ଓଡିଶା

odisha

ETV Bharat / bharat

'ୱାନ୍ ନେସନ-ୱାନ୍ ଇଲେକ୍ସନ' ବିଲକୁ କ୍ୟାବିନେଟ୍ ମଞ୍ଜୁରୀ

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍କୁ କ୍ୟାବିନେଟ୍ ମଞ୍ଜୁରୀ । ଖୁବଶୀଘ୍ର ସଂସଦରେ ହୋଇପାରେ ଉପସ୍ଥାପନ।

one nation one election bill
one nation one election bill (ETV Bharat)

By ETV Bharat Odisha Team

Published : 6 hours ago

Updated : 5 hours ago

ହାଇଦ୍ରାବାଦ: ଗୋଟିଏ ଦେଶ-ଗୋଟିଏ ନିର୍ବାଚନ (One Nation-One Election) ପାଇଁ ଆଉ ପାଦେ ଆଗେଇଲେ ସରକାର । ଆଜି(ଗୁରୁବାର) କ୍ୟାବିନେଟ୍ ବୈଠକରେ ଏନେଇ ମଞ୍ଜୁରୀ ମିଳିଛି । ଏହି ବିଲ୍ ଖୁବଶୀଘ୍ର ସଂସଦରେ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।

ସଂସଦରେ ଉପସ୍ଥାପନ ହୋଇପାରେ:

'ଏହି ୱାନ ନେସନ ୱାନ ଇଲେକ୍ସନ ବିଲ୍' ସଂସଦରେ ଉପସ୍ଥାପନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ବିସ୍ତୃତ ଆଲୋଚନା ପାଇଁ ମିଳିତ ସଂସଦୀୟ କମିଟିକୁ ପଠାଯାଇପାରେ ।

ଏମିତି କହିଲେ ପୂର୍ବତନ ରାଷ୍ଟ୍ରପତି:

ଏହା ପୂର୍ବରୁ ବୁଧବାର ଦିନ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ, "ଏହା କୌଣସି ଦଳର ସ୍ବାର୍ଥ ନୁହେଁ, ବରଂ ଦେଶବାସୀଙ୍କ ହିତରେ । ଦେଶ ପାଇଁ ଏହା ଗେମଚେଞ୍ଜର ସାବ୍ୟସ୍ତ ହେବ । ଏହା ମୋର ନୁହେଁ, ବରଂ ଅର୍ଥନୀତିଜ୍ଞଙ୍କ ମତ । ସେମାନଙ୍କ କହିବା କଥା, ଏହା ଲାଗୁ ହେବା ଦ୍ବାରା ଦେଶର GDP 1-1.5 ପ୍ରତିଶତ ବୃଦ୍ଧି ହୋଇପାରେ ।

ଏହି ୱାନ ନେସନ ୱାନ ଇଲେକ୍ସନ କ'ଣ ?

ଲୋକସଭା ସମେତ ଦେଶର ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକକାଳୀନ ହେବା ଉଚିତ ବୋଲି ଏହି ବିଲରେ ଦର୍ଶାଯାଇଛି । ବର୍ତ୍ତମାନ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରତି ୫ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଛି । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକାଳ ଶେଷ ପରେ ସେହି ଅନୁସାରେ ଅନୁଷ୍ଠିତ ହେଉଛି । ଦେଖିବାକୁ ଗଲେ ଅନେକ ରାଜ୍ୟର ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବାବେଳେ କିଛି ରାଜ୍ୟରେ ଗୋଟିଏ ସମୟରେ ଏହି ଦୁଇ ନିର୍ବାଚନ ହୋଇଥାଏ । ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସହ ହୋଇଥାଏ । ଅପରପକ୍ଷେ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ଭଳି ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ହୋଇଥାଏ ।

ଏହା ବି ପଢନ୍ତୁ...One Nation One Election: ୨୩ରେ ବସିବ ପ୍ରଥମ ବୈଠକ, ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ସୂଚନା

ଏହା ବି ପଢନ୍ତୁ...One Nation, One Election: ମୁଖ୍ୟ ନିର୍ବାଚନ କମିଶନର କ'ଣ କହିଲେ ଶୁଣନ୍ତୁ...

ନିକଟରେ ଜମ୍ମୁକାଶ୍ମୀର, ହରିୟାଣା ନିର୍ବାଚନ ପରେ ପରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ସେହିପରି ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି । ହେଲେ 'ୱାନ୍ ନେସନ ୱାନ ଇଲେକ୍ସନ' ଲାଗୁ ହେବା ଦ୍ବାରା ଗୋଟିଏ ସମୟରେ ସବୁ ନିର୍ବାଚନ ହେବ ।

Last Updated : 5 hours ago

ABOUT THE AUTHOR

...view details