ମୁମ୍ବାଇ: ଦମଦାର ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କଙ୍ଗନା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିକଟରେ ତାଙ୍କର ଫିଲ୍ମ ତେଜାସ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଆଗାମୀ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର 'ଏମରଜେନ୍ସି'ର ରିଲିଜ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ଥିଲେ । ଫ୍ୟାନ୍ସ ଫିଲ୍ମ ରିଲିଜକୁ ଅପେକ୍ଷା କରିଥିବା ବେଳେ ଅଭିନେତ୍ରୀ ଆଜି ସୋସିଆଲ ମିଡିଆରେ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଫିଲ୍ମ 'ଏମରଜେନ୍ସି'ରେ କଙ୍ଗନା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ରାଜନେତାଙ୍କ ଭୂମିକାରେ ଅନେକ ଚରିତ୍ର ନଜର ଆସିବେ । ଆସନ୍ତୁ ଜାଣିବା ଫିଲ୍ମ 'ଏମରଜେନ୍ସି' କେବେ ରିଲିଜ ହେବ ।
ଅଭିନେତ୍ରୀ କଙ୍ଗନା ରାଣାୱତ ଗତକାଲି ଅଯୋଧ୍ୟାରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରୁ ଫେରିବା ପରେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ନିଜର ଫିଲ୍ମ 'ଏମରଜେନ୍ସି'ର ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମକୁ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜେ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଫିଲ୍ମ ଏମରଜେନ୍ସି ଆସନ୍ତା ଦୁନ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ଏକ ପିରିୟଡ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର । ଯେଉଁଥିରେ କଙ୍ଗନା ରାଣାୱତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ।