ହାଇଦ୍ରାବାଦ:ନିକଟରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ପାଳନ କରିଛନ୍ତି । ନଭେମ୍ୱର 16ରେ ନିଜ ଝିଅ ଆରାଧ୍ୟାଙ୍କ ଜନ୍ମଦିନ ଏବଂ 21 ନଭେମ୍ବରରେ ତାଙ୍କ ପିତା କୃଷ୍ଣରାଜ ରାୟଙ୍କ ଜନ୍ମବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ତାଙ୍କ ମାଆ ବୃନ୍ଦା ରାୟ ଏବଂ ଝିଅ ଆରାଧ୍ୟାଙ୍କ ସହ ଏହି ଦୁଇ ଉତ୍ସବ ସେଲିବ୍ରେଟ କରିଛନ୍ତି । ଯାହାର ଫଟୋ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରି ଝଲକ ଦେଖାଇଛନ୍ତି । ଏହି ସମୟରେ ଅଭିଷେକ ବଚ୍ଚନ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପୁଣି ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଛି ।
ଝିଅ ଜନ୍ମଦିନ ଏକାକୀ ସେଲିବ୍ରେଟ କଲେ ଐଶ୍ୱର୍ଯ୍ୟା
ବୁଧବାର ସେୟାର ହୋଇଥିବା ଏହି ପୋଷ୍ଟରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ଏକାଠି ନଜର ଆସିଛନ୍ତି । ଉଭୟେ ଐଶ୍ୱର୍ଯ୍ୟାଙ୍କ ସ୍ୱର୍ଗତ ପିତା କୃଷ୍ଣରାଜ ରାୟଙ୍କୁ ତାଙ୍କ ଫଟୋ ସାମ୍ନାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ଐଶ୍ୱର୍ଯ୍ୟା ତାଙ୍କ ରାଜକୁମାରୀଙ୍କ କିଛି ଅନସିନ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆରାଧ୍ୟାଙ୍କ ଛୋଟ ହାତର ଝଲକ ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଏକ ବେଲୁନ୍ ପ୍ରଦର୍ଶିତ ହୋଇଛି, ଯାହା ଆରାଧ୍ୟାଙ୍କ ଯୁବାବସ୍ଥାର ପ୍ରମାଣ ଦେଉଛି । ଶେଷ ଫଟୋରେ ମାଆ ଏବଂ ଝିଅ ପାର୍ଟୀ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋ ସେୟାର କରି ଐଶ୍ୱର୍ଯ୍ୟା କ୍ୟାପସନରେ ଲେଖିଛନ୍ତି, 'ତୁମେ ମୋ ଜୀବନର ପ୍ରେମ । ଜନ୍ମଦିନର ବହୁତ ଶୁଭେଚ୍ଛା । ମୋର ହୃଦୟ ହୁଅ, ମୋର ପ୍ରାଣ ହୁଅ, ତୁମେ ସର୍ବଦା ସେଠାରେ ରହିବ ଏବଂ ତା’ଠାରୁ ଅଧିକ...।'