ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ ପ୍ରଭାସଙ୍କ ଜଲୱା; 'ଜବାନ'କୁ ପଛରେ ପକାଇଲା 'କଲ୍କି', ବନିଲା ସର୍ବାଧିକ ଆୟ କରିଥିବା ୪ର୍ଥ ଫିଲ୍ମ - Kalki 2898 AD Box Office Collection

Kalki Box Office Collection Day 40: ବକ୍ସ ଫିସରେ ଧମାକା କରିଛି ପ୍ରଭାସଙ୍କ ଫିଲ୍ମ 'କଲ୍କି ୨୮୯୮ AD' । ଫିଲ୍ମ ରିଲିଜର ୪୦ ଦିନ ପରେ କମୁନି କ୍ରେଜ । ବର୍ତ୍ତମାନ ଫିଲ୍ମ ଶାହାରୁଖ କାନଙ୍କ ଫିଲ୍ମ 'ଜବାନ'କୁ ମଧ୍ୟ ପଛରେ ପକାଇଛି । ଏହିପରି ଫିଲ୍ମ ସର୍ବାଧିକ ଆୟ କରିଥିବା ୪ର୍ଥ ଫିଲ୍ମ ଭାବେ କଲା ରେକର୍ଡ ନିଜ ନାଁରେ କରିଛି । ତେବେ ଫିଲ୍ମ କେତେ ରୋଜଗାର କରିଛି ? ଜାଣନ୍ତୁ...

ବକ୍ସ ଅଫିସରେ ପ୍ରଭାସଙ୍କ ଜଲୱା; 'ଜବାନ'କୁ ଫଛରେ ପକାଇଲା 'କଲ୍କି', ସର୍ବାଧିକ ଆୟ କରିଥିବା ୪ର୍ଥ ଫିଲ୍ମ ଭାବେ କଲା ରେକର୍ଡ
ବକ୍ସ ଅଫିସରେ ପ୍ରଭାସଙ୍କ ଜଲୱା; 'ଜବାନ'କୁ ଫଛରେ ପକାଇଲା 'କଲ୍କି', ସର୍ବାଧିକ ଆୟ କରିଥିବା ୪ର୍ଥ ଫିଲ୍ମ ଭାବେ କଲା ରେକର୍ଡ (Movie Posters)

By ETV Bharat Odisha Team

Published : Aug 7, 2024, 11:57 AM IST

ହାଇଦ୍ରାବାଦ:ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଫିଲ୍ମ କଲ୍କି 2898 AD ଜୁନ୍ ୨୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜର ଏକ ମାସରୁ ଉର୍ଦ୍ଧ୍ୱ ହୋଇଥିଲେ ହେଁ ଫିଲ୍ମଟି ଏବେ ବି ପ୍ରେକ୍ଷାଳୟରେ ଜାରି ରହିଛି । ଲୋକ ଫିଲ୍ମକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହିପରି କଲ୍କି ଏବେ ବକ୍ସ ଅଫିସରେ ବମ୍ପର କଲେକ୍ସନ କରିବା ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ କଲ୍କି ରୋଜଗାର ଦୃଷ୍ଟିରୁ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'କୁ ପଛରେ ପକାଇଛି ଏବଂ ଏହା ବର୍ତ୍ତମାନ ଭାରତର ଚତୁର୍ଥ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଭାବେ ନୂଆ ରେକର୍ଡ ସୃଷ୍ଟି କରିଛି ।

'ଜବାନ'କୁ ପଛରେ ପକାଇଲା 'କଲ୍କି'

ରିଲିଜ୍ ହେବାର ୪୦ତମ ଦିନରେ ରୋଜଗାର ଦୃଷ୍ଟିରୁ ପ୍ରଭାସଙ୍କ 'କଲ୍କି' ଶାହାରୁଖଙ୍କ 'ଜବାନ'କୁ ପଛରେ ପକାଇଛି । କେବଳ ଏତିକି ନୁହେଁ ବାହୁବଲୀ ୨, କେଜିଏଫ୍ ୨ ଏବଂ ଆରଆରଆର ପରେ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । 'ଜବାନ'ର ମୋଟ କଲେକ୍ସନ ଭାରତରେ 640.25 କୋଟି ରହିଥିବା ବେଳେ ସାକନିକଙ୍କ ରିପୋର୍ଟ ଅନୁଯାୟୀ, ସମସ୍ତ ଭାଷାରେ 'କଲ୍କି' 640.38 କୋଟି ଟଙ୍କା ଆୟ କରି 'ଜବାନ'କୁ ପଛରେ ପକାଇଛି ।

ନିଜ ବଜେଟ ମୂଲ୍ୟରୁ ଅଧିକ ଆୟ କରିଛି 'କଲ୍କି'

ପ୍ରଭାସଙ୍କ କଲ୍କି 2898 AD ପ୍ରଥମ ସପ୍ତାହରେ 414.85 କୋଟି ଟଙ୍କା ରୋଜଗାର କରିଥିଲା ​ । ଦ୍ୱିତୀୟ ସପ୍ତାହରେ ଏହା 128.5 କୋଟି, ତୃତୀୟ ସପ୍ତାହରେ 56.1 କୋଟି, ଚତୁର୍ଥ ସପ୍ତାହରେ 24.4 କୋଟି ଏବଂ ପଞ୍ଚମ ସପ୍ତାହରେ 12.1 କୋଟି ଟଙ୍କା ଆୟ କରିଛି ଏବଂ ଏହି ସୋମବାର ୫୦ ଲକ୍ଷ ରୋଜଗାର କରିବା ସହ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୋଟ 640.38 କୋଟି ଟଙ୍କା କଲେକ୍ସନ କରିଛି । ସୂଚନା ଅନୁସାରେ, କଲ୍କି ପ୍ରାୟ ୬୦୦ କୋଟି ବଜେଟରେ ନିର୍ମିତ ହୋଇଛି । ଏହିପରି ଫିଲ୍ମ ନିଜ ବଜେଟ ମୂଳ୍ୟରୁ ଅଧିକ ଆୟ କରି ଆଉ ଏକ ସଫଳତା ହାସଲ କରିଛି ।

ଏହା ମଧ୍ୟ ପଢନ୍ତୁ:'କଲ୍କି' ପରେ 'ରାଜା ସାବ' ସହ ଧମାକା କରିବେ ପ୍ରଭାସ, ନୂଆ ପୋଷ୍ଟର ସହ ଟିଜର ରିଲିଜ ଡେଟ୍ ଘୋଷଣା

'କଲ୍କି 2898 AD' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details