ହାଇଦ୍ରାବାଦ: ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ବଲିଉଡର ବହୁ ପ୍ରତିକ୍ଷୀତ ଦୁଇଟି ଫିଲ୍ମ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' । ଫ୍ୟାନ୍ସ ଉଭୟ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଦୀୱାଲି ଅବସରରେ ଅର୍ଥାତ୍ ଆଜି(ନଭେମ୍ୱର 1)ରେ ରିଲିଜ ହୋଇଛି । 'ସିଙ୍ଘମ ଏଗେନ' ଆକ୍ସନରେ ଭରପୁର ରହିଥିବା ବେଳେ 'ଭୁଲ ଭୁଲେୟା 3' ହରର କମେଡି ଫିଲ୍ମ ଅଟେ । ତେବେ ଉଭୟ ଫିଲ୍ମ ଏକାସାଙ୍ଗେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ସେପଟେ ପ୍ରଥମ ଦିନରେ ଉଭୟ ଫିଲ୍ମ ପାଇଁ ଥିଏଟରରେ ଜୋରଦାର ଭିଡ଼ ଦେଖିବାକୁ ମିଳିଛି ।
ବକ୍ସ ଅଫିସରେ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' କଡା ଟକ୍କର
ଇଣ୍ଡଷ୍ଟ୍ରି ଟ୍ରାକର ସାକନିକଙ୍କ ଏକ ରିପୋର୍ଟ ଅନୁଯାୟୀ, 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' ଉଭୟ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଜୋରଦାର ହୋଇଥିବା ବେଳେ ଉଭୟ ଫିଲ୍ମ ପ୍ରଥମ ଦିନରେ ବମ୍ପର କଲେକ୍ସନ କରିବ ବୋଲି ଆଶା କରାଯାଉଛି । ଏପରି ସମୟରେ ଏବେ ସୁଦ୍ଧା 'ସିଙ୍ଘମ ଏଗେନ' 2.45 କୋଟି ଆୟ କରିସାରିଲାଣି । ସେହିପରି 'ଭୁଲ ଭୁଲେୟା 3' 1.9 କୋଟି ଆୟ କରିଛି । ତେବେ ଏହାକୁ ଦେଖିଲେ ସିଙ୍ଘମ ଏଗେନ' 'ଭୁଲ ଭୁଲେୟା 3' ପଛରେ ପକାଇଥିବା କୁହାଯାଉଛି । କିନ୍ତୁ ଫିଲ୍ମର ମୋଟ କଲେକ୍ସନ ଆସିବା ଆହୁରି ବାକି ଅଛି । ତେବେ ପ୍ରଥମ ଦିନରେ କିଏ ମାରୁଛି ବାଜି ତାହା ଦେଖିବାକୁ ବାକି ରହିଲା ।
'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ,ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ:କାଲି ରିିଲିଜ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'; ବକ୍ସ ଅଫିସରେ ରୁହ ବାବା-ସିଙ୍ଘମ ଟକ୍କର, କିଏ ମାରିବ ବାଜି ?
'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । କହିରଖୁଛୁ କି, ବିଦ୍ୟା ବାଲାନ ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ମାଧୁରୀଙ୍କ ସହ ଲୋକଙ୍କୁ ଡରାଇବାକୁ ପ୍ରସ୍ତୁତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ