ହାଇଦ୍ରାବାଦ:ସନ୍ଧ୍ୟା ଥିଏଟର ବାହାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି । ଅଭିନେତାଙ୍କ ପରିବାର ପକ୍ଷରୁ ପୋଲିସ ଷ୍ଟେସନରେ ତାଙ୍କ ପିତା ପହଞ୍ଚିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ଚିକ୍କଡାପଲ୍ଲି ପୋଲିସ ଡାକ୍ତରୀ ପରୀକ୍ଷା ପାଇଁ ଗାନ୍ଧୀ ଡାକ୍ତରଖାନାକୁ ନେଇଥିଲା, ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଯାହାକୁ ନେଇ ସବୁଆଡେ ହଇଚଇ ସୃଷ୍ଟି ହୋଇଛି ।
Allu Arjun Arrest Updates (ETV Bharat Odisha) ମେଡିକାଲ ପରେ ଅଭିନେତା କୋର୍ଟରେ ହାଜର ହୋଇଥିଲେ
ଗାନ୍ଧୀ ହସ୍ପିଟାଲରେ ଅଲ୍ଲୁ ଅର୍ଜୁନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଯାହା ପରେ ପୋଲିସ ପୁଷ୍ପା 2 ତାରକାଙ୍କୁ ନାମ୍ପଲି କୋର୍ଟକୁ ନେଇଥିଲା। ଆଜି ଅପରାହ୍ନ 4.30 ସମୟରେ ତାଙ୍କ ମାମଲାର ଶୁଣାଣି ହେବ। ନିର୍ଦ୍ଦେଶକ ତ୍ରିଭିକ୍ରମ ଶ୍ରୀନିବାସ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ସହ କୋର୍ଟକୁ ଯାଇଛନ୍ତି। କହି ରଖୁଛୁ ଯେ, ଭାରତୀୟ କୋଡ ଅଫ ଜଷ୍ଟିସ୍ (ବିଏନ୍ଏସ୍) ର ଧାରା 105 ଏବଂ 118 ଅଧୀନରେ ପୋଲିସ ଅଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଅଭିନେତାଙ୍କ ଶ୍ୱଶୁର ପୋଲିସ ଷ୍ଟେସନ ବାହାରେ ଆସିଲେ ନଜର
ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ଶ୍ୱଶୁର ପୋଲିସ ଷ୍ଟେସନ ବାହାରେ ପହଞ୍ଚି ପୋଲିସ ଷ୍ଟେସନ ଭିତରକୁ ଯିବାକୁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ପୋଲିସକୁ ଭିତରକୁ ଯିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାଁନ୍ତି।
ଅଲ୍ଲୁ ଅର୍ଜୁନଙ୍କ ଘରେ ପହଞ୍ଚିଥିଲେ ଚିରଞ୍ଜୀବୀ
ଅଲ୍ଲୁ ଅର୍ଜୁନଙ୍କ ସମସ୍ତଙ୍କୁ ଚକିତ କରିଥିବା ବେଳେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଚହଳ ପକାଇଛି । ଏହି ସମୟରେ ଚିରଞ୍ଜୀବୀ ତାଙ୍କ ପତ୍ନୀଙ୍କ ସହ ଅଭିନେତାଙ୍କ ଘରେ ପହଞ୍ଚିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ସେଲିବ୍ରିଟି ଏବଂ ଫ୍ୟାନ୍ସ
ସେପଟେ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ଆସିଛନ୍ତି ବରୁଣ ଧୱନ । ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବେବି ଜନ'ର ପ୍ରମୋସନ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ବିଷୟରେ କହିଥିଲେ । ସେ କହିଛନ୍ତି ଯେ କେବଳ ଅଭିନେତା ନିଜକୁ ସୁରକ୍ଷା କିମ୍ବା ଅନ୍ୟ କିଛି ନେଇ ପାରିବେ ନାହିଁ । କାରଣ ଆମ ଚାରିପାଖରେ ଅନ୍ୟ ଅନେକ ଲୋକ ଅଛନ୍ତି । ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ପରିବାର ପ୍ରତି ମୋର ସମବେଦନା । କିନ୍ତୁ ଏଥିପାଇଁ ଆପଣ କୌଣସି ବ୍ୟକ୍ତିଙ୍କୁ ଦାୟୀ କରିପାରିବେ ନାହିଁ । ସେପଟେ ଫ୍ୟାନ୍ସ ମଧ୍ୟ ଅଭିନେତାଙ୍କ ସମର୍ଥନରେ ଆସିଛନ୍ତି ।
ପୁରା ମାମଲା କ'ଣ ?
ଡିସେମ୍ବର 4, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର ସୋ ସମୟରେ ଘଟିଥିଲା ଅଘଟଣ । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ 8 ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିଥିଲେ । ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ସହ ଥିଏଟରରେ ପହଞ୍ଚିଥିଲେ । ଫଳରେ 'ପୁଷ୍ପରାଜ'ଙ୍କ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ବହୁ ସଂଖ୍ୟାରେ ଜନସମାଗମ ସହ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଏହି ସମୟରେ 35 ବର୍ଷ ବୟସ୍କା ମହିଳା ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଆସିଥିବା ବେଳେ ଅଘଟଣର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ଘଟଣାରେ ପୂର୍ବରୁ 3ଜଣ ହୋଇଛନ୍ତି ଗିରଫ
ଘଟଣା ପରେ ମୃତକଙ୍କ ପରିବାର ଚିକ୍କଡପଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣା ନେଇ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମ୍ୟାଣ୍ଟ ନାଁରୋ ମାମଲା ରୁଜୁ କରାଯାଇଥିଲା । ଚିକ୍କାଡାପଲି ପୋଲିସ୍ ଷ୍ଟେସନରେ ସମସ୍ତଙ୍କ ବିରୋଧରେ ଧାରା 105 , 118 (1) r / w 3 (5) BNS ଅନୁଯାୟୀ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଏହା ପରେ ଗତ ରବିବାର ଦିନ ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଛି । ସନ୍ଧ୍ୟା ଥିଏଟରର ମାଲିକ ଏମ ସନ୍ଦୀପ, ସିନିୟର ମ୍ୟାନେଜର ଏମ ନାଗରାଜୁ (51) ଏବଂ ଲୋଏର ବାଲକୋନି ଦାୟିତ୍ୱରେ ଥିବା ବିଜୟ ଚନ୍ଦ୍ର (53)ଙ୍କୁ ବାନ୍ଧିଥିଲା ପୋଲିସ । ବର୍ତ୍ତମାନ ଏନେଇ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଛି ।
ଏହା ମଧ୍ୟ ପଢନ୍ତୁ:ବନ୍ଧା ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ