ଓଡିଶା

odisha

ETV Bharat / entertainment

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ସୋସିଆଲ ମିଡିଆରେ ଭାଇରାଲ - SHILPA SHETTY IN CONTROVERSY

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ବୁଲିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିଷିଦ୍ଧାଞ୍ଚଳରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ପରେ ଉପୁଜିଲା ବିବାଦ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Oct 29, 2024, 7:49 AM IST

Updated : Oct 29, 2024, 1:29 PM IST

ଭୁବନେଶ୍ବର: ଓଡ଼ିଶା ଆସି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସି ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇବା ପରେ ବିବାଦରେ ପଡିଗଲେ । ଶିଳ୍ପାଙ୍କ ମନ୍ଦିର ଭିତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ମନ୍ଦିରର ନୀତି ନିୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ଓ ଫଟୋ କିଏ ଉଠାଇଲା ? ସେଲିବ୍ରେଟିଙ୍କ ଲାଗି ଓ ସାଧାରଣ ଲୋକଙ୍କ ଲାଗି ନିୟମ କଣ ଅଲଗା ବୋଲି ପ୍ରଶ୍ନ ଉଠିଛି।

ନିଜ ସୋସିଆଲ ମିଡିଆରେ ଶିଳ୍ପା ସେଠୀ ମନ୍ଦିର ଭିତରେ ଛିଡା ହୋଇ ଏକ ଫଟୋ ଛାଡିଛନ୍ତି । ଆଉ ଏକ ଭିଡିଓରେ ଶିଳ୍ପାଙ୍କୁ ଲିଙ୍ଗରାଜ ମନ୍ଦିର ଇତିହାସ ବିଷୟରେ ଜଣେ ସେବାୟତ କହୁଥିବା ଦେଖିବାକୁ ମିଳୁଛି । ସେହି ସେବାୟତ ହେଉଛନ୍ତି ମନ୍ଦିର ସେବାୟତଙ୍କ ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ଥିବା ରାଜକିଶୋର ଦାସ । ତେବେ ମନ୍ଦିର ପ୍ରଶାସନର ବିନା ଅନୁମତିରେ ସାଧାରଣ ଦିନ ଗୁଡିକରେ ଯେଉଁ ସ୍ଥାନରେ ଫଟୋ ଓ ଭିଡିଓ ଉଠାଇବା ମନା ସେଠାରେ ଶିଳ୍ପା ସେଟ୍ଟୀ କେମିତି ଫୋଟୋ ଓ ଭିଡ଼ିଓ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ସେବାୟତ ସେହି ଭିଡିଓରେ ଥିବା ବେଳେ ଏହା ସେ କେମିତି ଜାଣିପାରିଲେ ନାହିଁ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

Shilpa Shetty (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରୁହ ବାବାଙ୍କ ଉପରେ ଭାରୀ ପଡିବେ କି ସିଙ୍ଘମ ? ଆଡଭାନ୍ସ ବୁକିଂରେ ଏତିକି କୋଟି ଆୟ କଲାଣି 'ଭୁଲ ଭୁଲେୟା 3-ସିଙ୍ଘମ ଏଗେନ'

ଏହା ମଧ୍ୟ ପଢନ୍ତୁ-ମାଆ ହେବେ ସୋନାକ୍ଷୀ ! ଲାଟେଷ୍ଟ ପୋଷ୍ଟ ଦେଲା ହିଣ୍ଟ୍, ଛୁଟିଲା ଶୁଭେଚ୍ଛାର ସୁଅ

ସୂଚନା ମୁତାବିକ, ଗତକାଲି ଭୁବନେଶ୍ୱର ଆସି ଏକ ଅଳଙ୍କାର ଶୋ ରୁମର ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟା ରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଆଉ ସେଠାରେ ସେ ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ବୁଲିଦେଖିଥିଲେ । ସେହି ସମୟରେ ମନ୍ଦିର ଭିତରେ ସେ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରିଥିଲେ । ଏହାପରେ ସେ ମୁମ୍ବାଇ ଫେରିଯାଇଥିଲେ ।

Shilpa Shetty (SOCIAL MEDIA)

ପ୍ରତିକ୍ରିୟା ରଖିଲେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି , ଏମିତି ଘଟଣା ହେବା କଥା ନୁହେଁ । ବିଗତ ଦିନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଫଟୋ ଉଠେଇବା ବେଳେ ପୁରା ସିକ୍ୟୁରିଟିକୁ ପ୍ରାଧାନ୍ୟ ଦିଆଯାଇଛି । ଗତକାଲିର ଘଟଣା ଉପରେ ଆଲୋଚନା ହେବ । ଏଭଳି ଘଟଣା କିପରି ଆଗକୁ ନହେବ ତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଏହା ଆମ ଭାବାବେଗର କଥା ଏମିତି ଘଟଣା ହେବା କଥା ନୁହେଁ । ସେଲିବ୍ରେଟି ମାନେ ଜାଣି ନଥାଇ ପାରନ୍ତି କିନ୍ତୁ ମନ୍ଦିର ସେବାୟତ ମାନେ ସଚେତନ କରେଇବା କଥା । କାହିଁକି କରେଇ ନାହାଁନ୍ତି ଅନୁଧ୍ୟାନ କରାଯିବ। ଏହାସହ ମନ୍ଦିର ପ୍ରଶାସନ ଉତ୍ତରଦାୟୀ ରହିବ । ଦୋଷୀ ଯିଏ ତାପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ''

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 29, 2024, 1:29 PM IST

ABOUT THE AUTHOR

...view details