ମୁମ୍ବାଇ:ଛାଡପତ୍ର ପରେ ବେରୋଜଗାର ସ୍ୱାମୀଙ୍କ ଭରଣପୋଷଣ ଦାୟିତ୍ୱ ନେବେ ରୋଜଗାରକ୍ଷମ ସ୍ତ୍ରୀ । ଯେତେବେଳେ କୌଣସି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଅର୍ଥାତ ଛାଡପତ୍ର ହୋଇଥାଏ କୋର୍ଟ ସ୍ୱାମୀଙ୍କୁ ସ୍ତ୍ରୀର ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦେବା ଆମେ ସବୁବେଳେ ଶୁଣିଥାଉ । କିନ୍ତୁ ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ମାସିକ 10 ହଜାର ଟଙ୍କା ଦେବାକୁ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ ରଖି ବମ୍ବେ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।
2016 ମସିହାରେ ମହାରାଷ୍ଟ୍ରରେ ଏକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ କୋର୍ଟରେ ଭରଣପୋଷଣ ନିମନ୍ତେ ମାମଲା ଦାୟର କରିଥିଲେ । ତେବେ ମାର୍ଚ୍ଚ 13, 2020 ମସିହାରେ ମହାରାଷ୍ଟ୍ରର ଏକ ନିମ୍ନ ଅଦାଲତ ଏହି ମାମଲରେ ରାୟ ଶୁଣାଇଥିଲେ । ବିବାହ ବିଚ୍ଛେଦ ପରେ ଯଦି ସ୍ୱାମୀ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ୟାନ୍ୟ କୌଣସି କାରଣ ପାଇଁ ରୋଜଗାର କରିପାରୁନାହାନ୍ତି ତେବେ ବେରୋଜଗାରୀ ସ୍ୱାମୀଙ୍କ ଭରଣପୋଷଣ ଦାୟିତ୍ୱ ସ୍ତ୍ରୀଙ୍କର ବୋଲି ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀଙ୍କ ଭରଣପୋଷଣ ବାବଦକୁ ମାସିକ 10ହଜାର ଟଙ୍କା ଦେବାକୁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।