ହାଇଦ୍ରାବାଦ: ୨୦ ଫେବୃଆରୀ (ଗତ ମଙ୍ଗଳବାର) ରେ ମୁମ୍ବାଇରେ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୱାର୍ଡ ୨୦୨୪ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ତାରକା ସେମାନଙ୍କର ଗ୍ଲାମରସ୍ ଲୁକରେ ନଜର ଆସିଥିଲେ । ଏହି ଆୱାର୍ଡ ଶୋ'ରେ ଦମଦାର ପ୍ରଦର୍ଶନ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ଏବଂ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ର ଜଲୱା ଦେଖିବାକୁ ମିଳିଛି । ଉଭୟ ଫିଲ୍ମ ଦୁଇଟି ଲେଖାଏଁ ଆୱାର୍ଡ ନିଜ ନାଁରେ କରିଥିଲେ ।
ଫିଲ୍ମ 'ଜବାନ' ପାଇଁ ଶାହାରୁଖ ଖାନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ନୟନତାରାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ହାତେଇଛନ୍ତି । ସେହିପରି ଫିଲ୍ମ 'ଆନିମଲ' ପାଇଁ ଶ୍ରେଷ୍ଠ ଖଳନାୟକ ଭୂମିକାରେ ବବି ଦେଓଲ ଏହି ଆୱାର୍ଡ ନିଜ ନାଁରେ କରିଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଅନ୍ୟପଟେ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର'କୁ ଏହି ଆୱାର୍ଡରେ ସମ୍ମାନିତ କରାଯାଇଛି ।
ବିଜେତାଙ୍କ ପୁରା ତାଲିକା:
- ଖଳନାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା- ବବି ଦେଓଲ (ଆନିମଲ)
- ଶ୍ରେଷ୍ଠ ନିର୍ଦ୍ଦେଶକ- ସନ୍ଦୀପ ରେଡ୍ଡୀ ଭଙ୍ଗା (ଆନିମଲ)
- ଶ୍ରେଷ୍ଠ ଅଭିନେତ୍ରୀ- ନୟନତାରା (ଜବାନ)
- ଶ୍ରେଷ୍ଠ ଅଭିନେତା- ଶାହାରୁଖ ଖାନ (ଜବାନ)
- ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ବିକି କୌଶଲ (ସାମ ବାହାଦୂର)
- ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ- ଅନିରୁଦ୍ଧ ରବିଚନ୍ଦର
- ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ- ବରୁଣ ଜେନା
- ସର୍ବୋତ୍ତମ ପ୍ଲେକ୍ ଗାୟିକା- ଶିଳ୍ପା ରାଓ
- ୱେବ ସିରିଜ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ)- କରିସ୍ମା ତନ୍ନା (ସ୍କୁପ)
- ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ- କେ. ଜେ ୟେସୁଦାସ
- ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ - ମୌସୁମୀ ଚାଟାର୍ଜୀ
- ଟେଲିଭିଜନ ସିରିଜ ଅଫ ଦ ଇୟର- ଗୁମ ହେ କିସି କେ ପ୍ୟାର ମେଁ
- ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତା- ନିଲ ଭଟ୍ଟ
- ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତ୍ରୀ- ରୂପାଲି ଗାଙ୍ଗୁଲି