାବିତ ହୋଇଥିଲେ ।
କିରଣ ଆହୁରି କହିଛନ୍ତି ଯେ, ଏହା ଆମୀରଙ୍କ ପାଇଁ ଏକ 'ଡ୍ରିମ ପ୍ରୋଜେକ୍ଟ' ଥିଲା । ଆମୀର ଏକ ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମର ସ୍କ୍ରିପ୍ଟ ଉପରେ ଧ୍ୟାନ ଦେଇଥିଲେ । ଏହା ତ୍ତ୍ବେ ଫିଲ୍ମଟି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବୋଲି କିରଣ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବାରେ ବିଫଳ ହୋଇଥିଲା ଏବଂ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।