ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ନିର୍ଦ୍ଦେଶକ ନାଗା ଅଶ୍ୱିନଙ୍କ ଫିଲ୍ମ କଲ୍କି 2898AD ପାଇଁ ଲାଇମଲାଇଟରେ ରହିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ଗର୍ଭବତୀ ମହିଳା ସୁମତିଙ୍କ ଭୂମିକାରେ ଅଭିନୟ ଦେଇଛନ୍ତି । 'କଲ୍କି' ଫିଲ୍ମ ପରି ଦୀପିକା ବର୍ତ୍ତମାନ ବାସ୍ତବ ଜୀବନରେ ଗର୍ଭବତୀ ରହିଛନ୍ତି ଏବଂ ଏହି କାରଣରୁ ସେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ମଧ୍ୟ ରହିଆସିଛନ୍ତି । ତେବେ ସେ ଚଳିତ ସେପ୍ଟେମ୍ୱରରେ ସନ୍ତାନ ପ୍ରସବ କରିବେ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି । ଏପରି ସମୟରେ ସମସ୍ତେ ଅଭିନେତ୍ରୀଙ୍କ ପୁଅ ହେବ ନା ଝିଅ ତାକୁ ନେଇ କଳ୍ପନାଜଳ୍ପନାରେ ରହିଥିବା ବେଳେ ଜଣେ ଜ୍ୟୋତିଷ ଗର୍ଭାବସ୍ଥାରେ ଅଭିନେତ୍ରୀଙ୍କୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନ, ପୁଅ ନା ଝିଅକୁ ଜନ୍ମ ଦେବେ ।
ଦୀପିକା ପାଦୁକୋନ ପୁଅ ନା ଝିଅ ଜନ୍ମ ଦେବେ?
ରିପୋର୍ଟ ଅନୁଯାୟୀ, ଦୀପିକାଙ୍କ ଗର୍ଭଧାରଣ ବିଷୟରେ ଜ୍ୟୋତିଷ ଜଗନ୍ନାଥ ଗୁରୁଜୀ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ ଏହି ଅଭିନେତ୍ରୀ ପ୍ରଥମ ସନ୍ତାନ ଭାବରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବେ । ଏହି ସନ୍ତାନ ରଣଭୀର ସିଂ ଏବଂ ଦୀପିକାଙ୍କ ପାଇଁ ଶୁଭଫଳ ଆଣିବେ । ସେ କହିଛନ୍ତି, ''ଏହି ଶିଶୁ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପାଇଁ ବହୁତ ଲକି ପ୍ରମାଣିତ ହେବେ ଏବଂ ଉଭୟଙ୍କ ବୈବାହିକ ଜୀବନ ଖୁସିରେ ବିତିବା ସହ କର୍ମକ୍ଷେତ୍ରରେ ମଧ୍ୟ ବେଶ ସଫଳତା ହାସଲ କରିବେ ।''
ଜ୍ୟାତିଷଙ୍କ ଏହି କଥା ହୋଇଛି ସତ