ହାଇଦ୍ରାବାଦ:ପାଦ ଥାପିଛି ନବବର୍ଷ 2025 । ସାରା ଦେଶାବାସୀ ଉତ୍ସାହର ସହ ନୂଆବର୍ଷକୁ ସେଲିବ୍ରେଟ କରିଛନ୍ତି । ଏପରି ସମୟରେ ସିନେପ୍ରେମୀଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି । ଚଳିତ ଜାନୁଆରୀ ମାସରେ ରିଲିଜ ହେବାକୁ ଯାଉଛି ଅନେକ ବିଗ ବଜେଟ୍ ବଲିଉଡ ଏବଂ ସାଉଥ ଫିଲ୍ମ । ଅଧିକାଂଶ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜାନୁୟାରୀ 2025 ରେ ରିଲିଜ୍ ହେବାକୁ ପ୍ରସ୍ତୁତ ଯାହା ଆପଣଙ୍କ ବର୍ଷର ଆରମ୍ଭକୁ ଖୁସି କରିପାରେ । ତେବେ ରିଲିଜ୍ ହେବାକୁ ଥିବା ସମ୍ପୂର୍ଣ୍ଣ ଚଳଚ୍ଚିତ୍ରର ତାଲିକା ଉପରେ ନଜର ପକାନ୍ତୁ...
ଫତେହ
ସୋନୁ ସୁଦଙ୍କ ନିର୍ଦ୍ଦେଶିତ ଡେବ୍ୟୁ 'ଫତେହ' 10 ଜାନୁୟାରୀ 2025 ରେ ବଡ ପରଦାରେ ଆସୁଛି । ଏହି ଷ୍ଟାଇଲିସ୍ ଆକ୍ସନ୍-ଥ୍ରୀଲରରେ ସୋନୁ ସୁଦ ମୁଖ୍ୟ ଭୂମିକାରେ ଥିବାବେଳେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ନାସିରୁଦ୍ଦିନ ଶାହା ଏବଂ ବିଜୟ ରାଜଙ୍କ ଭଳି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ଟିଜର ଟ୍ରେଲର ଏବଂ ଗୀତଗୁଡ଼ିକ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି । ଟ୍ରେଡ ଆନାଲିଷ୍ଟଙ୍କ ଅନୁଯାୟୀ ଏହି ଫିଲ୍ମ ବକ୍ସ ଅଫିସରେ 2-3 କୋଟି ଟଙ୍କା ସହ ଭଲ ଆରମ୍ଭ କରିପାରେ ।
ଗେମ ଚେଞ୍ଜର
ଏସ. ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ରାଜନୈତିକ ଥ୍ରୀଲର ହେଉଛି ତାଙ୍କର ତେଲୁଗୁ ନିର୍ଦ୍ଦେଶକ ଡେବ୍ୟୁ । ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ 10ରେ ଫିଲ୍ମ ରିଲିଜ ହେବ ଫିଲ୍ମ । ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ରାମ ଚରଣ ୩ଟି ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି ।
ଏମରଜେନ୍ସି
ଅନେକ ବାଦ ବିବାଦ ପରେ ଶେଷରେ ଚଳିତ ମାସ ରିଲିଜ ହେବାକୁ ଯାଉଛି କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ 'ଏମରଜେନ୍ସି' । ଅନେକ ଥର ରିଲିଜରେ ରୋକ ଲାଗିବା ପରେ 'ଏରଜେନ୍ସି' ବର୍ତ୍ତମାନ 2025ରେ ମୁକ୍ତିଲାଭ କରିବାକୁ ଯାଉଛି । 'ଏମରଜେନ୍ସି' 17 ଜାନୁୟାରୀ 2025 ରିଲିଜ ହେବ । ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଶ୍ରେୟସ ତାଲପଡେ, ସତୀଶ କୌଶିକ, ମିଲିନ୍ଦ ସୋମନ ଏବଂ ମହିମା ଚୌଧୁରୀଙ୍କ ସହ ଅନେକ ତାରକା ନଜର ଆସିବେ ।