ହାଇଦ୍ରାବାଦ:ବାହୁବଳୀ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଲ୍କି 2898 ଏଡି'ର ବଡ଼ ଅପଡେଟ । ତେବେ ଗତକାଲି ଏପ୍ରିଲ 26 ତାରିଖରେ, କଲ୍କି 2898 ଏଡିର ନିର୍ମାତା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଏକ ଟିଜର ସେୟାର କରିଥିଲେ । ଟିଜର ସହିତ ଆଜି ଏପ୍ରିଲ 27ରେ ସନ୍ଧ୍ୟା 5 ଟାରେ ଫିଲ୍ମରେ ଏକ ବଡ ଅପଡେଟ ଦେବେ ବୋଲି ଘୋଷଣା କରିଥିଲେ । ତେବେ ପ୍ରଭାସଙ୍କ ଫ୍ୟାନ୍ସମାନଙ୍କ ଅପେକ୍ଷାର ଅନ୍ତ କରି କଲ୍କି 2898 ADର ନିର୍ମାତା ଘୋଷଣା କରିଛନ୍ତି ଫିଲ୍ମର ରିଲିଜ ଡେଟ । ଆସନ୍ତା ଜୁନ 27ରେ କଲ୍କି 2898 ଏଡି' ରିଲିଜ ହେବାକୁ ଯାଉଛି ।
ତେବେ ପୂର୍ବରୁ ଫିଲ୍ମଟି ମେ 3ରେ ରିଲିଜ ହେବ ବୋଲି ଚର୍ଚ୍ଚା ହେଉଥିଲା । ପୂର୍ବରୁ ଏହି ଫିଲ୍ମ ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ 12, 2024ରେ ରିଲିଜ ହେବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ମାତା ଏବେ ରିଲିଜ ପାଇଁ ନୂଆ ଡେଟ ଘୋଷଣା କରିଥିବା ବେଳେ ଫିଲ୍ମ ପାଇଁ ଫ୍ୟାନ୍ସମାନେ ଉତ୍ସାହିତ ଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ..Kalki 2898 AD; ବିଗ ବିଙ୍କ ଲୁକରେ ଫ୍ୟାନ୍ସ ତାଜୁବ, ଏହି ଭୂମିକାରେ ଆସିବେ ନଜର - Amitabh Bachchan In Kalki 2898AD
ବହୁ ପ୍ରତୀକ୍ଷିତ ବହୁଭାଷୀ ଫିଲ୍ମ କଲ୍କି 2898ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ତେବେ ଗତକାଲି ନିର୍ମାତାମାନେ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ 'କଲ୍କି 2898 AD'ଫିଲ୍ମର ଅଶ୍ୱତଥାମାଙ୍କର ଏକ ନୂତନ ପୋଷ୍ଟର ସେୟାର କରିଥିଲେ । ପୋଷ୍ଟରରେ ଅମିତାଭ ବଚ୍ଚନଙ୍କୁ ତାଙ୍କ ଅଶ୍ୱତଥାମଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା । ତାଙ୍କ କପାଳରେ ଏକ ଚମକ ଦେଖିବାକୁ ମିଳିଥିଲା । ତାସହିତ ସେ ହାତରେ ଏକ ବାଡ଼ି ଧରିଥିବା ବେଳେ ଦେହକୁ ସମ୍ପୁର୍ଣ୍ଣ ଭାବରେ ଘୋଡ଼ାଇ ଥିବା ଦେଖିବାକୁ ମିଳିଥିଲା।
ନିର୍ମାତାମାନେ ପୋଷ୍ଟର କ୍ୟାପସନରେ ଲେଖିଥିଲେ, "ଦ୍ୱାପର ଯୁଗରୁ ଦଶାବତାରକୁ ଅପେକ୍ଷା କରିଛି ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତଥାମା"। ତେବେ କିଛିଦିନ ତଳେ ମେକର୍ସ ଫିଲ୍ମରୁ ଅଶ୍ୱତଥାମାଙ୍କ ପରିଚୟ ଦେଇ ମଧ୍ୟ ଏକ ଟିଜର ରିଲିଜ କରିଥିଲେ । ଯାହାର କ୍ୟାପସନରେ ଲେଖିଥିଲେ ଅତୀତ ଯୁଗର ଯୁଦ୍ଧରୁ ବର୍ତ୍ତମାନ ଯୁଗର ଯୁଦ୍ଧ ପର୍ଯ୍ୟନ୍ତ । କଲ୍କି 2898 ADରେ ବିଗ ବି ତଥା ବଲିଉଡ଼ର ଶେହେନଶାହ ଅମିତାଭ ବଚ୍ଚନଙ୍କୁ 'ଅଶ୍ୱତଥାମା' ଚରିତ୍ରରେ ଦେଖିବାକୁ ମିଳିବ ।
ବହୁ ପ୍ରତୀକ୍ଷିତ ବହୁଭାଷୀ ଫିଲ୍ମ କଲ୍କି 2898ADରେ ଅନେକ ବଡ ବଡ ଷ୍ଟାର ନଜର ଆସିବେ । ଯେଉଁଥିରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବାର ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ