ଭୁବନେଶ୍ବର:ଆଜି ସଂସଦରେ 2025-2026 ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ଯବିତ୍ତଙ୍କ କେନ୍ଦ୍ର ସରକାର ଖୁସି କରିଥିବା ବେଳେ ସବୁ ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ(UCCIL) । ଦେଶ ବିକଶିତ ହୋଇପାରିବ ସେନେଇ ପଦକ୍ଷେପ ନିଆଯାଇଛି । ଚାରୋଟି ଗ୍ରୋଥ ଇଞ୍ଜିନକୁ ଫୋକସ କରି ଏକ୍ସପାଣ୍ଡ କରାଯାଇଛି । କୃଷି, ଏମଏସଏମଇ, ଇନଭେଷ୍ଟମେଣ୍ଟ ଓ ଏକ୍ସପୋର୍ଟସକୁ ଫୋକସ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ୟୁସିସିଆଇଏଲ ।
ବଜେଟରେ ସବୁ ସେକ୍ଟରକୁ ପ୍ରାଧାନ୍ୟ:
ୟୁସିସିଆଇଏଲର ସଭାପତି ପ୍ରବୋଧ ମହାନ୍ତିକହିଛନ୍ତି, ‘ବଜେଟରେ ସବୁ ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ଦେଶ ବିକଶିତ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଇଛି । ଚାରୋଟି ଗ୍ରୋଥ ଇଞ୍ଜିନକୁ ଫୋକସ କରି ଏକ୍ସପାଣ୍ଡ କରାଯାଇଛି । କୃଷି, ଏମଏସଏମଇ, ଇନଭେଷ୍ଟମେଣ୍ଟ ଓ ଏକ୍ସପୋର୍ଟସକୁ ଫୋକସ । କୃଷି, ପଲସେସ ଉପରେ ଆତ୍ମନିର୍ଭର କରିବାକୁ ଗୁରୁତ୍ୱ । ଏମଏସଏମଇରେ ଇଜି କ୍ରେଡିଟ ଉପରେ ଧ୍ୟାନ ଦିଆଯାଇଛି । ୨.୫ ଟାଇମ୍ସ ବଢ଼ାଇ ଦିଆଯାଇଛି ସ୍ଲାବକୁ ଯାହାକି ଏକ ବଡ଼ ରିହାତି । ଷ୍ଟାର୍ଟଅପ କୋଲାଟେରାଲ ମାନଙ୍କୁ ୨୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି ।ନିଯୋଗ ଭିତ୍ତିଭୂମି ଉପରେ ।’
ବଜେଟକୁ 10କୁ 6 ମାର୍କ ଦେଲା ୟୁସିସିଆଇଏଲ:
ସେ ଆହୁରି କହିଛନ୍ତି, ‘ପୂର୍ବରୁ ରାଜ୍ୟର ଇନଲ୍ୟାଣ୍ଡ ୱାଟରୱେଜ ଉପରେ ଧ୍ୟାନ ଦିଆଯାଇନାହିଁ । ଆଜି ବଜେଟରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି । ଯାହାକି ଓଡିଶା ପାଇଁ ଉପଯୋଗୀ ହେବ । ଲଜିଷ୍ଟିକ ଉପରେ ଧ୍ୟାନ ଦିଆଯିବାର ଆଵଶ୍ୟକତା ରହିଛି । ୩୭ଟି କ୍ରିଟିକାଲ ମିନେରାଲ ଉପରେ ଈନପୋର୍ଟ ଡ୍ୟୁଟି ଛାଡ଼ କରାଯାଇଛି । ଏମଏସଏମଇ କ୍ଷେତ୍ର ପାଇଁ ବିଦେଶରେ ମାର୍କେଟ ଲିଙ୍କେଜ ମିଳିପାରିବ ସେ ନେଇ ସଂକେତ ଦିଆଯାଇଛି । ଡ଼ାଇରେକ୍ଟ ଇନକମ ଟ୍ୟାକ୍ସ ଛାଡ଼ ମଧ୍ୟବିତ୍ତ ମାନଙ୍କ ପାଇଁ ବଡ଼ ପଦକ୍ଷେପ । ଏହା ଏକ ସନ୍ତୁଳିତ ବଜେଟ । ଭବିଷ୍ୟତ ପାଇଁ ଏକ ଦିଗଦର୍ଶନ ଦେଉଛି । ଫିଲ ଗୁଡ଼ ଫ୍ୟାକ୍ଟର ସୃଷ୍ଟି କରିଛି ।’ ଏଥର ବଜେଟକୁ ୧୦ ରୁ ୬ ମାର୍କ ଦେଲା ୟୁସିସିଆଇଏଲ । ଓଡ଼ିଶାରେ ମାଇନିଂ, ଟୁରିଜିମ ଓ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାକୁ ଲାଭ ମିଳିବ ବୋଲି କୁହାଯାଇଛି ।
ସବୁକିଛି ହେଉ ସରଳୀକରଣ:
ୟୁସିସିଆଇଏଲ ସାଧାରଣ ସମ୍ପାଦକ ସଞ୍ଜୀବ ମହାପାତ୍ର କହିଛନ୍ତି, ‘ସେହିପରି ଓଡ଼ିଶାରେ ଏମଏସଏମଇ କ୍ଷେତ୍ର ସଂଘର୍ଷ କରୁଛି । କେନ୍ଦ୍ରୀୟ ବଜେଟରେ ଇଣ୍ଟର ଡିପାର୍ଟମେଣ୍ଟାଲ କନଭର୍ଜେନ୍ସ କରାଯାଇଛି । ଏହା ସିଙ୍ଗଲ ୱିଣ୍ଡୋ ଭଳି । କିନ୍ତୁ ଏହାକୁ ଅପରେସନାଲ କରିବାକୁ ଗାଉଡ଼ଲାଇନ କରିବା କଥା । ନ ହେଲେ ଏହା ରେଡ଼ ଟେପିଜିମ ଭଳି ହେବ ଓ ଦ୍ବନ୍ଦ୍ୱ ହେବ । ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ରାଜ୍ୟ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ହେବ। ରାଜ୍ୟକୁ ନିର୍ଦ୍ଦେଶ ଦେବାକୁ ହେବ ଵ୍ୟଵସ୍ଥାର ସରଳୀକରଣ ପାଇଁ । ଏବେ ଡବଲ ଇଞ୍ଜିନ ସରକାର । ସବୁର ସରଳୀକରଣ କରାଯାଉ ।’
ଏହା ମଧ୍ୟ ପଢନ୍ତୁ: ଆଗାମୀ 10 ବର୍ଷରେ 120 ବିମାନ ବନ୍ଦର, ଯୋଡି ହେବେ 4 କୋଟିରୁ ଊର୍ଦ୍ଧ୍ବ ଯାତ୍ରୀ |