ହାଇଦ୍ରାବାଦ:ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ' ନେଇ ଏବେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ସଫଳତା ହାସଲ କରିବା ସହ ସମାଲୋଚନାର ମଧ୍ୟ ଶିକାର ହୋଇଛି । ଫିଲ୍ମକୁ ମହିଳା ବିରୋଧୀ ଏବଂ ହିଂସାତ୍ମକ ଫିଲ୍ମ ବୋଲି କହିବା ସହ ସମାଲୋଚନା କରାଯାଇଛି । ନିକଟରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ ଏହି ଫିଲ୍ମକୁ ବିରୋଧ କରି ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ସନ୍ଦୀପ କିରଣଙ୍କୁ ଟାର୍ଗେଟ କରି ଆମୀରଙ୍କୁ କଟାକ୍ଷ କରିଥିଲେ । ଏବେ କିରଣ ରାଓ ଏନେଇ ମୁହଁ ଖୋଲିବା ସହ ସନ୍ଦୀପଙ୍କୁ ଉଚିତ ଜବାବ ଦେଇଛନ୍ତି ।
କିରଣ ଆନିମଲକୁ ମହିଳା ବିରୋଧୀ କହି ସମାଲୋଚନା କହିବା ନେଇ ସନ୍ଦୀପ ରେଡ୍ଡୀ ଭଙ୍ଗା କିରଣଙ୍କୁ ଟାର୍ଗେଟ କରି ସେ ତାଙ୍କ ପୂର୍ବତନ ସ୍ବାମୀ ଆମୀର ଖାନଙ୍କ ଫିଲ୍ମ 'ଦିଲ'ର ଉଦାହରଣ ଦେଇଥିଲେ । ଯେଉଁଥିରେ ଅଭିନେତା ତାଙ୍କ କୋ-ଷ୍ଟାରଙ୍କୁ ଅନସ୍କ୍ରିନ୍ରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏହା ବ୍ୟତୀତ ଆମୀରଙ୍କ ଫିଲ୍ମରୁ 'ଖମ୍ବେ ଜେସି ଖାଡି ହେ' ଗୀତକୁ ମଧ୍ୟ ମହିଳା ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ । ଏକ ସାକ୍ଷାତକାରରେ କିରଣ ସନ୍ଦୀପଙ୍କ ଏହି ବିବୃତ୍ତିର ଉତ୍ତର ଦେଇ କହିଛନ୍ତି ଯେ, ସେ ସନ୍ଦୀପଙ୍କୁ ଆକ୍ଷେପ କରିନାହାଁନ୍ତି । କାରଣ ସେ ମହିଳା ବିରୋଧୀ ତଥା ଚଳଚ୍ଚିତ୍ରରେ ମହିଳାଙ୍କ ସପକ୍ଷରେ ଅନେକ ଥର କଥା ହୋଇଛନ୍ତି ।
କିରଣ କହିଛନ୍ତି, ''ମୁଁ ସନ୍ଦୀପଙ୍କ ଉପରେ କେବେ ଟିପ୍ପଣୀ କରିନାହିଁ କାରଣ ମୁଁ ତାଙ୍କ ଫିଲ୍ମ କେବେ ଦେଖିନାହିଁ । ମୁଁ ସବୁବେଳେ ମହିଳା ବିରୋଧୀ ଏବଂ ମହିଳାଙ୍କ ପ୍ରତିନିଧିତ୍ବ ଉପରେ କଥାବାର୍ତ୍ତା କରିଆସୁଛି । ମୁଁ କୌଣସି ଚଳଚ୍ଚିତ୍ରର ନାମ ନେଇନି କାରଣ ଏହା କୌଣସି ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ର ବିଷୟରେ ନୁହେଁ । ମୁଁ ଏବେ କହିବି, ମୁଁ ଜାଣେ ନାହିଁ ସନ୍ଦୀପ ରେଡ୍ଡୀ ଭଙ୍ଗା କାହିଁକି ମୋ ଅନୁମାନ କଲେ ଯେ ମୁଁ ତାଙ୍କ ଫିଲ୍ମ ବିଷୟରେ କହୁଛି ? ମୁଁ ତାଙ୍କ ଫିଲ୍ମ କେବେବି ଦେଖି ନାହିଁ ।''