ଲକ୍ଷ୍ନୌ: ଆଜିକାଲି ହଠାତ ହୃଦଘାତରେ ମୃତ୍ୟୁ ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । କେଉଁଠାରେ କିଏ ନାଚୁଥିବାବେଳେ ହୃଦଘାତରେ ପ୍ରାଣ ଛାଡ଼ିଯାଉଛି ତ କିଏ ଖେଳୁଥିବାବେଳେ ଚାଲିଯାଉଛି ଜୀବନ । ଏହିଭଳି ଆଉ ଏକ ଘଟଣା ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଘଟିଛି । ଏହି ଜିଲ୍ଲାରେ ଚାଲିଥିବା ଏକ କ୍ରିକେଟ୍ ମ୍ୟାଚ୍ରେ ଜଣେ ଯୁବକ ବୋଲିଂ କରୁଥିବା ବେଳେ ହଠାତ ହୃଦଘାତର ଶିକାର ହୋଇଥିଲେ । ସାଥି ଖେଳାଳି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।
ବୋଲିଂ କରୁଥିଲେ, ଟଳି ପଡ଼ିଲେ:ମୃତ ଯୁବକ ହେଉଛନ୍ତି ମୋହଲ୍ଲା ବିବେକ ବିହାରର ବାସିନ୍ଦା କୁଲଦୀପ ବର୍ମା । ୨୮ ବର୍ଷୀୟ କୁଲଦୀପ ଠାକୁରଦ୍ବାର ବଜାରରେ ଅଳଙ୍କାର କାରିଗର ଥିଲେ । କୁଲଦୀପ ଶନିବାର ସକାଳେ ନିଜ ସାଙ୍ଗ ମାନଙ୍କ ସହ ବିବି ପିଜି କଲେଜ୍ରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍ ଖେଳୁଥିଲେ । ତାଙ୍କ ସହ ମ୍ୟାଚ୍ ଖେଳୁଥିବା ଅନ୍ୟତମ ଖେଳାଳି ଅକ୍ଷୟ ବର୍ମାଙ୍କ କହିବା ମୁତାବକ, କୁଲଦୀପ ବୋଲିଂ କରୁଥିଲେ । ଏତିକି ବେଳେ ସେ ହଠାତ ତଳେ ପଡ଼ିଯାଇଥିଲେ । ସାଥି ଖେଳାଳି ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର କୁଲଦୀପଙ୍କୁ ମୃତ ଘୋଷଣା କରିଥିଲେ । ହଠାତ ହୃଦଘାତ ଘଟିବାରୁ ଘଟଣାସ୍ଥଳରେ ହିଂ କୁଲଦୀପଙ୍କ ମୃତ୍ୟୁ ଘଟିଥିବା ମ୍ୟାଚ୍ରେ ଜଡ଼ିତ ସାଥି ଖେଳାଳିମାନେ ଅନୁମାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଏମିତି ବି ଆସେ ମୃତ୍ୟୁ; କ୍ଲାସ କରୁଥିବା ବେଳେ ଟଳିପଡିଲେ ଛାତ୍ର