ଓଡିଶା

odisha

ETV Bharat / entertainment

ଏମି ଆୱାର୍ଡ 2024; ସାମ୍ନାକୁ ଆସିଲା ବିଜେତାଙ୍କ ତାଲିକା, ବାଦ୍ ପଡିଲା 'ଦ ନାଇଟ୍ ମ୍ୟାନେଜର୍' - EMMY AWARDS 2024 WINNER LIST

52 ତମ ଅନ୍ତର୍ଜାତୀୟ ଏମି ପୁରସ୍କାର 2024 ର ବିଜେତା ତାଲିକା ପ୍ରକାଶ ପାଇଛି । ଏଥିରେ ଭାରତ ପକ୍ଷରୁ ମନୋନୀତ ହୋଇଥିବା ସିରିଜ 'ଦ ନାଇଟ୍ ମ୍ୟାନେଜର୍' ଯାଦୁ ଦେଖାଇପାରିଲା ନାହିଁ ।

emmy awards 2024 winner list
emmy awards 2024 winner list (Photo: ANI/ Film Poster)

By ETV Bharat Entertainment Team

Published : Nov 26, 2024, 11:06 AM IST

ହାଇଦ୍ରାବାଦ:52 ତମ ଅନ୍ତର୍ଜାତୀୟ ଏମି ପୁରସ୍କାର 2024, 25 ନଭେମ୍ବରରେ ନ୍ୟୁୟର୍କ ହିଲଟନ୍ ମିଡାଉନ୍ (ଯୁକ୍ତରାଷ୍ଟ୍ର) ରେ ଅନୁଷ୍ଠିତ ହୋଇଥିଲା । ଅନେକ ଟିଭି ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମି ପୁରସ୍କାର 2024 ଭାରତୀୟ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ ହୋଷ୍ଟ କରିଥିଲେ । ଯାହା ଦେଶ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଥିଲା ଯେ ଜଣେ ଭାରତୀୟ କଳାକାର ଏହି ସମ୍ମାନଜନକ ପୁରସ୍କାର ଶୋ’ର ହୋଷ୍ଟ କରୁଛନ୍ତି । 2023 ମସିହାରେ ଭୀର ଦାସ ତାଙ୍କର ପ୍ରଥମ ଏମି ପୁରସ୍କାର ଜିତିଥିଲେ ଏବଂ ଏହା ପରେ ସେ ଶୋ' ହୋଷ୍ଟ କରିଛନ୍ତି । ବର୍ତ୍ତମାନ ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ...

ବାଜି ମାରିପାରିଲା ନାହିଁ 'ଦ ନାଇଟ୍ ମ୍ୟାନେଜର'

ଅନ୍ତର୍ଜାତୀୟ ଟେଲିଭିଜନ ଆର୍ଟ ଏବଂ ସାଇନ୍ସ ଏକାଡେମୀ (IATAS) ଦ୍ୱାରା ଏମି ପୁରସ୍କାର ଆୟୋଜିତ ହୋଇଛି । ଏଥର 21 ଟି ଦେଶର 56 କଳାକାର ଏହି କାର୍ଯ୍ୟକ୍ରମରେ 14 ଟି ବର୍ଗରେ ମନୋନୀତ ହୋଇଥିଲେ । ଡ୍ରାମା ସିରିଜ୍, କମେଡି, ଡକ୍ୟୁମେଣ୍ଟାରୀ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଆର୍ଟ୍ସ ପ୍ରୋଗ୍ରାମିଂ, କିଡ୍ସ ପ୍ରୋଗ୍ରାମିଂ ଏବଂ ଆହୁରି ଅନେକ ବର୍ଗ ଥିଲା । ଭାରତରୁ ଅନୀଲ କପୁର ଏବଂ ଆଦିତ୍ୟ ରୟ କପୁରଙ୍କ ଅଭିନୀତ 'ଦ ନାଇଟ୍ ମ୍ୟାନେଜର' ଡ୍ରାମା ସିରିଜରେ ମନୋନୀତ ହୋଇଥିଲେ ସୁଦ୍ଧା ଜିତିପାରିଲା ନାହିଁ ।

କହିରଖୁଛୁ କି, ଶ୍ରେଷ୍ଠ ଡ୍ରାମା ସିରିଜ୍ ପାଇଁ ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲା ଏବଂ ଅନିଲ କପୁରଙ୍କ 'ଦ ନାଇଟ୍ ମ୍ୟାନେଜର' ୱେବ ସିରିଜ ମନୋନୀତ କରାଯାଇଛି । ଚଳିତ ବର୍ଷ ଭାରତରୁ ମନୋନୀତ ହୋଇଥିବା ଏହା ଏକମାତ୍ର ଚଳଚ୍ଚିତ୍ର ଥିଲା । 'ଦ ନାଇଟ୍ ମ୍ୟାନେଜର' ଦୁନିଆର ସର୍ବୋତ୍ତମ ୱେବ୍ ସିରିଜ୍ ଲେସ୍ ଗାଉଟ୍ସ ଡି ଡିୟୁ (ଡ୍ରପ୍ସ ଅଫ୍ ଗଡ୍) (ଫ୍ରାନ୍ସ), ନ୍ୟୁଜ୍ ରିଡର୍ - ସିଜନ୍ ୨ (ଅଷ୍ଟ୍ରେଲିଆ) ଏବଂ ଆଇଓସି, ଏଲ୍ ଏସପିଆ ଆରେପେଣ୍ଟିଡୋ - ସିଜିନ୍ ୨ (ଆର୍ଜେଣ୍ଟିନା) ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଯେଉଁଥିରେ ଲେସ୍ ଗାଉଟ୍ସ ଡି ଡିୟୁ ବାଜି ମାରିଲା ।

ଏମି ପୁରସ୍କାର 2024 ର ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା:-

  • ପିଆନୋଫୋର୍ଟ- ଆର୍ଟ୍ସ ପ୍ରୋଗ୍ରାମିଂ
  • ଆକ୍ବାବ-ଚୁଟିମନ୍ ଚୁଏଙ୍ଗଚାରୋସୁକିଙ୍ଗ- ଶ୍ରେଷ୍ଠ ପରଫର୍ମାନ୍ସ ଅଭିନେତ୍ରୀ
  • ରେଷ୍ଟୁରାଣ୍ଟ ମିସଭେରଷ୍ଟାଣ୍ଡ-ସିଜନ 2- ନନ-ସ୍କ୍ରିପ୍ଟିଡ୍ ଏଣ୍ଟରଟେନମେଣ୍ଟ ପୁରସ୍କାର
  • ବ୍ରାଉନ୍: ଦ ଇମ୍ପୋସିବଲ 1 ଷ୍ଟୋରୀ- ସ୍ପର୍ଟ୍ସ ଡକ୍ୟୁମେଣ୍ଟାରୀ ପୁରସ୍କାର
  • ସର୍ଟ-ଫର୍ମ ସିରିଜ୍ ପୁରସ୍କାର: ପଣ୍ଟ୍ ଡି ନୋ ରିଟର୍ନ (ପଏଣ୍ଟ ଅଫ୍ ନୋ ରିଟର୍ନ)
  • କିଡ୍ସ: ଲାଇଭ୍-ଆକ୍ସନ୍ ଆୱାର୍ଡ: ଏନ ଏଫ ଡ୍ରିଙ୍ଗେନି (ୱାନ ଅଫ ଦ ବଏସ)
  • କିଡ୍ସ: ଫାକ୍ୟୁୱାଲ ଏବଂ ଏଣ୍ଟରଟେନମେଣ୍ଟ ପୁରସ୍କାର - ଲା ଭିଦା ସିକ୍ରେଟା ଦେ ତୁ ମେଣ୍ଟେ (ଦ ସିକ୍ରେଟ ଲାଇଫ ଅଫ ୟର ମାଇଣ୍ଡ)
  • କିଡ୍ସ: ଆନିମେସନ୍ ପୁରସ୍କାର: ଟ୍ୟାବି ମ୍ୟାକଟ୍ଟ
  • ଟିଭି ଚଳଚ୍ଚିତ୍ର / ମିନି-ସିରିଜ୍ ପୁରସ୍କାର: ଲିବିସ କାଇଣ୍ଡ (ଡିଅର ଚାଇଲ୍ଡ)
  • କମେଡି ପୁରସ୍କାର: ଡିଭିଜନ୍ ପାଲେରମୋ
  • ଶ୍ରେଷ୍ଠ ଅଭିନେତା: ଟିମୋଥି ସ୍ପଲ୍ ଫର୍ ଦ ସିକ୍ସତ୍ କମାଣ୍ଡମେଣ୍ଟ
  • ଟେଲେନୋଭେଲା ପୁରସ୍କାର: ଲା ପ୍ରୋମେସା (ଦ ୱୋ)
  • ଡକ୍ୟୁମେଣ୍ଟାରୀ ପୁରସ୍କାର: ଓଟୋ ବକ୍ସ୍ଟର୍: Not A F*ing Horror Story
  • ଡ୍ରାମା ସିରିଜ୍ ପୁରସ୍କାର: ଲେସ୍ ଗାଉଟ୍ସ ଦେ ଡିୟୁ (ଡ୍ରପ୍ସ ଅଫ୍ ଗଡ୍)

ଏହା ମଧ୍ୟ ପଢନ୍ତୁ:ପ୍ରଥମ ଭାରତୀୟ ୱେବସିରିଜ ଭାବେ 'ଦ ନାଇଟ୍ ମ୍ୟାନେଜର' ମନୋନୀତ, ଖୁସିବ୍ୟକ୍ତ କଲେ ଅନୀଲ କପୁର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details