ଓଡିଶା

odisha

ETV Bharat / entertainment

ବିଶ୍ୱ କର୍କଟ ଦିବସରେ ପତ୍ନୀଙ୍କ ପାଇଁ ଆୟୁଷ୍ମାନଙ୍କ ଖାସ୍ ନୋଟ୍, ସ୍ତନ କର୍କଟ ରୋଗରେ ପୀଡିତ ଥିଲେ - ଆୟୁଷ୍ମାନ ଖୁରାନା ତାହିରା କଶ୍ୟପ

World Cancer Day: ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପତ୍ନୀ ତାହିରା ବି-ଟାଉନର ଶ୍ରେଷ୍ଠ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ଆଜି ବିଶ୍ୱ କର୍କଟ ଦିବସରେ ଅଭିନେତା ତାଙ୍କ ସୋସିଆଲ ମିଡିଆରେ ପତ୍ନୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ସ୍ତନ କର୍କଟ ରୋଗରେ ପୀଡିତ ଥିଲେ ତାହିରା, ବିଶ୍ବ କର୍କଟ ଦିବସରେ ପତ୍ନୀଙ୍କ ପାଇଁ ଆୟୁଷ୍ମାନଙ୍କ ଖାସ୍ ନୋଟ୍
ସ୍ତନ କର୍କଟ ରୋଗରେ ପୀଡିତ ଥିଲେ ତାହିରା, ବିଶ୍ବ କର୍କଟ ଦିବସରେ ପତ୍ନୀଙ୍କ ପାଇଁ ଆୟୁଷ୍ମାନଙ୍କ ଖାସ୍ ନୋଟ୍

By ETV Bharat Odisha Team

Published : Feb 4, 2024, 2:55 PM IST

ହାଇଦ୍ରାବାଦ:ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପ ବଲିଉଡର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ଉଭୟଙ୍କ ବିବାହକୁ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ହୋଇସାରିଛି । ଆୟୁଷ୍ମାନ ଏବଂ ତାହିରାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା ଯେତେବେଳେ ତାହିରାଙ୍କୁ (୨୦୧୯) ସ୍ତନ କର୍କଟ ରୋଗର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ତାହିରା ଏହି ରୋଗରୁ ସୁସ୍ଥ ହୋଇଯାଇଛନ୍ତି । ତେବେ ଆଜି ବିଶ୍ୱ କର୍କଟ ଦିବସରେ ଆୟୁଷ୍ମାନ ଖୁରାନା ସେହି ସମୟକୁ ମନେ ପକାଇ ତାଙ୍କ ପତ୍ନୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି ।

ଆୟୁଷ୍ମାନ ଖୁରାନା ନିଜ ଇନଷ୍ଟାଗ୍ରାମରେ ତାହିରାଙ୍କ ସହ ୪ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଦୁହେଁ ସେଲଫି ନେଉଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ତାହିରାଙ୍କ ଅସ୍ତ୍ରୋପଚାରର ଚିହ୍ନ ଦେଖାଯାଉଥିବା ଏକ ଫଟୋ ଦେଖିବାକୁ ମିଳିଛି । ତୃତୀୟ ଫଟୋରେ ତାହିରା ଏକ ପୋଜ ଦେଇଥିବା ବେଳେ ଚତୁର୍ଥ ଫଟୋରେ ବ୍ୟାୟାମ କରୁଥିବା ନଜର ଆସିଛନ୍ତି ।

କର୍କଟ ରୋଗ ସହ ଲଢେଇ କରି ତାହିରା କିପରି ଏହି ମାରାତ୍ମକ ରୋଗ କବଳରୁ ରକ୍ଷା ପାଇ ଅଦମ୍ୟ ସାହସିକତା ଦେଖାଇଥିଲେ, ତାହାକୁ ଅଭିନେତା ବେଶ ପ୍ରଶଂସା କରିଛନ୍ତି । ଏଥିସହ ଆୟୁଷ୍ମାନ 'ବିଶ୍ୱ କର୍କଟ ଦିବସ' ହାସଟ୍ୟାଗ ଦେଇ ଲେଖିଛନ୍ତି, ପଞ୍ଜାବ ବିଶ୍ୱବିଦ୍ୟାଳୟରେ ରୁମ ନମ୍ବର ୧୪ରେ ସିଙ୍ଗଡା ଖାଇବା ଏବଂ ଚା' ପିଇଥିବାର ମୁଁ ତୁମକୁ ଦେଖିଥିଲି । ମୋର ଅନ୍ତର ଆତ୍ମା ସହ ତାହିରା ମୁଁ ତୁମକୁ ଭଲ ପାଏ । ତୁମ ସାହାସିକତା ବାସ୍ତବରେ ପ୍ରଶଂସନୀୟ ।'

ଏହା ମଧ୍ୟ ପଢନ୍ତୁ:ଜନ୍ମଦିନରେ ଆୟୁଷ୍ମାନଙ୍କ ପାଇଁ ସୁନ୍ଦର ବାର୍ତ୍ତା ଲେଖିଲେ ପତ୍ନୀ ତାହିରା କଶ୍ୟପ

ସେପଟେ ଏକ ସାକ୍ଷାତକାରରେ ତାହିରା କାଶ୍ୟପ କହିଥିଲେ ଯେ 'ସେହି ସମୟ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା । ମୁଁ ପ୍ରତ୍ୟେକ ଦିନ ରାତିରେ କାନ୍ଦୁଥିଲି । ମୁଁ ଏକ ଦୁଇଟି ଜୀବନ ବିତାଉଥିଲି । ମୁଁ ରାତିରେ କାନ୍ଦୁଥିଲି ଏବଂ ସକାଳେ ନିଜକୁ ଜଣେ ଖୁସି ବ୍ୟକ୍ତି ଭାବେ ପ୍ରତିପାଦନ କରୁଥିଲି । କାରଣ ମୁଁ ମୋ ପିଲାମାନଙ୍କ ସାମ୍ନାରେ ପରାଜିତ ହେବାକୁ ଚାହୁଁନଥିଲି । ଶେଷରେ ଏହାକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲି ।' କହିରଖୁଛୁ କି, ଆୟୁଷ୍ମାନ ଖୁରାନା ତାଙ୍କ ବନ୍ଧୁ ତାହିରା କାଶ୍ୟପଙ୍କୁ ୨୦୧୧ରେ ବିବାହ କରିଥିଲେ । ଉଭୟ ପ୍ରାୟ ୧୧ ବର୍ଷ ପରସ୍ପରକୁ ଡେଟ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ABOUT THE AUTHOR

...view details