ହାଇଦ୍ରାବାଦ:ସାଉଥ ସିନେମାର ସୁନ୍ଦର ଅଭିନେତ୍ରୀ କିର୍ତ୍ତୀ ସୁରେଶ ନିକଟରେ ପ୍ରେମିକଙ୍କୁ ବିବାହ କରିଥିଲେ। 12 ଡିସେମ୍ବରରେ ଗୋଆରେ ପ୍ରେମିକ ଆଣ୍ଟୋନି ଥାଟିଲଙ୍କ ସହ କିର୍ତ୍ତୀ ସୁରେଶ ବିବାହ କରିଥିଲେ। ବର୍ତ୍ତମାନ ବିବାହର ବିବାହର 7 ଦିନ ପରେ ପୁଣି ନିଜ କାମକୁ ଫେରିଛନ୍ତି କୀର୍ତ୍ତି ସୁରେଶ । ବିବାହ ପରେ ପ୍ରଥମ ଥର ପାଇଁ କିର୍ତ୍ତୀ ସୁରେଶ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଆଜିକାଲି କିର୍ତ୍ତୀ ସୁରେଶ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବେବି ଜନ' ପାଇଁ ଶିରୋନାମାରେ ରହିଥିବା ବେଳେ ଫିଲ୍ମର ପ୍ରମୋସନରେ ତାଙ୍କୁ ଦେଖିବାକୁ ମିଳିଛି। ଯେଉଁଠାରେ ସେ ନିଜ ମଙ୍ଗଳସୂତ୍ର ଲୁକ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
କୀର୍ତ୍ତିଙ୍କ ମଙ୍ଗଳସୂତ୍ର ଲୁକ୍ ଦେଖି ଫିଦା ଫ୍ୟାନ୍ସ
ଏହାପୂର୍ବରୁ ଗତକାଲି ରାତିରେ ମୁମ୍ବାଇରେ ଚମକଦାର ବ୍ଲାକ ରଙ୍ଗର ଗାଉନ୍ ଡ୍ରେସରେ କିର୍ତ୍ତୀ ସୁରେଶନ ନଜର ଆସିଥିଲେ । ମଡେନ ଡ୍ରେସ ସହ ଅଭିନେତ୍ରୀ ଲମ୍ବା ମଙ୍ଗଳସୁତ୍ର ପିନ୍ଧିଥିବାର ନଜର ଆସିଥିଲେ । ଏହା ପରେ କିର୍ତ୍ତୀ ସୁରେଶଙ୍କୁ ଖ୍ରୀଷ୍ଟମାସ ଅବସରରେ ଲାଲ ରଙ୍ଗର ଫ୍ରକରେ 'ବେବି ଜନ' ଫିଲ୍ମର ପ୍ରମୋସନରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅଭିନେତ୍ରୀ ମଙ୍ଗଳସୁତ୍ର ଲୁକରେ ନଜର ଆସିଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତାଙ୍କ ଏହି ଲୁକ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି । କୀର୍ତ୍ତିଙ୍କ ଏହି ଲୁକକୁ ସମସ୍ତେ ବେଶ ପସନ୍ଦ କରିଛନ୍ତି । ଏଥିସହ 'ବେବି ଜନ' ପ୍ରମୋସନ ସମୟରେ ବରୁଣ ଧୱନ କିର୍ତ୍ତୀ ସୁରେଶଙ୍କୁ ସୂଚାଇ କହିଥିଲେ ଯେ ନୂଆ ବଧୂ ଫେରିଛନ୍ତି ।
କୀର୍ତ୍ତିଙ୍କ ବିବାହରେ ସାମିଲ ଥିଲେ ବିଜୟ ଥାଲାପତି