ଓଡିଶା

odisha

ETV Bharat / entertainment

ତେଜା ସଜ୍ଜାଙ୍କ ଫିଲ୍ମକୁ ମିଳିଲା ଟାଇଟଲ, 'ମିରାଇ' ସହ କରିବେ ଧମାକା - Teja Sajja New Film Mirai - TEJA SAJJA NEW FILM MIRAI

Mirai Teaser Out: ହନୁମାନ ସହ ଧମାକା କରିବା ପରେ ପୁଣି ପରଦାକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି ତେଜା ସଜ୍ଜା । ଅଭିନେତା ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଫିଲ୍ମର ଏକ ଟିଜର ସେୟାର କରି ଏହାର ଝଲକ ଦେଖାଇବା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି ।

ତେଜା ସଜ୍ଜାଙ୍କ ଫିଲ୍ମକୁ ମିଳିଲା ଟାଇଟଲ, 'ମିରାଇ' ସହ କରିବେ ଧମାକା
ତେଜା ସଜ୍ଜାଙ୍କ ଫିଲ୍ମକୁ ମିଳିଲା ଟାଇଟଲ, 'ମିରାଇ' ସହ କରିବେ ଧମାକା

By ETV Bharat Odisha Team

Published : Apr 18, 2024, 2:28 PM IST

ହାଇଦ୍ରାବାଦ:ଅପେକ୍ଷାର ହେଲା ଅନ୍ତ ।ତେଲୁଗୁ ସିନେମାର ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର 'ହନୁମାନ' ଫେମ ଅଭିନେତା ତେଜା ସଜ୍ଜା ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ହନୁମାନ ସଫଳତା ପରେ ନୂଆ ଚଳଚ୍ଚିତ୍ର ଘୋଷଣା କରିଥିଲେ । ତେବେ ଆଜି ଅଭିନେତା ନିଜ ଫିଲ୍ମର ଟାଇଟଲ ଉପରୁ ପରଦା ହଟାଇଛନ୍ତି । କେବଳ ଏତିକି ନୁହଁ ସେ ଫିଲ୍ମର ଝଲକ ଦେଖାଇବା ସହ ନିଜ ଲୁକ ମଧ୍ୟ ରିଲିଜ କରିଛନ୍ତି । ଫିଲ୍ମର ଟିଜର ସହ ଫିଲ୍ମ ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ନିର୍ମାତା ପିପୁଲ ମିଡିଆ ଫେକ୍ଟ୍ରି ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ସେୟାର କରିଛନ୍ତି । ସେ ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, ପ୍ରାଚୀନ କାହାଣୀଗୁଡିକର ରୋମାଞ୍ଚକର ଯାତ୍ରା । ସୁପର ଯୋଦ୍ଧା । ଏହି ଫିଲ୍ମ ଆଜି ଠାରୁ ଠିକ ବର୍ଷେ ୧୮ ଏପ୍ରିଲ ୨୦୨୫ରେ ରିଲିଜ ହେବ । ତେବେ ଟିଜରରେ ତେଜା ସାଜାଙ୍କୁ ଏକ ରହସ୍ୟମୟ ଏବଂ ଶକ୍ତିଶାଳୀ ଚରିତ୍ର ଭାବରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରଟି ଏକ ଆକ୍ସନ୍ ଥ୍ରୀଲର ହେବ, ଯେଉଁଥିରେ ରୋମାନ୍ସ ଏବଂ ଡ୍ରାମା ବି ଭରପୁର ରହିଛି ।

ଏହି ଚଳଚ୍ଚିତ୍ରଟି 'ହନୁମାନ୍'ର ସଫଳତା ପରେ ତେଜା ସଜ୍ଜା ଏବଂ ନିର୍ଦ୍ଦେଶକ କାର୍ତ୍ତିକ ଗାଟାମାମେନିଙ୍କ ମଧ୍ୟରେ ଦ୍ୱିତୀୟ ଫିଲ୍ମ ଅଟେ । 'ମିରାଇ' ହେଉଛି ଏକ 3D ଚଳଚ୍ଚିତ୍ର ଯେଉଁଥିରେ ରିତିକା ନାୟକ ମଧ୍ୟ ଅଭିନୟ କରିଛନ୍ତି । 'ମିରାଇ' ଟିଜି ବିଶ୍ୱ ପ୍ରସାଦଙ୍କ ଦ୍ୱାରା ନିର୍ମିତ ଏବଂ ଏହା ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ, ମାଲାୟାଲମ୍, ବଙ୍ଗାଳୀ, ମରାଠୀ ଏବଂ ଚାଇନିଜ୍ ଭାଷାରେ ଆସନ୍ତା ବର୍ଷ ଆଜିର ଦିନରେ (୧୮ ଏପ୍ରିଲ) ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ:'ହନୁମାନ' ସ୍ବିକେଲ 'ଜୟ ହନୁମାନ'ର ସୁଟିଂ, ଫିଲ୍ମରେ ହେଲା ରାମଙ୍କ ଏଣ୍ଟ୍ରି

ସୂଚନା ଥାଉ କି, ୨୮ ବର୍ଷୀୟ ତେଜା ସଜ୍ଜା ୧୯୯୮ ମସିହାରୁ ଚଳଚ୍ଚିତ୍ରରେ ସକ୍ରିୟ ଥିଲେ ଏବଂ ଶିଶୁ ଅଭିନେତା ଭାବରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ତେଜାଙ୍କୁ ଶେଷ ଥର ପାଇଁ ହନୁମାନ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା, ଯାହା ମକର ସଂକ୍ରାନ୍ତି (୧୨ ଜାନୁଆରୀ ୨୦୨୪) ଅବସରରେ ମୁକ୍ତିଲାଭ କରିଥିଲା । ୪୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୩୦୦କୋଟିରୁ ଅଧିକ ବ୍ୟବସାୟ କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ତେଲୁଗୁ ଏବଂ ହିନ୍ଦୀରେ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହୋଇଥିବା ବେଳେ ଫିଲ୍ମ ବେଶ ପ୍ରଶଂସା ସାଉଁଟୁଛି । ପ୍ରଶାନ୍ତ ବର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ସେ ତେଜାଙ୍କ ସହ 'ହନୁମାନ ୨' ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details