ହାଇଦ୍ରାବାଦ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍-୨୦୨୫ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ, ଦେଶବାସୀଙ୍କ ପାଇଁ ଆସିଛି ଖୁସି ଖବର । ତେଲ ବିତରଣ କମ୍ପାନୀଗୁଡ଼ିକ ଫେବୃଆରୀ ପ୍ରଥମ ଦିନ (୧ ତାରିଖ)ରେ ଏଲପିଜି ସିଲିଣ୍ଡରର ମୂଲ୍ୟକୁ ଅପଡେଟ୍ କରିଛନ୍ତି । ଫଳରେ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ସାମାନ୍ୟ ହ୍ରାସ ପାଇଛି । କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୭ ଟଙ୍କା କମ୍ କରିଛନ୍ତି । ନୂତନ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
- ନୂଆ ଦର :
ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ୧ ତାରିଖରେ ସିଲିଣ୍ଡର ମୂଲ୍ୟକୁ ଅପଡେଟ୍ କରନ୍ତି । ଏହି ପରିପ୍ରେକ୍ଷୀରେ, ଆଜି (ଫେବୃଆରୀ ୧ ତାରିଖ) ନୂତନ ମୂଲ୍ୟ ପ୍ରକାଶ କରାଯାଇଛି । ତେବେ ୧୯ କି.ଗ୍ରା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୭ ଟଙ୍କା କମ୍ ହୋଇଛି । ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧,୮୦୪ ଟଙ୍କାରୁ ୧,୭୯୭ ଟଙ୍କାକୁ ହ୍ରାସ ପାଇଛି । ମୁମ୍ବାଇରେ ପୂର୍ବ ମୂଲ୍ୟ ୧୭୫୬ ଟଙ୍କା ଥିବା ବେଳେ ନୂତନ ମୂଲ୍ୟ ୧,୭୪୯.୫୦ ଟଙ୍କା ରହିଛି । ସେହିପରି କୋଲକାତାରେ କମର୍ସିଆଲ୍ ସିଲିଣ୍ଡରର ୧,୯୧୧ ଟଙ୍କାରୁ ହ୍ରାସ ପାଇ ୧,୯୦୭ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ଏହି ସିଲିଣ୍ଡରର ମୂଲ୍ୟ ୧,୯୬୬ ଟଙ୍କାରୁ ହ୍ରାସ ପାଇ ୧,୯୫୯.୫୦ ଟଙ୍କା ହୋଇଛି ।
- ଜାନୁଆରୀରେ ହୋଇଥିଲା ମୂଲ୍ୟ ହ୍ରାସ:
ପୂର୍ବରୁ ତୈଳ ବିତରଣ କମ୍ପାନୀଗୁଡ଼ିକ ବର୍ଷର ପ୍ରଥମ ମାସ ଜାନୁଆରୀରେ ମଧ୍ୟ ମୂଲ୍ୟ ହ୍ରାସ କରିଥିଲେ । କମ୍ପାନୀଗୁଡ଼ିକ କମର୍ସିଆଲ ଏଲପିଜି ସିଲିଣ୍ଡରରେ ୧୪ରୁ ୧୬ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିଥିଲେ । ସେହିପରି, ଡିସେମ୍ବରରେ କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା ।