ଓଡିଶା

odisha

ETV Bharat / entertainment

'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର, ମିଥୁନଙ୍କୁ 'ଦାଦା ସାହେବ ଫାଲକେ' ଆୱାର୍ଡ

70ତମ ଜାତୀୟ ପୁରସ୍କାର ସମାରୋହରେ 'ଦମନ'କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ପୁରସ୍କାର। ସେପଟେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନିଜର ଅବଦାନ ପାଇଁ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନିତ ହୋଇଛନ୍ତି।

By ETV Bharat Odisha Team

Published : 5 hours ago

Updated : 3 hours ago

National Award
National Award (DD)

ହାଇଦ୍ରାବାଦ:ଜାତୀୟ ସ୍ତରରେ ଝଲସିଲା ଓଡ଼ିଆ ଫିଲ୍ମ 'ଦମନ'। ରାଷ୍ଟ୍ରପତି ଭବନରେ ଆୟୋଜିତ 70ତମ ଜାତୀୟ ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି 'ଦମନ'। ଏହି ପୁରସ୍କାର ରାଜ୍ୟ ପାଇଁ ଆଣିଛି ଗର୍ବ ଓ ଗୌରବ। ଏହି ଫିଲ୍ମରେ ଦିଆଯାଇଥିବା ସଚେତନତା ବାର୍ତ୍ତା ସମସ୍ତଙ୍କ ମନକୁ ଛୁଇଁଥିବାବେଳେ ସବୁ ମହଲରେ ପ୍ରଶଂସା ସାଉଣ୍ଟିଛି ଏହି ଓଡ଼ିଆ ଫିଲ୍ମ । ଓଲିଉଡ ପାଇଁ ଏହା ଏକ ସଞ୍ଜୀବନୀ ସାଜିଥିବା ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ନିର୍ଦ୍ଦେଶକ। ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ସମ୍ମାନିତ ହୋଇଛନ୍ତି।

'ଦମନ'ର କଥାବସ୍ତୁ:

ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଥିଲା । ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା ଦୀପେନ୍ଦ୍ର ସାମଲ ଥିବା ବେଳେ ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ।

Daman Best Odia Film (DD)

ବିଭିନ୍ନ ବର୍ଗରେ ମିଳିଲା ସମ୍ମାନ:

'କେଜିଏଫ ଚାପ୍ଟର-2'ଶ୍ରେଷ୍ଠ କନ୍ନଡ଼ ଫିଲ୍ମ ଆୱାର୍ଡ ମିଳିଛି। ସେହିପରି 'କାନ୍ତାରା'କୁ ମଧ୍ୟ ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର ଭାବେ ସମ୍ମାନିତ ମିଳିଛି। 'କଚ୍ଛ ଏକ୍ସପ୍ରେସ'କୁ ଶ୍ରେଷ୍ଠ ଗୁଜୁରାଟୀ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ମାନସୀ ପାରେଖଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। 'ବ୍ରହ୍ମାସ୍ତ୍ର ପାର୍ଟ-1 ଶିବା' ରେ ଶ୍ରେଷ୍ଠ VFX ସୁପରଭାଇଜର ଭାବେ ପୁରସ୍କୃତ ହୋଇଛନ୍ତି ଜୟକର ଅରୁଦ୍ର ଓ ବିରାଲ ଠାକେର। ସେହିପରି ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି । ଭିଜୁଆଲ ଇଫେକ୍ଟ ଓ ଆନିମେସନ ପାଇଁ‘ବ୍ରହ୍ମାସ୍ତ୍ର’ଶ୍ରେଷ୍ଠ ଫିଲ୍ମ, ଗୁଲମୋହର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କାର୍ତ୍ତିକେୟ-୨ ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ସୋରାଜ ବାରଜିତ୍ୟ, ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର ଭାଲଭିକୁଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ମିଥୁନଙ୍କୁ ଦାଦା ସାହେବ ଫାଲକେ:

ଏହି ଅବସରରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଫିଲ୍ମ ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ 'ଦାଦା ସାହେବ ଫାଲକେ'ରେ ସମ୍ମାନିତ କରାଯାଇଛି। ହିନ୍ଦୀ ସମେତ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ମିଥୁନ ଦାଦା । ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 350 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି।

ଏହା ବି ପଢନ୍ତୁ...ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ଜଣାଇଲେ ଶୁଭେଚ୍ଛା - Mithun Chakraborty

ଏହା ବି ପଢନ୍ତୁ...'ଦମନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଭାବ ବିହ୍ୱଳ ହେଲେ ବାବୁସାନ, କହିଲେ ମୁଁ ନୁହେଁ... - Interview With Babushaan

ଏହା ମଧ୍ୟ ପଢ଼ନ୍ତୁ...୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଅଭିନେତା ଋଷବ ଶେଟ୍ଟୀ, ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ଦମନ’ - 70th National Film Awards

ଏହା ବି ପଢନ୍ତୁ...OSSSC EXAM: ପରୀକ୍ଷାରେ ଆସିଲା ଫିଲ୍ମ ଦମନକୁ ନେଇ ପ୍ରଶ୍ନ

Last Updated : 3 hours ago

ABOUT THE AUTHOR

...view details