ଓଡିଶା

odisha

ETV Bharat / entertainment

ଅଭିନେତା ନୁହେଁ.... ଅଲ୍ଲୁ ଅର୍ଜୁନ ଚାହୁଁଥିଲେ - Allu Arjun - ALLU ARJUN

Allu Arjun Birthday: ୨୧ ବର୍ଷ ବୟସରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଅଲ୍ଲୁ ଅର୍ଜୁନ ଆଜି ସମଗ୍ର ବିଶ୍ୱରେ ରାଜ କରୁଛନ୍ତି । ସେ ନିଜ କ୍ୟାରିଅରରେ ୨୦ରୁ ଅଧିକ ଫିଲ୍ମ କରିଥିବା ବେଳେ ନିଜର ଦମଦାର ଅଭିନୟ ଏବଂ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନ ଜିତିଛନ୍ତି । ତେବେ ଆଜି ଅଭିନେତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ ଜାଣନ୍ତୁ କିଛି ରୋଚକ କଥା....

ଅଭିନେତା ନୁହଁ ଏହା ହେବାକୁ ଚାହୁଁଥିଲେ ଅଲ୍ଲୁ ଅର୍ଜୁନ
ଅଭିନେତା ନୁହଁ ଏହା ହେବାକୁ ଚାହୁଁଥିଲେ ଅଲ୍ଲୁ ଅର୍ଜୁନ

By ETV Bharat Odisha Team

Published : Apr 8, 2024, 4:53 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଦେଶର ଟପ୍ ତାରକାଙ୍କ ମଧ୍ୟରେ ଅନ୍ୟତମ । ସୁପରଷ୍ଟାରଙ୍କ ପରିବାରରେ ଜନ୍ମଦିନ ହୋଇଥିଲେ ମଧ୍ୟ ଆଜି ଅଲ୍ଲୁ ଅର୍ଜୁନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୧ ବର୍ଷ ବୟସରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ବେଳେ ଏବେ ସମଗ୍ର ବିଶ୍ୱରେ ରାଜ କରୁଛନ୍ତି । ଅଲ୍ଲୁ ନିଜ କ୍ୟାରିୟରରେ ଅନେକ ବ୍ଲକବ୍ଲଷ୍ଟର ଫିଲ୍ମ ଦେଇଛନ୍ତି । ଯାହାକୁ ଲୋକମାନେ ପସନ୍ଦ କରିବା ସହ ବମ୍ପର କଲେକ୍ସନ ମଧ୍ୟ କରିଛି । କିନ୍ତୁ ଅଭିନୟରେ କ୍ୟାରିୟର କରିବା ଅଲ୍ଲୁ ଅର୍ଜୁନଙ୍କ ପ୍ରଥମ ପସନ୍ଦ ନଥିଲା । ଅଲ୍ଲୁ ଅର୍ଜୁନଙ୍କ ତାଙ୍କ ୪୨ତମ ଜନ୍ମଦିନ ଅବସରରେ ଜାଣନ୍ତୁ ସେ ତାଙ୍କୁ ରୁଚି କେଉଁଥିରେ ରହିଥିଲା?

ତାମିଲନାଡୁର ଚେନ୍ନାଇରେ 8 ଏପ୍ରିଲ 1982 ରେ ଜନ୍ମଗ୍ରହଣ କରିଥିବା ଅଲ୍ଲୁ ଅର୍ଜୁନ ତେଲୁଗୁ ସିନେମାର କିମ୍ବଦନ୍ତୀ ହାସ୍ୟ ଅଭିନେତା ତଥା ନିର୍ମାତା ଅଲ୍ଲୁ ରାମଲିଙ୍ଗାୟାଙ୍କ ନାତି ଅଟନ୍ତି । ପ୍ରାରମ୍ଭରେ, ଅଭିନୟରେ କ୍ୟାରିୟର କରିବା ଅଲ୍ଲୁ ଅର୍ଜୁନଙ୍କ ପ୍ରଥମ ପସନ୍ଦ ନଥିଲା । ସେ ଜଣେ ଆନିମେଟର ହେବାକୁ ଇଚ୍ଛା କରିଥିଲେ, କିନ୍ତୁ ପାରିବାରିକ ବାତାବରଣର ପ୍ରଭାବ ତାଙ୍କୁ ଅଭିନେତା ହେବା ନେଇ ଆକର୍ଷିତ କରିଥିଲା । ଏହା ପରେ ସେ ୨୦୦୩ ମସିହାରେ କିମ୍ବଦନ୍ତୀ ନିର୍ଦ୍ଦେଶକ କେ ରାଘବିନ୍ଦ୍ର ରାଓଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର 'ଗଙ୍ଗୋତ୍ରୀ' ସହ ସାଉଥରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକ ସୁପରହିଟ୍ ଥିଲା ।

ଅଲ୍ଲୁ ଅର୍ଜୁନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ

ଏହା ପରେ ସେ ୨୦୦୪ ମସିହାରେ 'ଆର୍ଯ୍ୟ' ରେ ନଜର ଆସିଥିଲେ । ଏହି ଫିଲ୍ମ ଅଲ୍ଲୁଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହ ବେଶ ଲୋକପ୍ରିୟତା କରାଇଥିଲା । ଏହା ପରେ ରୁଦ୍ରମାଦେବୀ (2015), ସରାଇନୋଡୁ (2016) ଏବଂ ଦୁଭଭଡା ଜଗନ୍ନାଥମ୍ (2017) ପରି ଅନେକ ଫିଲ୍ମରେ ନିଜର ଦମଦାର ଅଭିନୟ ସହ ଫ୍ୟାନ୍ସଙ୍କ ମନ ଜିତିଥିଲେ । ଏହା ପରେ ୨୦୨୧ର ବ୍ଲକବ୍ଲଷ୍ଟର ଫିଲ୍ମ 'ପୁଷ୍ପା: ଦ ରାଇଜ' ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା । ବର୍ତ୍ତମାନ'ପୁଷ୍ପା ୨' ସହ ପୁଣି ପରଦାକୁ ଫେରୁଛନ୍ତି ଅଲ୍ଲୁ । ଯାହା ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଅର୍ଥାତ୍ 15 ଅଗଷ୍ଟ 2024ରେ ବଡ ପରଦାକୁ ଆସିବ ।

ଅଲ୍ଲୁ ଅର୍ଜୁନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ

ଅଲ୍ଲୁ ଅର୍ଜୁନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ଏବଂ କଲେକ୍ସନ ତାଲିକା:

  • ଗଙ୍ଗୋତ୍ରୀ (୨୦୦୩)

ବଜେଟ- ୩ କୋଟି

କଲେକ୍ସନ- ୧୧ କୋଟି

  • ଆର୍ଯ୍ୟ (୨୦୦୪)

ବଜେଟ୍- ୪ କୋଟି

କଲେକ୍ସନ- ୩୦ କୋଟି

  • ବନି (୨୦୦୫)

ବଜେଟ- ୧୫ କୋଟି

କଲେକ୍ସନ- ୨୯କୋଟି

  • ହାପି (୨୦୦୬)

ବଜେଟ୍- ୨୦ କୋଟି

କଲେକ୍ସନ-୧୬ କୋଟି

  • ଦେଶମୁଦୁରୁ(୨୦୦୭)

ବଜେଟ-୧୦ କୋଟି

କଲେକ୍ସନ- ୩୯ କୋଟି

  • ପରୁଗୁ (୨୦୦୮)

ବଜେଟ- ୧୫ କୋଟି

କଲେକ୍ସନ- ୩୧ କୋଟି

  • ଆର୍ଯ୍ୟ ୨ (୨୦୦୯)

ବଜେଟ- ୨୧ କୋଟି

କଲେକ୍ସନ- ୨୦ କୋଟି

  • ଭରୁଦୁ (୨୦୧୦)

ବଜେଟ- ୩୦ କୋଟି

କଲେକ୍ସନ- ୧୫ କୋଟି

  • ବେଦମ୍ (୨୦୧୦)

ବଜେଟ- ୧୬ କୋଟି

କଲେକ୍ସନ-୧୪ କୋଟି

  • ବଦ୍ରିନାଥ (୨୦୧୧)

ବଜେଟ- ୪୨ କୋଟି

କଲେକ୍ସନ- ୪୫ କୋଟି

  • ଜୁଲାଇ (୨୦୧୨)

ବଜେଟ- ୩୦ କୋଟି

କଲେକ୍ସନ- ୫୫କୋଟି

  • ଇଦରାମାୟିଲାଥୋ (୨୦୧୩)

ବଜେଟ- ୩୩ କୋଟି

କଲେକ୍ସନ- ୩୭ କୋଟି

  • ୟେଭଡୁ (୨୦୧୪)

ବଜେଟ- ୩୫ କୋଟି

କଲେକ୍ସନ- ୬୦ କୋଟି

  • ରେସ୍ ଗୁରୁରାମ (୨୦୧୪)

ବଜେଟ- ୪୦ କୋଟି

କଲେକ୍ସନ- ୧୦୨ କୋଟି

  • ସନ ଅଫ ସତ୍ୟମୂର୍ତ୍ତି (୨୦୧୫)

ବଜେଟ- ୪୦ କୋଟି

କଲେକ୍ସନ- ୮୫ କୋଟି

  • ରୁଦ୍ରମାଦେବୀ (୨୦୧୫)

ବଜେଟ-୬୦ କୋଟି

କଲେକ୍ସନ- ୬୫ କୋଟି

  • ସରାଇନୋଡୁ (୨୦୧୬)

ବଜେଟ- ୫୦ କୋଟି

କଲେକ୍ସନ- ୧୨୭ କୋଟି

  • ଦୁଭଡା ଜଗନ୍ନାଧାମ୍ (୨୦୧୭)

ବଜେଟ- ୪୦ କୋଟି

କଲେକ୍ସନ-୧୧୫ କୋଟି

  • ନା ପେରୁ ସୂର୍ଯ୍ୟା ନା ଇଲ୍ଲୁ ଇଣ୍ଡିଆ (୨୦୧୮)

ବଜେଟ- ୬୫ କୋଟି

କଲେକ୍ସନ- ୭୩ କୋଟି

  • ଆଲା ବୈକୁଣ୍ଠପୁରମୁଲୁ (୨୦୨୦)

ବଜେଟ- ୭୫ କୋଟି

କଲେକ୍ସନ- ୨୫୫ କୋଟି

  • ପୁଷ୍ପା: ଦ ରାଇଜ (୨୦୨୧)

ବଜେଟ-୧୫୦ କୋଟି

କଲେକ୍ସନ- ୩୫୦ କୋଟି

ଏହା ମଧ୍ୟ ପଢନ୍ତୁ:ପୁଷ୍ପା ୨ ଟିଜର ଆଉଟ୍, ଫ୍ୟାନ୍ସଙ୍କୁ ଫିଦା କଲା ଅଲ୍ଲୁଙ୍କ ନୂଆ ଅବତାର

ABOUT THE AUTHOR

...view details