ହାଇଦ୍ରାବାଦ:ବଲିଉଡ ଅଭିନେତା ସନ୍ନି ଦେଓଲ 'ଗଦର ୨' ଅପାର ସଫଳତା ପରେ ବର୍ତ୍ତମାନ 'ଲାହୋର ୧୯୪୭' ସହ ପରଦାକୁ ଫେରିବାକୁ ଯାଉଛନ୍ତି । ବର୍ତ୍ତମାନ ଫିଲ୍ମକୁ ଏକ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମର ସୁଟିଂ ଆଜି ଅର୍ଥାତ୍ ୧୨ ଫେବୃଆରୀରୁ ଆରମ୍ଭ ହୋଇଛି । ଏଥିସହ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ଫିଲ୍ମର ହିରୋଇନ୍ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ।
ପ୍ରୀତି ଜିଣ୍ଟାଙ୍କୁ କାଷ୍ଟ କରିବା ନେଇ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ କହିଛନ୍ତି, "ବହୁ ସମୟ ପରେ ପ୍ରୀତି ଜିଣ୍ଟା ରୂପା ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେ 'ଲାହୋର ୧୯୪୭'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ସେ ଜଣେ ପ୍ରତିଭାଶାଳୀ, ଉଜ୍ଜ୍ୱଳ ଏବଂ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ସେ ଯେକୌଣସି ଚରିତ୍ରରେ ଅଭିନୟ କରନ୍ତି, ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥାନ୍ତି । ସନ୍ନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ଯୋଡି ବିଷୟରେ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଦର୍ଶକ ପୁଣି ସନ୍ନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କୁ ଏକାଠି ଦେଖିବେ । ଏହି ଅନ୍-ସ୍କ୍ରିନ୍ ଯୋଡିକୁ ଦର୍ଶକମାନେ ସର୍ବଦା ଭଲ ପାଆନ୍ତି ଏବଂ ଏହି ଚଳଚ୍ଚିତ୍ର ପାଇଁ ସନ୍ନି ଏବଂ ପ୍ରୀତିଙ୍କ ଯୋଡି ପରଫେକ୍ଟ ଅଟେ ।