ହାଇଦ୍ରାବାଦ:ଅନେକ ସମସ୍ୟାର ସମ୍ମୁଖୀନ ପରେ କଙ୍ଗନା ରାଣାୱତଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ 'ଏମରଜେନ୍ସି' ଜାନୁଆରୀ ୧୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ବଡ଼ ପରଦାରେ ଅଜୟ ଦେବଗନଙ୍କ ଲୋକପ୍ରିୟ ସିନେମା 'ଆଜାଦ' ସହ ଟକ୍କର ଦେଉଛି । କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫ୍ୟାନ୍ସ କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କରୁଥିବା ବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି । ପ୍ରଥମ ଦିନରେ ନିରାଶଜନକ ପ୍ରଦର୍ଶନ ପରେ ଏବେ ଫିଲ୍ମଟି ଏବେ ବକ୍ସ ଅଫିସ କଲେକ୍ସନରେ ବୃଦ୍ଧି ପାଇଛି । ବର୍ତ୍ତମାନ ଫିଲ୍ମ ଭାରତରେ ୧୦ କୋଟି ଟଙ୍କା ପାର୍ କରିଛି ।
'ଏମରଜେନ୍ସି' ବକ୍ସ ଅଫିସ କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁଯାୟୀ, କଙ୍ଗନାଙ୍କ ଫିଲ୍ମ ପ୍ରଥମ ଦିନରେ ମାତ୍ର ୨.୫ କୋଟି ଟଙ୍କା ରୋଜଗାର କରିଥିଲା । ଏହା ପରେ ଫିଲ୍ମର କଲେକ୍ସନରେ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଥିଲା। ଶନିବାର ଅର୍ଥାତ୍ ମୁକ୍ତିଲାଭର ଦ୍ୱିତୀୟ ଦିନରେ ସିନେମାର କଲେକ୍ସନରେ ବୃଦ୍ଧି ଘଟିଛି। ଏହି ସମୟରେ, ରବିବାରର ଆୟ ସଂଖ୍ୟାକୁ ଦେଖିଲେ ଅନୁମାନ କରାଯାଉଛି ଯେ ଏମରଜେନ୍ସି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଶନିବାର ଦିନ ଫିଲ୍ମଟି ବକ୍ସ ଅଫିସରେ 3.6 କୋଟି ଟଙ୍କା ଆୟ କରିଛି । ଏହା ପରେ, ସିନେମାଟି ରବିବାର ଛୁଟିର ସମ୍ପୂର୍ଣ୍ଣ ଲାଭ ମଧ୍ୟ ପାଇଛି । ରବିବାର ଏମରଜେନ୍ସି 3.93 କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମ ମୋଟ 10.45 କୋଟି କଲେକ୍ସନ କରି ସଫଳତା ହାତେଇଛି ।
ଏହା କାରଣରୁ ବିବାଦରେ 'ଏମରଜେନ୍ସି'