ଓଡିଶା

odisha

ETV Bharat / entertainment

ସରିଲା 'ଗେମ ଚେଞ୍ଜର'ର ସୁଟିଂ, ଲାଷ୍ଟ ଫଟୋ ସେୟାର କଲେ ରାମ ଚରଣ - Game Changer - GAME CHANGER

Game Changer: ସାଉଥ ସୁପରଷ୍ଟାର ରାମ ଚରଣ ପରଦାରେ ଧମାକା ଆସିବାକୁ ପ୍ରସ୍ତୁତ । ଅଭିନେତା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗେମ୍ ଚେଞ୍ଜରର ସୁଟିଂ ଶେଷ କରିଛନ୍ତି । ସୋସିଆଲ ମିଡିଆରେ ସେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।

ପରଦାରେ ଧମାକା ଆସିବାକୁ ପ୍ରସ୍ତୁତ ରାମ ଚରଣ, 'ଗେମ ଚେଞ୍ଜର'ର ସୁଟିଂ ସାରିଲେ ଅଭିନେତା
ପରଦାରେ ଧମାକା ଆସିବାକୁ ପ୍ରସ୍ତୁତ ରାମ ଚରଣ, 'ଗେମ ଚେଞ୍ଜର'ର ସୁଟିଂ ସାରିଲେ ଅଭିନେତା (Ram Charan Instagram)

By ETV Bharat Odisha Team

Published : Jul 8, 2024, 10:36 AM IST

ହାଇଦ୍ରାବାଦ:ତେଲୁଗୁ ସୁପରଷ୍ଟାର ରାମ ଚରଣ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗେମ ଚେଞ୍ଜର' ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ଅଭିନେତା ବର୍ତ୍ତମାନ 'ଗେମ୍ ଚେଞ୍ଜର'ର ସୁଟିଂ ଶେଷ କରିଛନ୍ତି। ଗତ ଦୁଇ ବର୍ଷ ଧରି ଫିଲ୍ମ 'ଗେମ୍ ଚେଞ୍ଜର'ର ସୁଟିଂ ଚାଲିଥିଲା । ରାମ ଚରଣ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ଅଭିନେତା ଏହି ଚଳଚ୍ଚିତ୍ରର ସୁଟିଂ ଶେଷ କରିଛନ୍ତି । ସେ ସୁଟିଂ ସେଟରୁ ଦୁଇଟି ଫଟୋ କୋଲାଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଯାହା ପରେ ଫ୍ୟାନ୍ସ ପ୍ରତିକ୍ରିୟା ଦେବା ସହ ଫିଲ୍ମ ରିଲିଜ ନେଇ ଉତ୍ସାହିତ ଥିବା କହିଛନ୍ତି ।

ଫିଲ୍ମ 'ଗେମ ଚେଞ୍ଜର' ରିଲିଜକୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ଆଜି ସକାଳେ ରାମ ଚରଣ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଦୁଇଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ହେଲିକ୍ୟାପ୍ଟର ଆଡ଼କୁ ଯାଉଥିବାର ନଜର ଆସିଛନ୍ତି । ଗୋଟିଏ ହେଉଛି ଫିଲ୍ମର ଫଟୋ ହୋଇଥିବା ବେଳେ ଅନ୍ୟଟି ସୁଟିଂ ଶେଷ ହେବା ପରର ଅଟେ । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଗେମ ପରିବର୍ତ୍ତନ ହେବାକୁ ଯାଉଛି। ଗେମ୍ ଚେଞ୍ଜର...ଏହା ସମାପ୍ତ ହୋଇଛି, ଖୁବଶୀଘ୍ର ପ୍ରେକ୍ଷାଳୟରେ ମିଶିବା ।''

କହିରଖୁଛୁ କି, ଫିଲ୍ମର ସୁଟିଂ ସମାପ୍ତ ହେବାର ଅର୍ଥ ହେଉଛି ଏହି ଚଳଚ୍ଚିତ୍ରର ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ଫିଲ୍ମ ଚଳିତ ବର୍ଷ ରିଲିଜ୍ ପାଇଁ ପ୍ରସ୍ତୁତ ହେବ । ଖୁବଶୀଘ୍ର ନିର୍ମାତା ଫିଲ୍ମର ରିଲିଜ ଡେଟ ଘୋଷଣା କରିପାରନ୍ତି । ସେପଟେ ରାମଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏବଂ ରାମଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ଫିଲ୍ମ ରିଲିଜ୍ ପାଇଁ ଆଉ ଅପେକ୍ଷା କରିବା କଷ୍ଟକର । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ରାମ ଚରଣ ଭାରତର ସବୁଠାରୁ ସୁନ୍ଦର ଅଭିନେତା । ଆଉ ଜଣେ ଲେଖିଛନ୍ତି, ବର୍ତ୍ତମାନ ପ୍ରକୃତ ଖେଳ ଆରମ୍ଭ ହେବ, ଯେତେବେଳେ ଫିଲ୍ମ ଗେମ୍ ଚେଞ୍ଜର ରିଲିଜ୍ ହେବ।

ଏହା ମଧ୍ୟ ପଢନ୍ତୁ:ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର'ର ପ୍ରଥମ ଲୁକ୍ ରିଲିଜ

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର ଏବଂ ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ରାମ ଚରଣଙ୍କ ବିପକ୍ଷରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରାମ ଚରଣ ୩ଟି ଭୂମିକାରେ ନଜର ଆସିବେ । ଏଥିସହ ଏହି ଚଳଚ୍ଚିତ୍ରରେ ରାମ ଚରଣ, କିଆରା ବ୍ୟତୀତ ଏଥିରେ ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details